ଯୋଗୀ ରାଜ୍ୟରେ RSS କର୍ମୀଙ୍କୁ ହତ୍ୟା: କେରଳ ଓ ପଞ୍ଜାବ ପରେ ଏଥର ୟୁପିରେ ଘଟିଛି ଘଟଣା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୋଗୀ ରାଜ୍ୟରେ ଆରଏସ୍‌ଏସ୍ କର୍ମୀଙ୍କୁ ହତ୍ୟା। ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରେ ଜଣେ ଆରଏସ୍‌ଏସ୍ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାଁ  ରାଜେଶ ମିଶ୍ରା ବୋଲି ଜଣାପଡିଛି। ସେ ତାଙ୍କ ଭାଇଙ୍କ ସହ ଦୋକାନରେ ବସିଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏଥିରେ ତାଙ୍କ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି […]

Rakesh Mallick
  • Published: Saturday, 21 October 2017
  • , Updated: 21 October 2017, 05:24 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯୋଗୀ ରାଜ୍ୟରେ ଆରଏସ୍‌ଏସ୍ କର୍ମୀଙ୍କୁ ହତ୍ୟା। ଉତ୍ତର ପ୍ରଦେଶର ଗାଜିପୁର ଜିଲ୍ଲାରେ ଜଣେ ଆରଏସ୍‌ଏସ୍ କର୍ମୀଙ୍କୁ ଗୁଳି କରି ହତ୍ୟା କରାଯାଇଛି । ମୃତକଙ୍କ ନାଁ  ରାଜେଶ ମିଶ୍ରା ବୋଲି ଜଣାପଡିଛି। ସେ ତାଙ୍କ ଭାଇଙ୍କ ସହ ଦୋକାନରେ ବସିଥିବାବେଳେ ଦୁଇ ଜଣ ଦୁର୍ବୃତ୍ତ ମୋଟର ସାଇକେଲରେ ଆସି ତାଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ। ଏଥିରେ ତାଙ୍କ ଭାଇ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଉଭୟଙ୍କୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ରାଜେଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତକ ରାଜେଶ ଆର୍‌ଏସ୍‌ଏସ୍‌ର ଜଣେ ସକ୍ରିୟ କର୍ମକର୍ତ୍ତା ଥିଲେ। ଗତ ଏକ ସପ୍ତାହ ତଳେ ସେ ସେହି ଅଞ୍ଚଳରେ ଆର୍‌ଏସ୍ଏସ୍‌ର ଏକ ବିଶାଳ କ୍ୟାମ୍ପର ଆୟୋଜନ ମଧ୍ୟ କରିଥିଲେ। ଏହି କାରଣରୁ ତାଙ୍କୁ ହତ୍ୟା କରାଯାଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Related story