ସାହିତ୍ୟିକଙ୍କ ପରେ ପୁରସ୍କାର ଫେରାଇଲେ ଚଳଚ୍ଚିତ୍ର ନିର୍ମାତା

ମୁମ୍ବାଇ: ସାହିତ୍ୟିକମାନଙ୍କ ପରେ ଜାତୀୟ  ପୁରସ୍କାର ଫେରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା। ପୁନେ ସ୍ଥିତ ଫିଲ୍ମ ଆଣ୍ଡେ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଟିଆଇ)ର ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇ ତଥା ଦେଶରେ ଅସହିଷ୍ଣୁତା ବଢୁଥିବା ଅଭିଯୋଗ କରି ବୁଧବାର ୧୦ ଜଣ ଚଳଚ୍ଚିତ୍ର ନିର୍ମାତା ଜାତୀୟ ପୁରସ୍କାର ଫେରାଇ ଦେଇଛନ୍ତି। ଦିବାକର ବାନାର୍ଜୀ, ପରେଶ କାମଦର, ଲିପିକା ସିଂହ, କିର୍ତ୍ତୀ ନଖୱା, ହର୍ଷ କୁଲକର୍ଣ୍ଣୀ, ହରି ନାୟାରଙ୍କ ସେମତ ୧୦ ଜଣ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ […]

dibakar-banerjee

Rakesh Mallick
  • Published: Wednesday, 28 October 2015
  • , Updated: 28 October 2015, 04:30 PM IST

ମୁମ୍ବାଇ: ସାହିତ୍ୟିକମାନଙ୍କ ପରେ ଜାତୀୟ  ପୁରସ୍କାର ଫେରାଇଛନ୍ତି ଚଳଚ୍ଚିତ୍ର ନିର୍ମାତା। ପୁନେ ସ୍ଥିତ ଫିଲ୍ମ ଆଣ୍ଡେ ଟେଲିଭିଜନ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏଫଟିଟିଆଇ)ର ଛାତ୍ରଛାତ୍ରୀଙ୍କ ଦାବିକୁ ସମର୍ଥନ ଜଣାଇ ତଥା ଦେଶରେ ଅସହିଷ୍ଣୁତା ବଢୁଥିବା ଅଭିଯୋଗ କରି ବୁଧବାର ୧୦ ଜଣ ଚଳଚ୍ଚିତ୍ର ନିର୍ମାତା ଜାତୀୟ ପୁରସ୍କାର ଫେରାଇ ଦେଇଛନ୍ତି। ଦିବାକର ବାନାର୍ଜୀ, ପରେଶ କାମଦର, ଲିପିକା ସିଂହ, କିର୍ତ୍ତୀ ନଖୱା, ହର୍ଷ କୁଲକର୍ଣ୍ଣୀ, ହରି ନାୟାରଙ୍କ ସେମତ ୧୦ ଜଣ ଚଳଚ୍ଚିତ୍ର ନିର୍ମାତା ଓ ନିର୍ଦ୍ଦେଶକ ସେମାନଙ୍କୁ ମିଳିଥିବା ଜାତୀୟ ପୁରସ୍କାର ଫେରାଇ ଦେଇଛନ୍ତି।  ଦିବାକର ବାନାର୍ଜୀ କହିଛନ୍ତି ଯେ ଏହାକୁ ଛାଡ଼ି ଆଉ କିଛି ଚାରା ନଥିଲା।

ପୁନେ ସ୍ଥିତ ଏଫଟିଟିଆଇର ଚେୟାରମ୍ୟାନ୍ ଭାବେ ନିଯୁକ୍ତି ପାଇଥିବା ଗଜେନ୍ଦ୍ର ସିଂହଙ୍କୁ ଅନୁଷ୍ଠାନର ଛାତ୍ରଛାତ୍ରୀମାନେ ବିରୋଧ କରିଆସୁଛନ୍ତି। ୧୩୯ ଦିନ ପରେ ଆଜି ଛାତ୍ରଛାତ୍ରୀମାନେ ଏହି ଆନ୍ଦୋଳନରୁ ଓହରିଛନ୍ତି। କିନ୍ତୁ ଶାନ୍ତିପୂର୍ଣ୍ଣ ଭାବେ ସେମାନଙ୍କ ବିରୋଧ ଜାରି ରଖିବେ ବୋଲି ଛାତ୍ରଛାତ୍ରୀମାନେ ସ୍ପଷ୍ଟ କରି ଦେଇଛନ୍ତି। ସେମାନଙ୍କ ଦାବିକୁ ଏହି ଚଳଚ୍ଚିତ୍ର ନିର୍ମାତାମାନେ ସମର୍ଥନ କରିଛନ୍ତି।

ପୁରସ୍କାର ଫେରାଇଥିବା ଚଳଚ୍ଚିତ୍ର ନିର୍ମାତା ଆନନ୍ଦ ପଟୱର୍ଦ୍ଧନ କହିଛନ୍ତି ଯେ ଲୋକମାନେ ପୁରସ୍କାର ଫେରାଇବା ଆରମ୍ଭ କରିଛନ୍ତି। ଏହାର ଅର୍ଥ ନିଶ୍ଚିତ ଭାବେ ଦେଶରେ କିଛି ଭୁଲ୍ ହେଉଛି।

Related story