ଟାର୍ଗେଟରେ RSS କର୍ମୀ: କେରଳ ପରେ ଏବେ ଲୁଧିଆନାରେ ଗୁଳି କରି ହତ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଆରଏସ୍ଏସ୍ ନେତାଙ୍କୁ ହତ୍ୟା। ଏଥର କେରଳ ନୁହେଁ, ପଞ୍ଜାବ ଲୁଧିଆନାରେ ହତ୍ୟାର ଶିକାର ହୋଇଛନ୍ତି ଆରଏସ୍ଏସ୍ ନେତା। ତାଙ୍କ ନାଁ ରବିନ୍ଦର ଗୋସାଇ। ସେ ଆରଏସଏସ ଶାଖାରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି  ତାଙ୍କ ଉପରକୁ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ରବିନ୍ଦର ଗୋସାଇଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି। ହତ୍ୟାକାରୀ ମାନଙ୍କୁ […]

ravinder-gosain-rss_650x400_61508219562

Rakesh Mallick
  • Published: Tuesday, 17 October 2017
  • , Updated: 17 October 2017, 06:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି ଜଣେ ଆରଏସ୍ଏସ୍ ନେତାଙ୍କୁ ହତ୍ୟା। ଏଥର କେରଳ ନୁହେଁ, ପଞ୍ଜାବ ଲୁଧିଆନାରେ ହତ୍ୟାର ଶିକାର ହୋଇଛନ୍ତି ଆରଏସ୍ଏସ୍ ନେତା। ତାଙ୍କ ନାଁ ରବିନ୍ଦର ଗୋସାଇ। ସେ ଆରଏସଏସ ଶାଖାରୁ ଫେରୁଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି  ତାଙ୍କ ଉପରକୁ ଅତି ନିକଟରୁ ଗୁଳି କରିଥିଲେ। ଘଟଣାସ୍ଥଳରେ ରବିନ୍ଦର ଗୋସାଇଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ସିସିଟିଭି ଫୁଟେଜ ଆଧାରରେ ପୋଲିସ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ତନାଘନା ଚଳାଇଛି। ହତ୍ୟାକାରୀ ମାନଙ୍କୁ ତୁରନ୍ତ ଧରିବା ପାଇଁ ଦାବି କରିଛନ୍ତି ଆରଏସ୍ଏସ୍ କର୍ମକର୍ତ୍ତା। ଗତ କିଛି ଦିନ ଧରି ଦେଶର ବିଭିନ୍ନ ରାଜ୍ୟରେ ଆରଏସ୍ଏସ୍ କର୍ମୀଙ୍କୁ ଆକ୍ରମଣ ଓ ହତ୍ୟା କରାଯାଉଥିବା ଘଟଣା ସାମ୍ନାକୁ ଆସୁଛି।

Related story