ରୁଷ ଟିକାର ସୁରକ୍ଷା ଯାଞ୍ଚ କରିବା ଦରକାର ବୋଲି କହିଲା ଏମ୍ସ

ନୂଆଦିଲ୍ଲୀ: କରୋନା ଭୟରେ ଥରହର ସାରା ବିଶ୍ୱ ପାଇଁ ଖୁସି ଖବର ଆଣିଛି ରୁଷ। କରୋନାକୁ ମାତ ଦେଇପାରୁ ଥିବା କରୋନା ଟିକା ବାହାର କରିବାରେ ରୁଷ ବିଶ୍ୱର ପ୍ରଥମ ଦେଶ ହୋଇଛି। ରୁଷ କରୋନାକୁ ମାତ୍‌ ଦେଇ ପାରୁଥିବା ସ୍ପୁଟନିକ୍ ଭି ନାଁରେ ଏକ ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି। ତେବେ ଏହି ଟିକାର ବୈଧତା ଓ ସୁରକ୍ଷା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସମେତ ଭାରତ ମଧ୍ୟ ପ୍ରଶ୍ନ […]

gu

Hemant Lenka
  • Published: Tuesday, 11 August 2020
  • , Updated: 11 August 2020, 09:14 PM IST

ନୂଆଦିଲ୍ଲୀ: କରୋନା ଭୟରେ ଥରହର ସାରା ବିଶ୍ୱ ପାଇଁ ଖୁସି ଖବର ଆଣିଛି ରୁଷ। କରୋନାକୁ ମାତ ଦେଇପାରୁ ଥିବା କରୋନା ଟିକା ବାହାର କରିବାରେ ରୁଷ ବିଶ୍ୱର ପ୍ରଥମ ଦେଶ ହୋଇଛି। ରୁଷ କରୋନାକୁ ମାତ୍‌ ଦେଇ ପାରୁଥିବା ସ୍ପୁଟନିକ୍ ଭି ନାଁରେ ଏକ ଟିକା ବାହାର କରିଥିବା ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଘୋଷଣା କରିଛନ୍ତି।

ତେବେ ଏହି ଟିକାର ବୈଧତା ଓ ସୁରକ୍ଷା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ହୁ) ସମେତ ଭାରତ ମଧ୍ୟ ପ୍ରଶ୍ନ ଉଠାଇଛି। ଏହି ଟିକାର ସାମଗ୍ରିକ ବ୍ୟବହାର ପୂର୍ବରୁ ଏହାର ସୁରକ୍ଷା ଯାଞ୍ଚ କରିବା ନିହାତି ଜରୁରି ବୋଲି ଏମ୍ସ ପକ୍ଷରୁ କୁହାଯାଇଛି। ଏମ୍ସର ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ କହିଛନ୍ତି, ଏହି ଟିକାକୁ ବ୍ୟବହାର କରିବା ପୂର୍ବରୁ ଏହାର ସୁରକ୍ଷା ଯାଞ୍ଚ କରିବା ସହ ବିଶ୍ୱସ୍ତରୀୟ ଆଦୃତକୁ ଆକଳନ କରିବା ଦରକାର।

ପ୍ରଥମେ ଟିକା ସୁରକ୍ଷିତ କି ନାହିଁ, ତା’କୁ ଜାଣିବାକୁ ପଡ଼ିବ। ଏହାପରେ ଏହାର ଉତ୍ପାଦନ କଥା ଚିନ୍ତା କରାଯିବ। କେତେ ଲୋକଙ୍କ ଠାରେ ଏହାର ପରୀକ୍ଷା କରାଯାଇଛି? କେବେ ଏହାର ପରୀକ୍ଷା କରାଯାଇଛି, ତା’ ତଥ୍ୟ ସାର୍ବଜନୀନ ହେବା ଉଚିତ। ଯଦି ଏହି ଟିକା ଆଣ୍ଟିବଡି ସୃଷ୍ଟି କରୁଛି, ତା’ହେଲେ ଏହା କେତେ ଦିନ ଯାଏ ମଣିଷ ଶରୀରରେ କାର୍ଯ୍ୟକ୍ଷମ ହେଉଛି, ତା’କୁ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଭାରତର କରୋନା ଟିକା ସମ୍ପର୍କରେ ସେ କହିଛନ୍ତି, ଭାରତରେ ତିଆରି ହୋଇଥିବା କରୋନା ଟିକାଗୁଡ଼ିକ ଫେଜ ୨ ଓ ୩ ଷ୍ଟେଜରେ ରହିଛି। ଭାରତ ଦ୍ରୁତଗତିରେ କରୋନାକୁ ମାତ ଦେଇ ପାରୁଥିବା ଟିକା ବାହାର କରିବ। ଆମ ପାଖରେ ବିପୁଳ ସଂଖ୍ୟାରେ ଏହାର ଉତ୍ପାଦନ କରିବାର କ୍ଷମତା ମଧ୍ୟ ରହିଛି।

Related story