ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡ଼ିବା ନେଇ ନିରୁପମଙ୍କ ଧମକ

ମୁମ୍ବାଇ: ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ। ହେଲେ ତା’ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। କଂଗ୍ରେସର ପୂର୍ବତନ ମୁମ୍ବାଇ ମୁଖ୍ୟ ସଞ୍ଜୟ ନିରୁପମ ସିଧାସଳଖ କଂଗ୍ରେସର ହାଇକମାଣ୍ଡଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାମାନେ ତୃଣମୂଳସ୍ତରକୁ ନ ଆସି କେବଳ ନିଷ୍ପତ୍ତି ନେଉଛନ୍ତି। ଆଗକୁ ଏପରି ହେଲେ ସେ ବାଧ୍ୟ ହୋଇ କଂଗ୍ରେସ ଛାଡ଼ିବେ ବୋଲି ମଧ୍ୟ ଧମକ ଦେଇଛନ୍ତି। ନିରୁପମ କହିଛନ୍ତି, “ଦିଲ୍ଲୀରେ ଥିବା କଂଗ୍ରେସ […]

cc

Hemant Lenka
  • Published: Friday, 04 October 2019
  • , Updated: 04 October 2019, 05:14 PM IST

ମୁମ୍ବାଇ: ଅକ୍ଟୋବର ୨୧ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ହେବ। ହେଲେ ତା’ ପୂର୍ବରୁ କଂଗ୍ରେସରେ ଦଳୀୟ କନ୍ଦଳ ତୀବ୍ର ହେବାରେ ଲାଗିଛି। କଂଗ୍ରେସର ପୂର୍ବତନ ମୁମ୍ବାଇ ମୁଖ୍ୟ ସଞ୍ଜୟ ନିରୁପମ ସିଧାସଳଖ କଂଗ୍ରେସର ହାଇକମାଣ୍ଡଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇଛନ୍ତି। କଂଗ୍ରେସର ବରିଷ୍ଠ ନେତାମାନେ ତୃଣମୂଳସ୍ତରକୁ ନ ଆସି କେବଳ ନିଷ୍ପତ୍ତି ନେଉଛନ୍ତି। ଆଗକୁ ଏପରି ହେଲେ ସେ ବାଧ୍ୟ ହୋଇ କଂଗ୍ରେସ ଛାଡ଼ିବେ ବୋଲି ମଧ୍ୟ ଧମକ ଦେଇଛନ୍ତି।

ନିରୁପମ କହିଛନ୍ତି, “ଦିଲ୍ଲୀରେ ଥିବା କଂଗ୍ରେସ ନେତମାନେ ତୃଣମୂଳ ସ୍ତରରେ କ’ଣ ଚାଲିଛି, ସେକଥା ଜାଣୁନାହାନ୍ତି। ଗ୍ରାଉଣ୍ଡ ଲେଭଲରେ କାର୍ଯ୍ୟରତ କର୍ମୀମାନଙ୍କ ଠାରୁ ମତାମତ ନେଉନାହାନ୍ତି। ଏଠାରେ ଦୁର୍ନୀତି ଗ୍ରସ୍ତକୁ ଟିକେଟ ଦିଆଯାଉଛି। ମୁଁ ଏଥର ପ୍ରଚାର କରିବି ନାହିଁ। ଯଦି ଆଗକୁ ଏମିତି ଜାରି ରହିବ, ତା’ହେଲେ ମୁଁ ଦଳ ଛାଡ଼ିବାକୁ ପଛାଇବି ନାହିଁ।

ମୁଁ ୪ ବର୍ଷ ହେଲା କଂଗ୍ରେସ ମୁମ୍ବାଇ ମୁଖ୍ୟ ଭାବେ କାର୍ଯ୍ୟ କରିଛି। ହେଲେ ଏବେ କଂଗ୍ରେସରେ କ’ଣ ହେଉଛି, ସେକଥା କେହି ଜାଣିପାରୁନାହାନ୍ତି। ବର୍ତ୍ତମାନ ରାହୁଲ ଗାନ୍ଧିଙ୍କ ସହଯୋଗୀମାନଙ୍କୁ ଦଳରେ ଅଣଦେଖା କରାଯାଉଛି। ଜାଣିଶୁଣି ରାହୁଲଙ୍କ ବିରୋଧରେ ଏଭଳି ଷଡ଼ଯନ୍ତ୍ର କରାଯାଉଛି। ଭେରସୋଭା ଆସନରୁ ମୁଁ ଜଣଙ୍କୁ ପ୍ରାର୍ଥୀ କରିବି ବୋଲି ପ୍ରସ୍ତାବ ଦେଇଥିଲି। ହେଲେ ଏଯାଏ ଏହାକୁ ମଞ୍ଜୁରୀ ମିଳିନାହିଁ।

ଏହାର ଅର୍ଥ କିଛି ଲୋକ ଜାଣିଶୁଣି କଂଗ୍ରେସକୁ ବୁଡ଼ାଇ ଦେବାକୁ ଚେଷ୍ଟା କରୁଛନ୍ତି। ୨୦ ଜଣ ବିଜୟୀ ହେବା ନେତାଙ୍କୁ ଟିକେଟ ମିଳିନାହିଁ। ସୋନିଆ ଗାନ୍ଧିଙ୍କୁ କେବଳ ମିଥ୍ୟା ତଥ୍ୟ ଦିଆଯାଉଛି। ମୁଁ ଏସମ୍ପର୍କରେ ବରିଷ୍ଠ ନେତାଙ୍କୁ ଜଣାଇଥିଲେ ହେଁ ଏଯାଏ କେହି ବି ଉତ୍ତର ଦେଉନାହାନ୍ତି। ତେଣୁ ଆଗକୁ ଏପରି ଜାରି ରହିଲେ ମୁଁ ଦଳ ଛାଡ଼ିବାକୁ ବାଧ୍ୟ ହେବି।”

Related story