ଇସ୍ତାନବୁଲ: ରୁଷିଆ ଯୁଦ୍ଧବିମାନ ଏସୟୁ-୨୪କୁ ମଙ୍ଗଳବାର ଗୁଳିକରି ଖସାଇ ଦେଇଛି ତୁର୍କୀ। ସୀମା ଲଙ୍ଘିଥିବା ଅଭିଯୋଗ କରି ତୁର୍କୀସେନାର ଏହି ଯୁଦ୍ଧବିମାନକୁ ଖସାଇ ଦେଇଛି। ତୁର୍କୀ ପକ୍ଷରୁ ଏନେଇ ବହୁବାର ଚେତାବନୀ ଦିଆଯାଇଥିଲା। କିନ୍ତୁ ରୁଷିଆ ଏହାକୁ ନ ମାନି ତୁର୍କୀର ବାୟୁସୀମାକୁ ଲଙ୍ଘିଥିବା ଅଭିଯୋଗ ହୋଇଛି। ରୁଷିଆ ବହୁବାର ତୁର୍କୀସୀମା ଲଙ୍ଘିବା ପରେ ସେନା ବାଧ୍ୟ ହୋଇ ଯୁଦ୍ଧବିମାନକୁ ଗୁଳିବର୍ଷଣ କରିଥିଲା। କିଛି ସମୟ ମଧ୍ୟରେ ଯୁଦ୍ଧ ବିମାନଟି ଆକାଶମାର୍ଗରେ ପ୍ରଚଣ୍ଡ ଶବ୍ଦ କରି ବିସ୍ଫୋରଣ ହୋଇଥିଲା।
ରୁଷିଆର ପ୍ରତିରକ୍ଷାମନ୍ତ୍ରୀ କହିଛନ୍ତି ଯେ କେଉଁ ପରିସ୍ଥିତିରେ ରୁଷିଆର ଯୁଦ୍ଧବିମାନ ବିସ୍ଫୋରଣ ହେଲା ସେନେଇ ତଦନ୍ତ ଚାଲୁ ରହିଛି। ବିମାନଟି ତୁର୍କୀ ସୀମା ଲଙ୍ଘିଥିଲା କି ନାହିଁ ସେନେଇ ତଦନ୍ତ ଚାଲିଛି।
ଯୁଦ୍ଧବିମାନକୁ ଖସାଇ ଦିଆଯିବା ନେଇ ମୁହାଁମୁହିଁ ହୋଇଛନ୍ତି ରୁଷିଆ ଓ ତୁର୍କୀ।