ପ୍ରଣବଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବ ଆର୍‌ଏସ୍‌ଏସ୍‌!

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପ୍ରସ୍ତୁତି କରୁଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏ କଥା। ସେ କହିଛନ୍ତି,“ଯଦି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପର୍ଯ୍ୟାପ୍ତ ଆସନରେ ଜିତି ପାରିବ ନାହିଁ, ତା’ହେଲେ ଦଳ ପକ୍ଷରୁ ପ୍ରଣବ ମୂଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇପାରେ। ଲାଗୁଛି ଆର୍‌ଏସ୍‌ଏସ୍‌ ଏମିତି ଏକ ସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରୁଛି।” ସୂଚନାଯୋଗ୍ୟ, […]

rss

Rakesh Mallick
  • Published: Sunday, 10 June 2018
  • , Updated: 10 June 2018, 01:36 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍‌ଏସ୍‌ଏସ୍‌) ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିବାକୁ ପ୍ରସ୍ତୁତି କରୁଛି। ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଏ କଥା।

[caption id="attachment_243879" align="aligncenter" width="800"] ସଞ୍ଜୟ ରାଉତ[/caption]

ସେ କହିଛନ୍ତି,“ଯଦି ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପର୍ଯ୍ୟାପ୍ତ ଆସନରେ ଜିତି ପାରିବ ନାହିଁ, ତା’ହେଲେ ଦଳ ପକ୍ଷରୁ ପ୍ରଣବ ମୂଖାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରାଯାଇପାରେ। ଲାଗୁଛି ଆର୍‌ଏସ୍‌ଏସ୍‌ ଏମିତି ଏକ ସ୍ଥିତି ପାଇଁ ନିଜକୁ ପ୍ରସ୍ତୁତ କରୁଛି।”

ସୂଚନାଯୋଗ୍ୟ, ଜୁନ୍ ୭ ତାରିଖରେ ପ୍ରଣବ ମୂଖାର୍ଜୀ ନାଗପୁର ସ୍ଥିତ ଆର୍‌ଏସ୍‌ଏସ୍‌ର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ସଂଘ ଶିକ୍ଷା ବର୍ଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଆର୍‌ଏସ୍‌ଏସ୍‌ କାର୍ଯ୍ୟରେ ଯୋଗ ଦେବା ନେଇ ତାଙ୍କର ନିଷ୍ପତ୍ତିକୁ ଅନେକ କଂଗ୍ରେସ ନେତା ବିରୋଧ କରିଥିଲେ। ଏମିତିକି ତାଙ୍କ ଝିଅ ଶର୍ମିଷ୍ଠା ମୂଖାର୍ଜୀ ମଧ୍ୟ ବିରୋଧ କରିଥିଲେ।   ଅବଶ୍ୟ ପ୍ରଣବ ମୂଖାର୍ଜୀ ସେଠାରେ ନିଜ ଅଭିଭାଷଣ ରଖିବା ପରେ ସେଥିରୁ କିଛି ଶିଖିବାକୁ ଆର୍‌ଏସ୍‌ଏସ୍‌କୁ କଂଗ୍ରେସ ନେତାଏ କହିଥିଲେ।

Related story