ଋଷିଆ ସହ ଭାରତର ବଡ଼ ଧରଣର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଗୋଆରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଆଜି ଋଷିଆ ଓ ଭାରତ ମଧ୍ୟରେ ବଡ଼ଧରଣର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଅନୁସାରେ ଋଷିଆ ୩୯ ହଜାର କୋଟି ଟଙ୍କା ବିନିମୟରେ ଅତ୍ୟାଧୁନିକ ଆଣ୍ଟି-ମିସାଇଲ୍ ଡିଫେନ୍ସ ସିଷ୍ଟମ S-400 ଟ୍ରିୟୁମ୍ଫ ଯୋଗାଇବ। ସେହିପରି ମିଳିତ ଭାବେ କାମୋଭ ହେଲିକପ୍ଟର ଉତ୍ପାଦନ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ହେଲିକପ୍ଟକୁ ଅତ୍ୟାଧୁନିକ ହାଲୁକା ଓ ଲଢ଼ୁଆ ବୋଲି କୁହାଯାଉଛି। ସେହିପରି […]

india-rusia

Rakesh Mallick
  • Published: Saturday, 15 October 2016
  • , Updated: 15 October 2016, 10:10 PM IST

ନୂଆଦିଲ୍ଲୀ: ଗୋଆରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀରେ ଆଜି ଋଷିଆ ଓ ଭାରତ ମଧ୍ୟରେ ବଡ଼ଧରଣର ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷର ହୋଇଛି। ଏହି ଚୁକ୍ତି ଅନୁସାରେ ଋଷିଆ ୩୯ ହଜାର କୋଟି ଟଙ୍କା ବିନିମୟରେ ଅତ୍ୟାଧୁନିକ ଆଣ୍ଟି-ମିସାଇଲ୍ ଡିଫେନ୍ସ ସିଷ୍ଟମ S-400 ଟ୍ରିୟୁମ୍ଫ ଯୋଗାଇବ। ସେହିପରି ମିଳିତ ଭାବେ କାମୋଭ ହେଲିକପ୍ଟର ଉତ୍ପାଦନ ନେଇ ମଧ୍ୟ ଦୁଇ ଦେଶ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି। ଏହି ହେଲିକପ୍ଟକୁ ଅତ୍ୟାଧୁନିକ ହାଲୁକା ଓ ଲଢ଼ୁଆ ବୋଲି କୁହାଯାଉଛି। ସେହିପରି ମହାକାଶ ଗବେଷଣା, ରେଳ ଲାଇନ୍, ସ୍ମାର୍ଟ ସିଟି, ଗ୍ୟାସ୍ ପାଇପ୍ ଲାଇନ୍ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ଦୁଇ ଦେଶ ମଧ୍ୟରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଏହି ଚୁକ୍ତି ସ୍ୱାକ୍ଷର ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଉପସ୍ଥିତ ଥିଲେ। ଚୁକ୍ତି ସ୍ୱାକ୍ଷରିତ ହେବା ପରେ ମୋଦି କହିଛନ୍ତି ଆତଙ୍କବାଦ ବିରୋଧ ଲଢ଼େଇରେ ଋଷିଆ, ଭାରତ ସହିତ ରହିଛି। ସେହିପରି ପୁଟିନ୍ ଦୁଇ ଦେଶ ମଧ୍ୟରେ ସହଯୋଗ ଜାରି ରହିବ ବୋଲି କହିଥିଲେ। ଏହାପୂର୍ବରୁ ଦୁଇ ନେତାଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ମୋଦି ଓ ପୁଟିନ ପ୍ରାୟ ଦୁଇ ଘଣ୍ଟା ଧରି କଥା ହୋଇଥିଲେ।

Related story