ମଝି ଆକାଶରେ ଖଣ୍ଡ ଖଣ୍ଡ ହୋଇଯାଇଥିଲା ରୁଷୀୟ ବିମାନ

କାଏରୋ: ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ରୁଷୀୟ ବିମାନ ମଝି ଆକାଶରେ ହିଁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଟିମର ମୁଖ୍ୟ ଏକଥା ରୁଷୀୟ ଗଣମାଧ୍ୟମକୁ ଜଣାଇଛନ୍ତି।  ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡ଼ିନି। ସେ ନେଇ ଏବେ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଟିମ୍ ଜଣାଇଛି। ବିମାନର ବ୍ଲାକ୍ସବକ୍ସ ଉଦ୍ଧାର ହୋଇଥିବାରୁ ଏଥିରେ ଥିବା ତଥ୍ୟକୁ ଏବେ ବିଶ୍ଳେଷଣ କରାଯାଉଥିବା ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି। […]

russianplane

Rakesh Mallick
  • Published: Monday, 02 November 2015
  • , Updated: 04 May 2017, 03:44 PM IST

କାଏରୋ: ଇଜିପ୍ଟରେ ଦୁର୍ଘଟଣାଗ୍ରସ୍ତ ରୁଷୀୟ ବିମାନ ମଝି ଆକାଶରେ ହିଁ ଖଣ୍ଡ ଖଣ୍ଡ ହୋଇ ଭାଙ୍ଗି ଯାଇଥିଲା। ଏହି ବିମାନ ଦୁର୍ଘଟଣାର ତଦନ୍ତ କରୁଥିବା ଟିମର ମୁଖ୍ୟ ଏକଥା ରୁଷୀୟ ଗଣମାଧ୍ୟମକୁ ଜଣାଇଛନ୍ତି।  ତେବେ ଦୁର୍ଘଟଣାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡ଼ିନି। ସେ ନେଇ ଏବେ ଅଧିକ ତଦନ୍ତ ଜାରି ରହିଥିବା ତଦନ୍ତକାରୀ ଟିମ୍ ଜଣାଇଛି। ବିମାନର ବ୍ଲାକ୍ସବକ୍ସ ଉଦ୍ଧାର ହୋଇଥିବାରୁ ଏଥିରେ ଥିବା ତଥ୍ୟକୁ ଏବେ ବିଶ୍ଳେଷଣ କରାଯାଉଥିବା ତଦନ୍ତକାରୀ ଟିମ୍ ପକ୍ଷରୁ କୁହାଯାଇଛି। ସେପଟେ ବିମାନଟିକୁ ଖସାଇ ଦେଇଥିବା ନେଇ ଇସଲାମୀୟ ଉଗ୍ରବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍ ସହ ଅନୁବନ୍ଧିତ ବିଦ୍ରୋହୀ ଗୋଷ୍ଠୀର ଦାବିକୁ ଖାରଜ କରିଛନ୍ତି ଉଭୟ ରୁଷିଆ ଓ ଇଜିପ୍ଟ। ମେଟ୍ରୋଜେଟ୍ କମ୍ପାନୀର ଏହି ଏୟାରବସଟି ଭଲ ଅବସ୍ଥାରେ ଥିଲା ଏବଂ ଉଡ଼ାଣ ଭରିବା ପୂର୍ବରୁ ସମସ୍ତ ପ୍ରକାରର ସୁରକ୍ଷା ଯାଞ୍ଚ କରାଯାଇଥିଲା ବୋଲି ଇଜିପ୍ଟର ଜଣେ ଅଧିକାରୀ କହିଛନ୍ତି। ସେହିପରି ୧୦ ହଜାର ମିଟର

ଉଚ୍ଚତାରେ ଉଡୁଥିବା ବିମାନକୁ ଖସାଇବା ଭଳି କ୍ଷମତା ଏହି ଆତଙ୍କବାଦୀ ଗୋଷ୍ଠୀ ନିକଟରେ ନାହିଁ ବୋଲି ସୁରକ୍ଷା ବିଶେଷଜ୍ଞମାନେ ଗତକାଲି ସ୍ପଷ୍ଟ କରିଥିଲେ। ଇଜିପ୍ଟର ସର୍ମ-ଏଲ୍-ଶେଖରୁ ରୁଷିଆର ସେଣ୍ଟ ପିଟର୍ସବର୍ଗ ଯାଉଥିବା ଏହି ବିମାନଟି ଶନିବାର ସିନାଇ ପ୍ରଦେଶରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଏଥିରେ ଥିବା ସମସ୍ତ ୨୨୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

Related story