ସଲମାନ୍ ଖାନ୍ ନିର୍ବାଚନ ଲଢ଼ିବେନି କି ପ୍ରଚାର କରିବେନି

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ୍‌ ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ୍‌ ସଲମାନ ଟ୍ୱିଟ୍‌ କରି ଏହା କେବଳ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରିନାହିଁ। ମୁଁ ଏଥର କେଉଁ ଦଳ ପାଇଁ ମଧ୍ୟ ପ୍ରଚାର କରିବି ନାହିଁ।” ବଲିଉଡ୍‌ ସୁପରଷ୍ଟାର ସଲମାନ କିନ୍ତୁ ସମସ୍ତଙ୍କୁ ଏଥର ଭୋଟ୍‌ ଦେବାକୁ ଯିବା ପାଇଁ କହିଛନ୍ତି। […]

swqw

Hemant Lenka
  • Published: Thursday, 21 March 2019
  • , Updated: 21 March 2019, 05:41 PM IST

ମୁମ୍ବାଇ: ବଲିଉଡ୍‌ର ଦବଙ୍ଗ ବୟ ସଲମାନ ଖାନ୍‌ ଆସନ୍ତା ନିର୍ବାଚନ ଲଢ଼ିବେ ବୋଲି ଯେଉଁ ଚର୍ଚ୍ଚା ହେଉଥିଲା, ଆଜି ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଖୋଦ୍‌ ସଲମାନ ଟ୍ୱିଟ୍‌ କରି ଏହା କେବଳ ଗୁଜବ ବୋଲି କହିଛନ୍ତି। ସେ କହିଛନ୍ତି, “ମୁଁ କେବେ ହେଲେ ନିର୍ବାଚନ ଲଢ଼ିବାକୁ ଚିନ୍ତା କରିନାହିଁ। ମୁଁ ଏଥର କେଉଁ ଦଳ ପାଇଁ ମଧ୍ୟ ପ୍ରଚାର କରିବି ନାହିଁ।”

ବଲିଉଡ୍‌ ସୁପରଷ୍ଟାର ସଲମାନ କିନ୍ତୁ ସମସ୍ତଙ୍କୁ ଏଥର ଭୋଟ୍‌ ଦେବାକୁ ଯିବା ପାଇଁ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍‌ କରି ସଲମାନଙ୍କୁ ଏପରି ଅପିଲ କରିବାକୁ ପରାମର୍ଶ ଦେଇଥିଲେ। ଆଜି ସଲମାନ ଏହା ଉପରେ ରି-ଟ୍ୱିଟ୍‌ କରିବା ସହ ସମସ୍ତଙ୍କୁ ଚଳିତ ବର୍ଷ ବିପୁଳ ସଂଖ୍ୟାରେ ଭୋଟ୍‌ ଦାନ କରିବାକୁ କହିଛନ୍ତି।

ସଲମାନ୍ ଚଳିତ ବର୍ଷ ନିର୍ବାଚନ ଲଢ଼ିବେ ଏବଂ ମଧ୍ୟପ୍ରଦେଶର କଂଗ୍ରେସ ସରକାରଙ୍କ ପ୍ରଚାର କରିବେ ବୋଲି ଚର୍ଚ୍ଚା ହେଉଥିଲା।

Related story