ମୌତ୍‌ କା କୂଆଁରେ ୩୧ ଘଣ୍ଟା ଧରି କୁନି ଝିଅର ସଂଘର୍ଷ, ଗଭୀର ଥିଲା ୧୧୦ ଫୁଟ୍‌

ପାଟନା: ମୌତ୍‌ କା କୂଆଁରେ ଫସିଗଲା କୁନି ଝିଅ । ଗଭୀର କୂଅରେ ୩୧ ଘଣ୍ଟା ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଘର୍ଷ। ଶେଷରେ ଉଦ୍ଧାର ହେଲା ୩ ବର୍ଷର ଝିଅ ସାନା। ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍ ଏବଂ ସେନା ପକ୍ଷରୁ ମିଳିତ ଅପରେଶନ୍‌ କରାଯାଇ କୁନି ଝିଅ ସାନାକୁ ଉଦ୍ଧାର କରାଯିବା ଘଟଣା ବିହାରର ମୁଙ୍ଗେର ଜିଲ୍ଲାରେ ବେଶ ଚର୍ଚ୍ଚା ହୋଇଛି। କୂଅଟିର ଗଭୀରତା ୧୧୦ ଫୁଟ୍‌ ହୋଇଥିବା ବେଳେ ୪୨ ଫୁଟରେ ସାନା ଲଟକି ରହିଥିଲା। ତେବେ […]

sana-1

Ordigital Desk
  • Published: Thursday, 02 August 2018
  • , Updated: 02 August 2018, 05:52 PM IST

ପାଟନା: ମୌତ୍‌ କା କୂଆଁରେ ଫସିଗଲା କୁନି ଝିଅ । ଗଭୀର କୂଅରେ ୩୧ ଘଣ୍ଟା ପର୍ଯ୍ୟନ୍ତ ମୃତ୍ୟୁ ସହ ସଂଘର୍ଷ। ଶେଷରେ ଉଦ୍ଧାର ହେଲା ୩ ବର୍ଷର ଝିଅ ସାନା। ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍ ଏବଂ ସେନା ପକ୍ଷରୁ ମିଳିତ ଅପରେଶନ୍‌ କରାଯାଇ କୁନି ଝିଅ ସାନାକୁ ଉଦ୍ଧାର କରାଯିବା ଘଟଣା ବିହାରର ମୁଙ୍ଗେର ଜିଲ୍ଲାରେ ବେଶ ଚର୍ଚ୍ଚା ହୋଇଛି। କୂଅଟିର ଗଭୀରତା ୧୧୦ ଫୁଟ୍‌ ହୋଇଥିବା ବେଳେ ୪୨ ଫୁଟରେ ସାନା ଲଟକି ରହିଥିଲା। ତେବେ ଉଦ୍ଧାରକାରୀ ଦଳ ଦୀର୍ଘ ୩୧ ଘଣ୍ଟା ଧରି ପ୍ରୟାସ କରିବା ପରେ ସାନାକୁ ସଫଳଭାବେ ଉଦ୍ଧାର କରାଯାଇଛି। ଏହି ଖବର ଆସିବା ପରେ ସ୍ଥାନୀୟ ଅଞ୍ଚଳରେ ବେଶ ଖୁସିର ଲହରୀ ଖେଳି ଯାଇଛି। ସାନା ଜୀବିତ ଅବସ୍ଥାରେ ବାହାରକୁ ଆସିବା ପରେ ସ୍ଥାନୀୟ ଲୋକେ ତାକୁ ଜୋରଦାର ସ୍ୱାଗତ କରିଛନ୍ତି। ଉଦ୍ଧାର ପରେ ସଙ୍ଗେ ସଙ୍ଗେ ତାକୁ ମୁଙ୍ଗେର ଜିଲ୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ସାନା ସମ୍ପୂର୍ଣ୍ଣ ସୁସ୍ଥ ଥିବା ହସ୍‌ପିଟାଲର ଆଇସିୟୁ ପକ୍ଷରୁ କୁହାଯାଇଛି।

ସୂଚନା ଅନୁଯାୟୀ,ମଙ୍ଗଳବାର ସନ୍ଧ୍ୟାରେ ଖେଳୁ ଖେଳୁ ସାନା ସେଠାରେ ଥିବା ଏକ ଗଭୀର କୂଅରେ ଖସିପଡ଼ିଥିଲା। ଏହି ଖବର ଆସିବା ପରେ ଉଦ୍ଧାର ପାଇଁ ଅପରେସନ ସାନା ଆରମ୍ଭ ହୋଇଯାଇଥିଲା।

ଏଥିଲାଗି ସ୍ଥାନୀୟ ପ୍ରଶାସନ, ଏନ୍‌ଡିଆରଏଫ୍, ଏସ୍‌ଡିଆରଏଫ୍ ଏବଂ ସେନା ପକ୍ଷରୁ ମିଳିତ ଅପରେଶନ୍‌ ଆରମ୍ଭ ହୋଇଥିଲା।  ଶିଶୁର ଅବସ୍ଥା ଜାଣିବାକୁ ଗାତ ଭିତରକୁ ସିସି କ୍ୟାମେରା ମଧ୍ୟ ପଠାଯାଇଥିଲା।  କ୍ୟାମେରା ଚିତ୍ର ଅନୁସାରେ ଶିଶୁଟି ଜୀବିତ ଥିବା ସୂଚନା ମିଳିଥିଲା। ପରେ କୌଶଳକ୍ରମେ ୩୧ ଘଣ୍ଟା ପରେ ସାନାକୁ ଉଦ୍ଧାର କରାଯାଇଥିଲା।

କଥାରେ ଅଛି ରଖେ ହରି ମାରେ କିଏ। ଆଜି ୧୧୦ ଫୁଟ୍‌ ଗାତରୁ ସାନା ଉଦ୍ଧାର ହେବା ପରେ ଏହି ଉକ୍ତି ପ୍ରମାଣିତ ହୋଇଛି ସତ କିନ୍ତୁ ମନୁଷ୍ୟକୃତ ତ୍ରୁଟି ପାଇଁ ବାରମ୍ବାର ଏମିତି ଦୁର୍ଘଟଣା ଘଟୁଛି। କେଉଁଠି ଗାତ ଖୋଳି ଛାଡ଼ି ଦିଆଯାଉଛି ତ’ ଆଉ କେଉଁଠି ବେପରୁଆଭାବେ ବୋରୱେଲ ଖୋଳି ପରବର୍ତ୍ତୀ ସମୟରେ ଏଥିରୁ ପାଣି ନବାହାରିଲେ ପୋତା ଯାଉ ନାହିଁ।

ଯାହାର ପରିଣାମ ସୂରୂପ ସାନା ଭଳି ଅନେକ ନିରୀହ ଗାତ ଭିତରେ ଫସି ଯାଉଛନ୍ତି। ପ୍ରଥମକରି ୨୦୦୬ରେ ହରିୟାଣାରେ ଏମିତି ଏକ ଘଟଣା ସାରା ଦେଶରେ ଚହଳ ସୃଷ୍ଟି କରିଥିଲା। ସେତେବେଳେ ପ୍ରିନ୍ସ ନାମକ ଜଣେ ୫ ବର୍ଷର ବାଳକ ୬୦ ଫୁଟ୍‌ ଗଭୀର କୂଅକୁ ଖସିପଡ଼ିଥିଲା। ୪୮ ଘଣ୍ଟାର ଅପରେଶନ ପରେ ତାକୁ ଉଦ୍ଧାର କରାଯାଇଥିଲା। ଏହା ପରେ ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି। ଗତ କିଛି ମାସ ତଳେ ଓଡ଼ିଶାର ଅନୁଗୁଳ ଜିଲ୍ଲାରେ ମଧ୍ୟ ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା। ଜିଲ୍ଲାର ଗୁଲାସର ଗାଁରେ ଖେଳୁଖେଳୁ ଅଢେଇ ବର୍ଷର ରାଧା ୨ଶହ ଫୁଟ୍ ଗଭୀର କୂଅକୁ ଖସିପଡ଼ିଥିଲା। ତେବେ ୭ ଘଣ୍ଟାର ଅପରେଶନ ପରେ ରାଧାକୁ ଉଦ୍ଧାର କରାଯାଇଥିଲା।

Related story