ସମସ୍ତେ ମୋତେ ହଇରାଣ କରିବାକୁ ଚାହୁଁଛନ୍ତି: କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିପକ୍ଷ ପାର୍ଟି ନେତାଙ୍କୁ ଟାର୍ଗେଟ କରିବାକୁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଏ କଥା ସିବିଆଇର ଜଣେ ଅଧିକାରୀ କହିଥିବା କେଜ୍ରିୱାଲ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି। ସମସ୍ତେ ମୋତେ ହଇରାଣ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି। ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ତାଙ୍କ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ଅଫିସରେ ଚଢ଼ାଉ […]

kejriwal

Rakesh Mallick
  • Published: Friday, 18 December 2015
  • , Updated: 18 December 2015, 10:01 AM IST

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବିପକ୍ଷ ପାର୍ଟି ନେତାଙ୍କୁ ଟାର୍ଗେଟ କରିବାକୁ ସିବିଆଇକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଥିବା ସେ ଅଭିଯୋଗ କରିଛନ୍ତି। ତାଙ୍କୁ ଏ କଥା ସିବିଆଇର ଜଣେ ଅଧିକାରୀ କହିଥିବା କେଜ୍ରିୱାଲ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି। ସମସ୍ତେ ମୋତେ ହଇରାଣ କରିବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି।

ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି, ତାଙ୍କ ମୁଖ୍ୟ ସଚିବ ରାଜେନ୍ଦ୍ର କୁମାର ଅଫିସରେ ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସିବିଆଇ ନେଇଯାଇଛି। ସିବିଆଇ ଚଢାଉ କରି ମୁଖ୍ୟମନ୍ତ୍ରୀଙ୍କ କିଛି ଫାଇଲ ଜବତ କରିବାକୁ ଚାହୁଁଛି।

ମୋଦି ସରକାର ଉପରେ ଆରୋପ ଲଗାଇ ସେ କହିଛନ୍ତି, ସମସ୍ତେ ମୋତେ ହଇରାଣ କରିବାକୁ ଚାହୁଁଛନ୍ତି।  ସିବିଆଇ ମୋ ଅଫିସରେ ଡିଡିସିଏ (ଦିଲ୍ଲୀ ଆଣ୍ଡ୍ ଡିଷ୍ଟ୍ରିକ୍ଟ କ୍ରିକେଟ୍ ଆସୋସିଏସନ୍) ସଂପର୍କିତ ଫାଇଲ ଖୋଜିଥିଲା। ଅରୁଣ ଜେଟଲୀ କିଛି ବର୍ଷ ହେବ ଡିଡିସିଏର ଚେୟାରମ୍ୟାନ ଅଛନ୍ତି। ଡିଡିସିଏରେ ଚାଲିଥିବା ଭ୍ରଷ୍ଟାଚାରର ତଦନ୍ତ ଚାଲିଛି। ଏହାର ରିପୋର୍ଟ ଆସିଛି। ତେବେ ଚଢାଉ ବେଳେ ଏହି ପ୍ରସଙ୍ଗ ସହିତ କୌଣସି ସଂପର୍କ ନ ଥିବା ଡିଡିସିଏର ଏକ ଫାଇଲକୁ ମଧ୍ୟ ସିବିଆଇ ଅଧିକାରୀମାନେ ତନ୍ନ ତନ୍ନ କରି ପଢ଼ିଥିଲେ। କେନ୍ଦ୍ର ସରକାର ସିବିଆଇ ଜରିଆରେ ଉକ୍ତ ଫାଇଲକୁ ନେବାକୁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

 

Related story