ଉପମୁଖ୍ୟମନ୍ତ୍ରୀ ପଦରୁ ବିଦା ହେଲେ ସଚିନ ପାଇଲଟ, ବିଜେପି ଆକ୍ଟିଭ୍

ଜୟପୁର: ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଦଳରେ ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରା ରାଜସ୍ଥାନ କଂଗ୍ରେସର ପିସିସି ସଭାପତି ହୋଇଛନ୍ତି। ମଙ୍ଗଳବାର ସକାଳେ ଜୟପୁରରେ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ […]

sachin-pilot

Subhransu Sekhar
  • Published: Tuesday, 14 July 2020
  • , Updated: 14 July 2020, 01:55 PM IST

ଜୟପୁର: ରାଜସ୍ଥାନ ପ୍ରଦେଶ କଂଗ୍ରେସ ସଭାପତି ପଦବୀ ସହିତ ଉପମୁଖ୍ୟମନ୍ତ୍ରୀ ପଦବୀରୁ ବିଦା ହୋଇଛନ୍ତି କଂଗ୍ରେସ ନେତା ସଚିନ ପାଇଲଟ। ପାଇଲଟଙ୍କ ସହିତ ମନ୍ତ୍ରିମଣ୍ଡଳରେ ଥିବା ତାଙ୍କର ଦୁଇ ଅନୁଗତଙ୍କୁ ମଧ୍ୟ ଦଳ ବିଦା କରିଛି। ଦଳରେ ସଚିନଙ୍କ ସ୍ଥାନରେ ଗୋବିନ୍ଦ ସିଂ ଦୋତାସ୍ରା ରାଜସ୍ଥାନ କଂଗ୍ରେସର ପିସିସି ସଭାପତି ହୋଇଛନ୍ତି।

ମଙ୍ଗଳବାର ସକାଳେ ଜୟପୁରରେ ରାଜସ୍ଥାନ କଂଗ୍ରେସ ବିଧାୟକ ଦଳର ବୈଠକ ବସିଥିଲା। ଏହି ବୈଠକରେ ସଚିନ ପାଇଲଟ ଏବଂ ତାଙ୍କ ଅନୁଗତ ବିଧାୟକମାନେ ଯୋଗ ଦେଇନଥିଲେ। ଏହାପରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଏକ ପ୍ରସ୍ତାବ ପାରିତ ହୋଇଛି। ଏ ନେଇ କଂଗ୍ରେସ ମୁଖପାତ୍ର ରଣଦୀପ ସୁରଜେଓ୍ୱାଲା ସୂଚନା ଦେଇଛନ୍ତି। ଏଥିସହିତ ରାଜ୍ୟରେ ଦେଖାଦେଇଥିବା ରାଜନୀତିକ ସ୍ଥିତି ପାଇଁ ବିଜେପିକୁ ଦାୟୀ କରିଛନ୍ତି ସୁରଜେଓ୍ୱାଲା।

ଅନ୍ୟପଟେ ରାଜ୍ୟରେ ଶାସକ ଦଳ ମଧ୍ୟରେ ଅସ୍ଥିରତା ବଢ଼ିବା ପରେ ବିରୋଧୀ ବିଜେପି ଏବେ ସକ୍ରିୟ ହୋଇଛି। ରାଜସ୍ଥାନ ବିଜେପି ଏବେ ବୈଠକ ଡାକି ଆଗାମୀ ରଣନୀତି ପ୍ରସ୍ତୁତ କରିବ ବୋଲି ଜଣାପଡ଼ିଛି। ରାଜସ୍ଥାନ ବିଜେପିର ପ୍ରମୁଖ ନେତା ଏବେ ବୈଠକ କରୁଥିବା ସୂଚନା ରହିଛି।

ସୂଚନାଯୋଗ୍ୟ, ଗତକାଲି ସଚିନଙ୍କ ଅଫିସ ମଧ୍ୟ ସ୍ପଷ୍ଟ କରିଥିଲା ଯେ, ସଚିନ ଦଳୀୟ ବିଧାୟକ ବୈଠକରେ ଯୋଗ ଦେବେନି। ଏଥିସହିତ ସଚିନ ପାଇଲଟଙ୍କ ଅଫିସ ମଧ୍ୟ ଏକ ଭିଡିଓ ଜାରି କରିଥିଲା। ଯେଉଁଥିରେ ସଚିନଙ୍କ ପାଖରେ 16 ବିଧାୟକ ରହିଥିବା ସୂଚନା ରହିଛି। ସଚିନଙ୍କ ସମର୍ଥକ ବିଧାୟକ ମୁକେଶ ଭାକର ଟୁଇଟ୍ କରି କହିଛନ୍ତି, “କଂଗ୍ରେସର ନିଷ୍ଠାର ଅର୍ଥ ଅଶୋକ ଗେହଲଟଙ୍କ ଗୁଲାମି। ଏହାକୁ ଆମେ ସ୍ୱୀକାର କରିବୁ ନାହିଁ”।

ହେଲେ ମୋଟ୍ 30 ଜଣ ବିଧାୟକ ସଚିନଙ୍କ ପାଖରେ ଥିବା ଦାବି କରିଛି ତାଙ୍କ ଅଫିସ। ଯଦି ସଚିନଙ୍କ ଦାବି ସତ ପ୍ରମାଣିତ ହେବ ଆଉ ଇସ୍ତଫା ଦେବେ ତା’ହେଲେ ଗେହଲଟ ସରକାର ସଂଖ୍ୟାଲଘୁରେ ପରିଣତ ହେବ। ରାଜ୍ୟପାଳ ବିଜେପିକୁ ସରକାର ଗଢ଼ିବା ପାଇଁ ଆମନ୍ତ୍ରଣ କରିପାରନ୍ତି।

Related story