ରୁଷର କରୋନା ଟିକା କେତେ ସଫଳ, ନୂଆ ସର୍ଭେରୁ ଆସିଲା ରିପୋର୍ଟ

ମସ୍କୋ: ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ୍‌-ଭି କେତେ ଫଳପ୍ରଦ, ସେକଥା ଜାଣିବା ପାଇଁ ହୋଇଥିବା ନୂଆ ପରୀକ୍ଷା ରିପୋର୍ଟ ସାମ୍ନାକୁ ଆସିଛି। ପୁରୁଣା ରିପୋର୍ଟ ଭଳି ନୂଆ ରିପୋର୍ଟରେ ସ୍ପୁଟନିକ ଭି କରୋନାକୁ ମାତ ଦେବାରେ ୯୧.୪% ସଫଳ ବୋଲି କୁହାଯାଇଛି। ଏହି ନୂଆ ରିପୋର୍ଟ ପୂର୍ବରୁ ହିଁ ରୁଷରେ ସମୂହ ଟିକାକରଣ ଆରମ୍ଭ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କୁ ସ୍ପୁଟନିକ ଭି ଟିକା ଦିଆଯାଉଛି। ଇତି ମଧ୍ୟରେ ପ୍ରାୟ […]

ta

Hemant Lenka
  • Published: Monday, 14 December 2020
  • , Updated: 14 December 2020, 09:30 PM IST

ମସ୍କୋ: ରୁଷ ପ୍ରସ୍ତୁତ କରିଥିବା କରୋନା ଟିକା ସ୍ପୁଟନିକ୍‌-ଭି କେତେ ଫଳପ୍ରଦ, ସେକଥା ଜାଣିବା ପାଇଁ ହୋଇଥିବା ନୂଆ ପରୀକ୍ଷା ରିପୋର୍ଟ ସାମ୍ନାକୁ ଆସିଛି। ପୁରୁଣା ରିପୋର୍ଟ ଭଳି ନୂଆ ରିପୋର୍ଟରେ ସ୍ପୁଟନିକ ଭି କରୋନାକୁ ମାତ ଦେବାରେ ୯୧.୪% ସଫଳ ବୋଲି କୁହାଯାଇଛି।

ଏହି ନୂଆ ରିପୋର୍ଟ ପୂର୍ବରୁ ହିଁ ରୁଷରେ ସମୂହ ଟିକାକରଣ ଆରମ୍ଭ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିର୍ଦ୍ଦେଶକ୍ରମେ ଲୋକଙ୍କୁ ସ୍ପୁଟନିକ ଭି ଟିକା ଦିଆଯାଉଛି। ଇତି ମଧ୍ୟରେ ପ୍ରାୟ ୧ ଲକ୍ଷ ଲୋକ ଟିକା ନେଇ ସାରିଲେଣି। ଆଜି ଆସିଥିବା ଟ୍ରାଏଲ ରିପୋର୍ଟରେ କୁହାଯାଇଛି ଯେ ୨୨,୭୧୪ ଜଣଙ୍କୁ ପରୀକ୍ଷାରେ ସାମିଲ କରାଯାଇଥିଲା।

୭୮ ଟି କରୋନା ମାମଲା ସାମ୍ନାକୁ ଆସିବା ପରେ ନୂଆ ପରୀକ୍ଷା ରିପୋର୍ଟ ପ୍ରକାଶ କରାଯାଇଛି। ଏହି ୭୮ ଜଣଙ୍କ ମଧ୍ୟରୁ ୬୨ ଜଣଙ୍କୁ ପ୍ଲାସେବୋ ଦିଆଯାଇଥିଲା। ଟ୍ରାଏଲ ସାମିଲ ଥିବା ଲୋକଙ୍କୁ ୧:୩ରେ ପ୍ଲାସେବୋ ଓ ଟିକା ଦିଆଯାଇଥିଲା। ଯେଉଁମାନେ ପ୍ଲାସେବୋ ନେଇଥିଲେ ସେମାନଙ୍କ ମଧ୍ୟରୁ ୨୩ ଜଣଙ୍କ ଶରୀରରେ କୋଭିଡ-୧୯ରେ ସଭିୟର ଲକ୍ଷଣ ଦେଖାଯାଇଥିଲା। ଟିକା ନେଇଥିବା ୧୬ ଜଣଙ୍କ ଶରୀରରେ କୌଣସି ପ୍ରକାରର ଗୁରୁତର ରୋଗ ଦେଖିବାକୁ ମିଳିନାହିଁ। ଏହାର ଅର୍ଥ ସ୍ପୁଟନିକ ଭି ୯୧.୪% ସଫଳ ବୋଲି ପ୍ରମାଣିତ ହୋଇଥିବା ରୁଷ ସରକାର କହିଛନ୍ତି।

ନଭେମ୍ବର ୨୪ରେ ଟ୍ରାଏଲର ପ୍ରାଥମିକ ରିପୋର୍ଟ ପ୍ରକାଶ ପାଇଥିଲା। ୩୯ ଜଣ କରୋନାରେ ଆକ୍ରାନ୍ତ ହେବା ପରେ ଏହି ରିପୋର୍ଟ ପ୍ରକାଶ ପାଇଥିଲା। ସେତେବେଳେ ବି ସ୍ପୁଟନିକ ଭି ୯୧.୪% ସଫଳ ବୋଲି ଜଣାପଡ଼ିଥିଲା।

Related story