ଆଜିଠୁ ବନ୍ଦ ହୋଇଗଲା ସାବରୀମାଲା ମନ୍ଦିର, ଆଉ ମହିଳାମାନେ...

ଥିରୁଭନନ୍ତପୁରମ୍‌: ପରମ୍ପରା ଅନୁସାରେ ୫ ଦିନର ପୂଜାର୍ଚ୍ଚନା ପରେ ଆଜି ବନ୍ଦ ହୋଇଛି ସାବରୀମାଲା।  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ପାଞ୍ଚ ଦିନରେ ୫ ଜଣ ମହିଳା ମନ୍ଦିର ପ୍ରବେଶ ଲାଗି ଉଦ୍ୟମ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବିକ୍ଷୋଭକାରୀ ତାଙ୍କୁ ପ୍ରବେଶ କରାଇ ଦେଇ ନ ଥିଲେ। ସେପଟେ ରାୟର ପୁନର୍ବିଚାର ସମେତ ୧୯ଟି ମାମଲାର ଶୁଣାଣି ଆସନ୍ତାକାଲି କରିବାକୁ […]

fff-0

fff-0

Tapas Behera
  • Published: Monday, 22 October 2018
  • Updated: 22 October 2018, 10:18 PM IST

Sports

Latest News

ଥିରୁଭନନ୍ତପୁରମ୍‌: ପରମ୍ପରା ଅନୁସାରେ ୫ ଦିନର ପୂଜାର୍ଚ୍ଚନା ପରେ ଆଜି ବନ୍ଦ ହୋଇଛି ସାବରୀମାଲା।  ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିଭିନ୍ନ ସଂଗଠନର ବିରୋଧ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ପାଞ୍ଚ ଦିନରେ ୫ ଜଣ ମହିଳା ମନ୍ଦିର ପ୍ରବେଶ ଲାଗି ଉଦ୍ୟମ କରିଥିଲେ। କଡ଼ା ସୁରକ୍ଷା ବ୍ୟବସ୍ଥା ଥିବା ସତ୍ତ୍ୱେ ବିକ୍ଷୋଭକାରୀ ତାଙ୍କୁ ପ୍ରବେଶ କରାଇ ଦେଇ ନ ଥିଲେ।

ସେପଟେ ରାୟର ପୁନର୍ବିଚାର ସମେତ ୧୯ଟି ମାମଲାର ଶୁଣାଣି ଆସନ୍ତାକାଲି କରିବାକୁ ସୁପ୍ରିମକୋର୍ଟ କୋର୍ଟ ସ୍ଥିର କରିଛନ୍ତି। ଅକ୍ଟୋବର୧୮ରୁ ପାଞ୍ଚ ଦିନ ପାଇଁ ଖୋଲିଥିବା ସାବରୀମାଲା ମନ୍ଦିର ସୋମବରା ବନ୍ଦ ହୋଇଛି ।  ମନ୍ଦିରରେ ପ୍ରବେଶ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ବି ବିରୋଧ ଯୋଗୁ ମହିଳାମାନେ ପ୍ରବେଶ କରିପାରିନାହାନ୍ତି।

ପରମ୍ପରା ରକ୍ଷା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିକ୍ଷୋଭ ଯୋଗୁଁ ମହିଳାମାନେ ମନ୍ଦିରରେ ପ୍ରବେଶ କରିପାରିନାହାନ୍ତି । ସାମ୍ବାଦିକା ଓ ସାମାଜିକ କର୍ମୀଙ୍କ ସମେତ ୯ ଜଣ ମହିଳା ପ୍ରବେଶ ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି। ମନ୍ଦିର ଭିତରେ ବିକ୍ଷୋଭକାରୀ କ୍ୟାମ୍ପ କରି ରହିଥିବାରୁ ମନ୍ଦିର ବନ୍ଦ କରିବା ଜରୁରୀ ଥିବା ଦର୍ଶାଇ ମନ୍ଦିର ପ୍ରଶାସନ ସରକାରଙ୍କୁ ଚିଠି କରିଛି ।

ସେପଟେ ଘଟଣା ପାଇଁ ଆର୍‌ଏସ୍‌ଏସ୍‌କୁ ଦାୟୀ କରିଛନ୍ତି ମୁଖ୍ୟମନ୍ତ୍ରୀ ପିନରାୟ ବିଜୟନ। ତେବେ ବିରୋଧକୁ ଉଗ୍ର କରିବା ଲାଗି ଦଳୀୟ କର୍ମୀଙ୍କୁ ଉସୁକାଉଥିବା ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଅନ୍ୟପଟେ ୧୦ରୁ ୧୫ ବର୍ଷର ମହିଳାଙ୍କ ପ୍ରବେଶ ନେଇ ଦେଇଥିବା ରାୟର ପୁନର୍ବିଚାର କରିବା ଲାଗି ସୁପ୍ରିମକୋର୍ଟରେ ଆବେଦନ ହୋଇଛି।  ଏଥିସହ ଏ ସଂପର୍କିତ ମୋଟ୍ ୧୯ଟି ମାମଲାର ଶୁଣାଣି ୨୩ ତାରିଖରେ କରିବାକୁ କୋର୍ଟ ସ୍ଥିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos