ରୁଷ୍ ସହିତ କୌଣସି ଡିଲ୍ କରିନି: ଟ୍ରମ୍ପ୍

ୱାଶିଂଟନ୍‌: ରୁଷ ସହିତ ତାଙ୍କର କୌଣସି ଡିଲ୍ ହୋଇନାହିଁ ବୋଲି କହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ସେ କହିଛନ୍ତି,“ରୁଷ ସହିତ ମୋର କୌଣସି ସଂପର୍କ ନାହିଁ କି ମୁଁ ସେ ଦେଶ ସହିତ କୌଣସି ଡିଲ୍ କରି ନାହିଁ। ଏହା ସଂପୂର୍ଣ୍ଣ ମିଥ୍ୟା ଖବର। ଏହା ଗଣମାଧ୍ୟମର ମନଗଢ଼ା କାହାଣୀ।” ଟ୍ରମ୍ପ୍ କହିଛନ୍ତି,“ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯଦି ମୋତେ ପସନ୍ଦ କରନ୍ତି, ତା’ହେଲେ ତାହା ବୋଝ ନୁହେଁ। ଏହା ଆମେରିକା ପାଇଁ […]

donald

Rakesh Mallick
  • Published: Thursday, 12 January 2017
  • , Updated: 04 May 2017, 03:44 PM IST

ୱାଶିଂଟନ୍‌: ରୁଷ ସହିତ ତାଙ୍କର କୌଣସି ଡିଲ୍ ହୋଇନାହିଁ ବୋଲି କହିଛନ୍ତି ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍।

ସେ କହିଛନ୍ତି,“ରୁଷ ସହିତ ମୋର କୌଣସି ସଂପର୍କ ନାହିଁ କି ମୁଁ ସେ ଦେଶ ସହିତ କୌଣସି ଡିଲ୍ କରି ନାହିଁ। ଏହା ସଂପୂର୍ଣ୍ଣ ମିଥ୍ୟା ଖବର। ଏହା ଗଣମାଧ୍ୟମର ମନଗଢ଼ା କାହାଣୀ।”

ଟ୍ରମ୍ପ୍ କହିଛନ୍ତି,“ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଯଦି ମୋତେ ପସନ୍ଦ କରନ୍ତି, ତା’ହେଲେ ତାହା ବୋଝ ନୁହେଁ। ଏହା ଆମେରିକା ପାଇଁ ସମ୍ପଦ।”

ତାଙ୍କର ବିଶାଳ ବ୍ୟବସାୟ ଓ କନ୍‌ଫ୍ଲିଟ୍‌ ଅଫ୍ ଇଣ୍ଟ୍ରେଷ୍ଟକୁ ନେଇ ଜୋରଦାର ଚର୍ଚ୍ଚା ହେଉଥିବା ବେଳେ ଟ୍ରମ୍ପ୍ ସ୍ପଷ୍ଟ କରିଛନ୍ତି ଯେ ବ୍ୟବସାୟ ସହିତ ରାଷ୍ଟ୍ରପତିଙ୍କର କୌଣସି ସଂପର୍କ ରହିବ ନାହିଁ। ତାଙ୍କର ଦୁଇ ପୁଅ ବ୍ୟବସାୟ ସମ୍ଭାଳିବେ।

ରାଷ୍ଟ୍ରପତି ଭାବେ ନିଜ କାର୍ଯ୍ୟକାଳ ସମୟରେ ସେ ସବୁଠୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବେ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୦ ତାରିଖରେ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ।

Related story