ରିଆନ ସ୍କୁଲର ୩ ମାଲିକଙ୍କ ଆବେଦନ ହାଇକୋର୍ଟରେ ଖାରଜ, ଯେକୌଣସି ସମୟରେ ହୋଇପାରନ୍ତି ଗିରଫ

ଗୁରୁଗ୍ରାମ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣାରେ ରିଆନ ଇଣ୍ଟରନ୍ୟାସନାଲ ସ୍କୁଲ ମାଲିକଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ସ୍କୁଲର ମାଲିକ ରିଆନ ପେଣ୍ଟୋ, ଗ୍ରେସ୍‌ ପେଣ୍ଟୋ ଓ ଫ୍ରାନ୍ସିସ୍‌ ପେଣ୍ଟୋଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ଆବେଦନକୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏବେ ଯେକୌଣସି ସମୟରେ ଏମାନଙ୍କୁ ଗିରଫ କରାଯାଇପାରେ। ଏହାସହ କୋର୍ଟ ହରିୟାଣା ସରକାରଙ୍କୁ ନୋଟିସ୍‌ ଜାରି କରି ମାମଲା ଉପରେ ଜବାବ ମାଗିଛନ୍ତି। ମୁମ୍ବାଇରେ ରହୁଥିବା ସ୍କୁଲର ଏହି ୩ ମାଲିକ ପୂର୍ବରୁ ବମ୍ବେ […]

Rakesh Mallick
  • Published: Wednesday, 20 September 2017
  • , Updated: 20 September 2017, 01:25 PM IST

ଗୁରୁଗ୍ରାମ: ପ୍ରଦ୍ୟୁମ୍ନ ହତ୍ୟାକାଣ୍ଡ ଘଟଣାରେ ରିଆନ ଇଣ୍ଟରନ୍ୟାସନାଲ ସ୍କୁଲ ମାଲିକଙ୍କୁ ହାଇକୋର୍ଟରୁ ଝଟକା ଲାଗିଛି। ସ୍କୁଲର ମାଲିକ ରିଆନ ପେଣ୍ଟୋ, ଗ୍ରେସ୍‌ ପେଣ୍ଟୋ ଓ ଫ୍ରାନ୍ସିସ୍‌ ପେଣ୍ଟୋଙ୍କ ଗିରଫଦାରୀ ଉପରେ ରୋକ ଲଗାଇବା ଆବେଦନକୁ ପଞ୍ଜାବ-ହରିୟାଣା ହାଇକୋର୍ଟ ଖାରଜ କରି ଦେଇଛନ୍ତି। ଏବେ ଯେକୌଣସି ସମୟରେ ଏମାନଙ୍କୁ ଗିରଫ କରାଯାଇପାରେ। ଏହାସହ କୋର୍ଟ ହରିୟାଣା ସରକାରଙ୍କୁ ନୋଟିସ୍‌ ଜାରି କରି ମାମଲା ଉପରେ ଜବାବ ମାଗିଛନ୍ତି।

ମୁମ୍ବାଇରେ ରହୁଥିବା ସ୍କୁଲର ଏହି ୩ ମାଲିକ ପୂର୍ବରୁ ବମ୍ବେ ହାଇକୋର୍ଟରେ ଟ୍ରାଞ୍ଜିଟ୍‌ ରିମାଣ୍ଡ ଦେବାକୁ ଆବେଦନ କରିଥିଲେ। ବମ୍ବେ ହାଇକୋର୍ଟର ଜଜ୍‌ ଏଏସ୍‌ ଗଡ଼କାରୀ ଏହାର ବିଚାର କରି ଆବେଦନକୁ ନାମଞ୍ଜୁର କରିଦେଇଥିଲେ। ତେବେ ହରିୟାଣା ହାଇକୋର୍ଟରେ ଆବଦନ କରିବା ପାଇଁ ସମୟ ଦେଇଥିଲେ କୋର୍ଟ।

ଏହାସହ ରିଆନ ପରିବାର ଏହି ୩ ସଦସ୍ୟଙ୍କୁ ପାସ୍‌ପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କୋର୍ଟ କହିଥିଲେ, ଆବେଦନକାରୀ ଦେଶ ଛାଡି ଚାଲିଯିବାର ସମ୍ଭାବନା ରହିଛି। ତେଣୁ ମୁମ୍ବାଇ ପୋଲିସ ଆୟୁକ୍ତଙ୍କ ନିକଟରେ ପାସ୍‌ପୋର୍ଟ ଜମା କରିବାକୁ କୋର୍ଟ କହିଥିଲେ।

ସୂଚନାଯୋଗ୍ୟ, ଗତ ୮ ତାରିଖରେ ସ୍କୁଲର ବାଥରୁମ୍‌ରେ ଦ୍ୱିତୀୟ ଶ୍ରେଣୀର ଛାତ୍ର ପ୍ରଦ୍ୟୁମ୍ନଙ୍କୁ ଗଳାକାଟି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ୍‌ ସ୍କୁଲ ବସ୍‌ର କଣ୍ଡକ୍ଟରକୁ ଗିରଫ କରିଛି। ପ୍ରଦ୍ୟୁମ୍ନଙ୍କ ହତ୍ୟାକୁ ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂମିକା ମଧ୍ୟ ସନ୍ଦେହ ଘେରରେ ରହିଛି। ସ୍କୁଲ କର୍ତ୍ତୃପକ୍ଷ ଘଟଣା ଦିନ ଦେଇଥିବା ବୟାନ ଓ ପରେ ଦେଇଥିବା ବୟାନରେ ତାଳମେଳ ରହୁ ନଥିବାରୁ ଏହା ଘଟଣାକୁ ଆହୁରି ରହସ୍ୟମୟ କରିଦେଇଛି। ପୋଲିସ୍‌ ଗିରଫ କରିଥିବା ବସ୍‌ କଣ୍ଡକ୍ଟରକୁ ମୁଖ୍ୟ ଅଭିଯୁକ୍ତ କୁହାଯାଉଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାର କାରଣ ସ୍ପଷ୍ଟ ହୋଇନାହିଁ।

Related story