କେଜ୍ରିଙ୍କ ବିଜୟରେ ଆରଏସ୍‌ଏସ୍‌ ଖୁସ୍‌!

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ଲଢ଼େଇ ଯଦିଓ ବିଜେପି ବନାମ ଆମ୍‌ ଆଦମୀ ପାର୍ଟି ଥିଲା ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ଅରବିନ୍ଦ କେଜ୍ରିୱାଲ ହୋଇପାରିଲାନାହିଁ। ‘ରାଷ୍ଟ୍ରବାଦ ରାଜନୀତି’କୁ ସଫଳ ଭାବେ କାମରେ ଲଗାଇପାରିଥିବା କେଜ୍ରିୱାଲ ବିଜୟ ପାଇଁ ଶ୍ରେୟ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କୁ ଦେଇଥିଲେ। ମଙ୍ଗଳବାର ହନୁମାନଙ୍କ ବାର ହୋଇଥିବାରୁ କେଜ୍ରିୱାଲ ଏହି ବିଜୟ ହନୁମାନଙ୍କ ଆଶୀର୍ବାଦ କହିଛନ୍ତି। ତେବେ ରାଷ୍ଟ୍ରବାଦ ଏବଂ ହିନ୍ଦୁତ୍ୱ କଥା କହିଆସୁଥିବା ଆରଏସ୍‌ଏସ୍‌କୁ ଏହା ନିଶ୍ଚୟ ପରୋକ୍ଷରେ ଖୁସି […]

Kejriwal

Kejriwal

Subrat Kumar Nayak
  • Published: Wednesday, 12 February 2020
  • Updated: 12 February 2020, 04:06 PM IST

Sports

Latest News

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ବିଧାନସଭା ଲଢ଼େଇ ଯଦିଓ ବିଜେପି ବନାମ ଆମ୍‌ ଆଦମୀ ପାର୍ଟି ଥିଲା ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନାମ ଅରବିନ୍ଦ କେଜ୍ରିୱାଲ ହୋଇପାରିଲାନାହିଁ। ‘ରାଷ୍ଟ୍ରବାଦ ରାଜନୀତି’କୁ ସଫଳ ଭାବେ କାମରେ ଲଗାଇପାରିଥିବା କେଜ୍ରିୱାଲ ବିଜୟ ପାଇଁ ଶ୍ରେୟ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କୁ ଦେଇଥିଲେ। ମଙ୍ଗଳବାର ହନୁମାନଙ୍କ ବାର ହୋଇଥିବାରୁ କେଜ୍ରିୱାଲ ଏହି ବିଜୟ ହନୁମାନଙ୍କ ଆଶୀର୍ବାଦ କହିଛନ୍ତି। ତେବେ ରାଷ୍ଟ୍ରବାଦ ଏବଂ ହିନ୍ଦୁତ୍ୱ କଥା କହିଆସୁଥିବା ଆରଏସ୍‌ଏସ୍‌କୁ ଏହା ନିଶ୍ଚୟ ପରୋକ୍ଷରେ ଖୁସି କରିବ।

ସିଏଏ, ଏନ୍‌ଆରସି ଏବଂ ଶାହୀନ ବାଗ ପରି ପ୍ରସଙ୍ଗ ନିର୍ବାଚନ ପୂର୍ବରୁ ବଡ଼ ପ୍ରସଙ୍ଗ ଥିଲା। କିନ୍ତୁ କେଜ୍ରିୱାଲ ଏସବୁକୁ ଚାଲାକିର ସହ ପରିଚାଳନା କରିଥିଲେ। ବିଜେପିର ହାର୍ଡ ହିନ୍ଦୁତ୍ୱ ଚିତ୍ରକୁ ମୁକାବିଳା କରିବା ପାଇଁ ସେ ହନୁମାନଙ୍କ ଶରଣ ପଶିଥିଲେ।

କେଜ୍ରିୱାଲ ଧାର୍ମିକ ପରିଚୟକୁ ଦୃଢ଼ କରି ବିଜେପିକୁ ଟକ୍କର ଦେବାକୁ କହିଥିଲେ, “ଆଜି ମଙ୍ଗଳବାର ହନୁମାନଙ୍କ ବାର। ହନୁମାନ ଆଜି ଦିଲ୍ଲୀ ଉପରେ କୃପା ବର୍ଷା କରିଛନ୍ତି। ହନୁମାନଙ୍କୁ ବହୁତ ବହୁତ ଧନ୍ୟବାଦ।” ଅନ୍ୟତମ ଆପ୍‌ ନେତା ସଞ୍ଜୟ ସିଂହ ମଧ୍ୟ ସମାନ ଭାବେ ‘ଭାରତ ମାତା କୀ ଜୟ’ ଏବଂ ‘ବନ୍ଦେ ମାତରମ୍‌’ ନାରା ଦେଇଥିଲେ। ଏହି ଦୁଇ ନାରା ଦୀର୍ଘ ସମୟ ପାଇଁ ବିଜେପିର ପ୍ରିୟ ନାରା ହୋଇଆସିଥିଲା।

ଯଦିଓ ବିଜେପି ଏହାକୁ ନାପସନ୍ଦ କରିଥିଲା, ଆରଏସ୍‌ଏସ୍‌ କିନ୍ତୁ ଏହାକୁ ସମାନ ଭାବେ ଗ୍ରହଣ କରିବାହିଁ ବୋଲି ଆଶା କରାଯାଉଛି। କାରଣ ଗତ କିଛି ଦିନ ତଳେ ହିଁ ସଂଘର ସରକାର୍ଯ୍ୟବାହ ସୁରେଶ ଭୈୟାଜୀ ଯୋଷୀ କହିଥିଲେ, ବିଜେପିର ଅର୍ଥ ସମଗ୍ର ହିନ୍ଦୁ ସମୁଦାୟ ନୁହେଁ। ଏହାର ଅର୍ଥ ଭାବେ ସେ କହିବାକୁ ଚାହୁଁଥିଲେ, ହିନ୍ଦୁ ଧର୍ମ ଆହୁରି ବ୍ୟାପକ ଏବଂ ରାଜନୀତି ସହ ହିନ୍ଦୁଙ୍କୁ ଯୋଡ଼ାନଯାଉ।”

ଦୀର୍ଘ ଦିନ ହେଲା ଆରଏସ୍‌ଏସ୍‌ ଏକ ବିଚାରକୁ ସୁଦୂର ପ୍ରସାରୀ କରିବାକୁ ଚାହୁଁଛି, ଯେଉଁଥିରେ ରାଜନେତାମାନେ ଭାରତୀୟତା ବାବଦରେ କହିବା ପାଇଁ ଏବଂ ଆଚରଣରେ ଭାରତୀୟତା ପ୍ରଦର୍ଶନ କରିବା ପାଇଁ ସଙ୍କୋଚ ମନେ କରିବେନାହିଁ। ରାହୁଲ ଗାନ୍ଧି ମାନସରୋବର ଯାତ୍ରା କରିବା ହେଉ କିମ୍ବା ଶଶି ଥରୁରୁ ‘ହ୍ୱାଇ ଆଇ ଆମ୍‌ ଏ ହିନ୍ଦୁ’ ବହି ଲେଖିବା, ଆରଏସ୍‌ଏସ୍‌ ପାଇଁ ମୃଦୁ ବିଜୟ ବୋଲି କୁହାଯାଇପାରିବ। ବିଜେପିକୁ ମୁକାବିଲା କରିବା ପାଇଁ ସବୁ ଦଳ ହିନ୍ଦୁତ୍ୱକୁ ଆପଣାଇବା ଲାଗିରହିଛି। ଏଭଳି ସ୍ଥିତିରେ ଆଗକୁ ପଶ୍ଚିମବଙ୍ଗ ନିର୍ବାଚନ ଏବଂ ବିହାର ନିର୍ବାଚନରେ ସମାନ ଦୃଶ୍ୟ ଆସିଲେ କିଛି ଆଶ୍ଚର୍ଯ୍ୟ ହେବାର ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story