ରାଷ୍ଟ୍ରପତି ପୁଟିନଙ୍କ ସହ ବହୁ ପ୍ରଭାବଶାଳୀ ବ୍ୟକ୍ତି ନେଇ ସାରିଛନ୍ତି କରୋନା ଟିକା!

ମସ୍କୋ: ମହାମାରୀ କରୋନା ଭାଇରାଲ ପାଇଁ ଆଜି ଯାଏ ଟିକା ବାହାରି ନାହିଁ। ଟିକା ତିଆରି କରିବା ପାଇଁ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। କିନ୍ତୁ କରୋନା ଦ୍ୱାରା ୪ର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର  ରୁଷ କରିଥିବା ଦାବି ନୂଆ ଆଶା ସୃଷ୍ଟି କରିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି। ରୁଷ କହିଛି ଯେ ଦେଶ ପକ୍ଷରୁ କରୋନା ଭାଇରସ ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଓ ଖୁବଶୀଘ୍ର ଏହା ମାର୍କେଟକୁ ଆସିବ। […]

du

Hemant Lenka
  • Published: Tuesday, 21 July 2020
  • , Updated: 22 July 2020, 07:13 AM IST

ମସ୍କୋ: ମହାମାରୀ କରୋନା ଭାଇରାଲ ପାଇଁ ଆଜି ଯାଏ ଟିକା ବାହାରି ନାହିଁ। ଟିକା ତିଆରି କରିବା ପାଇଁ ଦୁନିଆର ଶତାଧିକ ବୈଜ୍ଞାନିକ ଲାଗିପଡ଼ିଛନ୍ତି। କିନ୍ତୁ କରୋନା ଦ୍ୱାରା ୪ର୍ଥ ସର୍ବାଧିକ କ୍ଷତିଗ୍ରସ୍ତ ରାଷ୍ଟ୍ର  ରୁଷ କରିଥିବା ଦାବି ନୂଆ ଆଶା ସୃଷ୍ଟି କରିବା ସହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ ମଧ୍ୟ କରିଛି। ରୁଷ କହିଛି ଯେ ଦେଶ ପକ୍ଷରୁ କରୋନା ଭାଇରସ ଭ୍ୟାକସିନର ହ୍ୟୁମାନ୍ ଟ୍ରାଏଲ୍ ପୂରା କରିସାରିଛନ୍ତି ଓ ଖୁବଶୀଘ୍ର ଏହା ମାର୍କେଟକୁ ଆସିବ।

ହେଲେ ଏହା କେତେବେଳେ ହେଲା ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କେମିତି ଏକଥା ଜାଣିପାରିଲା ନାହିଁ, ତା’କୁ ନେଇ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଏସବୁ ଭିତରେ ସାମ୍ନାକୁ ଆସିଥିବା ଆଉ ଏକ ରିପୋର୍ଟରେ ସାଂଘାତିକ କଥା କୁହାଯାଇଛି। ରୁଷରେ ତିଆରି ହୋଇଥିବା କରୋନା ଟିକାକୁ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ବଡ଼ ବଡ଼ ରାଜନେତା ଏବଂ ଦେଶରେ ଥିବା କୋଟପତିଙ୍କୁ ଆଗୁଆ ଦିଆହୋଇ ସାରିଛି।

ବ୍ଲୁମବର୍ଗର ରିପୋର୍ଟ ଅନୁଯାୟୀ, ରୁଷର କୋଟିପତି ଓ ରାଜନେତାଙ୍କୁ କରୋନା ଭାଇରସର ପରୀକ୍ଷଣାତ୍ମକ ଭ୍ୟାକସିନକୁ ଏପ୍ରିଲ ମାସରେ ହିଁ ଦିଆଯାଇଥିଲା। ରାଷ୍ଟ୍ରପତି ପୁଟିନଙ୍କୁ ଏହି ଟିକା ଦିଆଯାଇଥିଲା କି ନାହିଁ ଜଣାପଡ଼ିନାହିଁ। କିନ୍ତୁ ଯେଉଁଭଳି ଭାବେ ଦେଶର ଶୀର୍ଷ ରାଜନେତା, ସରକାରୀ ଅଧିକାରୀ ଓ କୋଟିପତିଙ୍କୁ ଏହି ଟିକା ଦିଆଯାଇଛି, ଏଭଳି ସ୍ଥିତିରେ ପୁଟିନଙ୍କୁ ଏହି ଟିକା ଦିଆଯାଇ ନଥିବାର ସମ୍ଭାବନା କମ୍ ବୋଲି ରିପୋର୍ଟରେ ଦାବି କରାଯାଇଛି।

https://twitter.com/business/status/1285086056925339651?s=20

ରିପୋର୍ଟ ମୁତାବକ, ଯେଉଁ ଧନୀ ବ୍ୟକ୍ତିଙ୍କୁ ଏହି ଟିକା ଦିଆଯାଇଛି, ସେମାନଙ୍କ ମଧ୍ୟରେ ଦେଶର ବଡ଼ ଆଲୁମିନିୟମ କମ୍ପାନୀ ୟୁନାଇଟେଡ୍ ରସେଲର ଶୀର୍ଷ ଅଧିକାରୀ ରହିଛନ୍ତି। ସେହିପରି ଅନେକ କୋଟିପତି ଓ ସରକାରୀ ଅଧିକାରୀଙ୍କୁ ମଧ୍ୟ ଏପ୍ରିଲ ମାସରୁ ଟିକା ଦିଆଯାଇଛି। ଏହି ଭ୍ୟାକସିନକୁ ମସ୍କୋସ୍ଥିତ ରୁଷର ସରକାରୀ କମ୍ପାନୀ ଗମାଲେୟା ଇନଷ୍ଟିଚ୍ୟୁଟ୍ ଏପ୍ରିଲରେ ତିଆରି କରିଥିଲା।

ରୁଷର ସେନା ଓ ସରକାରୀ ରୁଷୀୟ ଡାଇରେକ୍ଟର ଇନଭେଷ୍ଟମେଣ୍ଟ ଟିକା ନିର୍ମାଣ କରିଥିବା ଗମାଲେୟାକୁ ଭ୍ୟାକସିନ ପାଇଁ ଫଣ୍ଡିଂ କରିଛି। ଗତ ସପ୍ତାହରେ ରୁଷ କହିଥିଲା ଯେ ସେମାନେ କରୋନା ଭ୍ୟାକସିନର ପ୍ରଥମ ଟ୍ରାଏଲ୍ ପୂରଣ କରିସାରିଛନ୍ତି ଓ ଟେଷ୍ଟ ରୁଷ ସେନାର ଯବାନଙ୍କ ଉପରେ କରାଯାଇଛି। ତେବେ ଏହାର ରେଜଲ୍ଟକୁ ସାର୍ବଜନୀନ କରାଯାଇନାହିଁ।

ରୁଷର ଗମାଲେୟାର ଭ୍ୟାକସିନ୍ ପଶ୍ଚିମ ଦେଶଗୁଡ଼ିକ ତୁଳନାରେ ଅଧିକ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଅଗଷ୍ଟ ୩ ତାରିଖରୁ ଏହି ଭ୍ୟାକସିନର ଫେଜ୍-୩ର ଟ୍ରାଏଲ୍ ଆରମ୍ଭ ହେବାକୁ ଯାଉଛି। ଏଥିରେ ରୁଷ, ସାଉଦୀ ଆରବ ଓ ୟୁଏଇର ହଜାର ହଜାର ସଂଖ୍ୟକ ଲୋକେ ଭାଗ ନେବେ। କୁହାଯାଉଛି, ଆସନ୍ତା ସେପ୍ଟେମ୍ବର ସୁଦ୍ଧା ରୁଷ ନିଜ ଦେଶର ନାଗରିକଙ୍କୁ କରୋନା ଭ୍ୟାକସିନ୍ ଦେଇଦେବ।

ଗମଲେୟା ସେଣ୍ଟରର ମୁଖ୍ୟ ଆଲେକଜାଣ୍ଡର୍ ଗିଣ୍ଟଜବର୍ଗ ଏକ ସରକାରୀ ନ୍ୟୁଜ୍ ଏଜେନ୍ସିକୁ କହିଛନ୍ତି, ଏହି ଭ୍ୟାକସିନ୍ ଅଗଷ୍ଟ ୧୨ରୁ ୧୪ ତାରିଖ ଭିତରେ 'ସିଭିଲ୍ ସର୍କ୍ୟୁଲେସନ୍'ରେ ଆସିବା ନେଇ ଆଶା ରହିଛି। ପ୍ରାଇଭେଟ୍‌ କମ୍ପାନୀଗୁଡ଼ିକ ସେପ୍ଟେମ୍ବରରୁ ଭ୍ୟାକସିନର ପ୍ରଡକ୍ସନ୍ ପାଇଁ ଅନୁମତି ଦିଆଯିବ।

Related story