NSG ରେ ଭାରତର ସଦସ୍ୟତା ପ୍ରସଙ୍ଗ: ଚୀନ୍‌ ଓ ପାକିସ୍ତାନକୁ ଝଟକା ଦେଲା ଋଷ

ନୂଆଦିଲ୍ଲୀ: କଥାରେ ଅଛି ଦୁଇଜଣ ନୂଆ ବନ୍ଧୁ ଅପେକ୍ଷା ଜଣେ ନୂଆ ବନ୍ଧୁ ୧୦୦ ଗୁଣ ଭଲ। ଏହା ପୁଣି ଥରେ କରି ଦେଖାଇଛି ଋଷ। ଚୀନ୍‌ ଓ ପାକିସ୍ତାନକୁ ପୁଣି ଥରେ ଝଟକା ଦେଇ ଭାରତ ସହ ବନ୍ଧୁତ୍ୱକୁ ପୁଣି ଥରେ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛି ଏହି ଦେଶ। ମସ୍କୋ ପକ୍ଷରୁ କୁହାଯାଇଛି, NSG ସଦସ୍ୟତା ପାଇଁ ଭାରତର ଦାବି ସହ ପାକିସ୍ତାନକୁ ଯୋଡା ଯାଇପାରିବ ନାହିଁ। ଏନେଇ ବିଭିନ୍ନ ସ୍ତରରେ ଚୀନ୍‌ ସହ […]

nsg

Rakesh Mallick
  • Published: Thursday, 07 December 2017
  • , Updated: 07 December 2017, 01:02 PM IST

ନୂଆଦିଲ୍ଲୀ: କଥାରେ ଅଛି ଦୁଇଜଣ ନୂଆ ବନ୍ଧୁ ଅପେକ୍ଷା ଜଣେ ନୂଆ ବନ୍ଧୁ ୧୦୦ ଗୁଣ ଭଲ। ଏହା ପୁଣି ଥରେ କରି ଦେଖାଇଛି ଋଷ। ଚୀନ୍‌ ଓ ପାକିସ୍ତାନକୁ ପୁଣି ଥରେ ଝଟକା ଦେଇ ଭାରତ ସହ ବନ୍ଧୁତ୍ୱକୁ ପୁଣି ଥରେ ବିଶ୍ୱ ଦରବାରରେ ପ୍ରତିପାଦିତ କରିଛି ଏହି ଦେଶ। ମସ୍କୋ ପକ୍ଷରୁ କୁହାଯାଇଛି, NSG ସଦସ୍ୟତା ପାଇଁ ଭାରତର ଦାବି ସହ ପାକିସ୍ତାନକୁ ଯୋଡା ଯାଇପାରିବ ନାହିଁ। ଏନେଇ ବିଭିନ୍ନ ସ୍ତରରେ ଚୀନ୍‌ ସହ ଆଲୋଚନା ଜାରି ରହିଛି। ସୂଚନାଯୋଗ୍ୟ, ନ୍ୟୁକ୍ଲିୟର ସପ୍ଲାୟର୍ସ ଗ୍ରୁପ୍‌ (ଏନ୍‌ଏସ୍‌ଜି)ରେ ଭାରତର ସଦସ୍ୟତାକୁ ଚୀନ ବିରୋଧ କରି ଆସୁଛି।

ଚୀନ୍‌ କହୁଛି, ୪୮ ସଦସ୍ୟ ବିଶିଷ୍ଟ ଏନ୍‌ଏସ୍‌ଜି ଗ୍ରୁପ୍‌ ବିସ୍ତାର ପାଇଁ କିଛି ନୂଆ ସ୍ତର ଅଣାଯାଉ। ମେରିଟ୍‌ ଆଧାରରେ କୌଣସି ଦେଶକୁ ସଦସ୍ୟତା ଦିଆ ନଯାଉ। ଏନ୍‌ଏସ୍‌ଜି ବିଶ୍ୱସ୍ତରରେ ପରମାଣୁ ବ୍ୟାପାରକୁ ନିୟନ୍ତ୍ରଣ କରିଥାଏ। ଚୀନ୍‌ର ଏପରି ବିରୋଧ ପାକିସ୍ତାନକୁ ସମର୍ଥନ ବୋଲି ଭାରତ ଭାବୁଛି।

ଋଷର ଉପ ବିଦେଶ ମନ୍ତ୍ରୀ ସର୍ଗେଇ ରୟାବକୋୱ ଭାରତର ବିଦେଶ ସଚିବ ଏସ୍‌. ଜୟଶଙ୍କରଙ୍କ ସହ ସାକ୍ଷାତ ଆଲୋଚନା କରିବା ପରେ ଏନ୍‌ଏସ୍‌ଜିର ସଦସ୍ୟତା ପୁଣି ଥରେ ତାଜା ହୋଇଛି। ଜୟଶଙ୍କରଙ୍କୁ ଭେଟିବା ପରେ ସର୍ଗେଇ କହିଛନ୍ତି- “ଏନ୍‌ଏସ୍‌ଜିରେ ସଦସ୍ୟତା ପାଇଁ ପାକିସ୍ତାନର ଆବେଦନ ଉପରେ ସର୍ବସମ୍ମତି ନାହିଁ। ଏହାକୁ ଭାରତର ଦାବି ସହ ଯୋଡ଼ା ଯାଇପାରିବ ନାହିଁ। ଆମେ ଏହି ମାମଲାର ଜଟିଳତାକୁ ଜାଣିଛୁ। ହେଲେ ଆମେ ସେପରି ଦେଶ ନୁହେଁ ଯିଏ କେବଳ କଥା କହିଥାଏ। ଆମେ ବାସ୍ତବିକତାରେ ଏହା ଉପରେ କାମ କରୁଛୁ। ଆମେ ଏହି ମାମଲାରେ ଚୀନ୍‌ ସହ ବିଭିନ୍ନ ସ୍ତରରେ ଆଲୋଚନା ଜାରି ରଖିଛୁ।”

ଏନ୍‌ଏସ୍‌ଜି ସଦସ୍ୟତା ପ୍ରସଙ୍ଗକୁ ରାଜନୀତିକରଣ କରାଯିବାକୁ ସର୍ଗେଇ ସମାଲୋଚନା କରିଛନ୍ତି। ସେ କହିଛନ୍ତି- “ସବୁ ଦେଶ ଏହାକୁ ନେଇ ଚେଷ୍ଟା ନକଲେ ଚୀନ୍‌ କିଛି ବି ମାନିବାକୁ ରାଜି ହେବ ନାହିଁ। ଅନ୍ୟ ଦେଶଙ୍କୁ ଭାରତର ସଦସ୍ୟତା ପାଇଁ ଅଧିକ ସକରାତ୍ମକ ପ୍ରୟାସ କରିବାକୁ ପଡ଼ିବ।”

ସୂଚନାଯୋଗ୍ୟ, ଏପରି ପ୍ରଥମ ଥର ହୋଇଛି ଋଷର କୌଣସି ବରିଷ୍ଠ ଅଧିକାରୀ ଦୁଇଟି ମାମଲାକୁ ଏକା ସାଙ୍ଗରେ ଯୋଡ଼ା ଯିବା ଉପରେ ପ୍ରତିକ୍ରିୟା ରଖିଛନ୍ତି।

ଚଳିତବର୍ଷ ଆରମ୍ଭରେ ବିଦେଶ ମନ୍ତ୍ରୀ ସୁଷମା ସ୍ୱରାଜ କହିଥିଲେ ଚୀନ୍‌କୁ ବୁଝାଇବାକୁ ଋଷ ସହ ଆଲୋଚନା କରାଯାଇଛି।

Related story