ସଞ୍ଜୀବ ଚତୁର୍ବେଦୀ ଓ ଅଂଶୁ ଗୁପ୍ତା ପାଇବେ ରମଣ ମାଗସେସେ

ନୂଆଦିଲ୍ଲୀ: ୨୦୧୫ ପାଇଁ ଦୁଇ ଜଣ ଭାରତୀୟଙ୍କୁ ମିଳିବ ସମ୍ମାନଜନକ ରମଣ ମାଗସେସେ ପୁରସ୍କାର। ଏମସର ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୀବ ଚତୁର୍ବେଦୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ଗୁଞ୍ଜର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କୁ ଏହି ପୁରସ୍କାର ଦେବା ଲାଗି ଘୋଷଣା ହୋଇଛି। ହ୍ୱିସିଲ ବ୍ଲୋଅର ପ୍ରଶାସକ ଭାବେ ଜଣାଶୁଣା ସଞ୍ଜୀବ ଚତୁର୍ବେଦୀ ଏମସର ମୁଖ୍ୟ ଭିଜିଲାନ୍ସ କମିଶନର ପଦବୀରେ ଥିବା ବେଳେ ସଂସ୍ଥାରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପଦାରେ ପକାଇଥିଲେ। ଏଥିପାଇଁ ଗତବର୍ଷ ଅଗଷ୍ଟରେ ଏହି […]

sanjeev

Rakesh Mallick
  • Published: Wednesday, 29 July 2015
  • , Updated: 29 July 2015, 07:08 AM IST

ନୂଆଦିଲ୍ଲୀ: ୨୦୧୫ ପାଇଁ ଦୁଇ ଜଣ ଭାରତୀୟଙ୍କୁ ମିଳିବ ସମ୍ମାନଜନକ ରମଣ ମାଗସେସେ ପୁରସ୍କାର। ଏମସର ପୂର୍ବତନ ମୁଖ୍ୟ ଭିଜିଲାନ୍ସ କମିଶନର ସଞ୍ଜୀବ ଚତୁର୍ବେଦୀ ଓ ସ୍ୱେଚ୍ଛାସେବୀ ସଂସ୍ଥା ଗୁଞ୍ଜର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କୁ ଏହି ପୁରସ୍କାର ଦେବା ଲାଗି ଘୋଷଣା ହୋଇଛି। ହ୍ୱିସିଲ ବ୍ଲୋଅର ପ୍ରଶାସକ ଭାବେ ଜଣାଶୁଣା ସଞ୍ଜୀବ ଚତୁର୍ବେଦୀ ଏମସର ମୁଖ୍ୟ ଭିଜିଲାନ୍ସ କମିଶନର ପଦବୀରେ ଥିବା ବେଳେ ସଂସ୍ଥାରେ ହୋଇଥିବା ବ୍ୟାପକ ଦୁର୍ନୀତିକୁ ପଦାରେ ପକାଇଥିଲେ। ଏଥିପାଇଁ ଗତବର୍ଷ ଅଗଷ୍ଟରେ ଏହି ପଦବୀରୁ ହଟାଯାଇ ବଦଳି କରାଯାଇଥିଲା। ସେହିଭଳି ଗରିବ ଲୋକଙ୍କ ପାଇଁ କାମ କରୁଥିବା ଗୁଞ୍ଜ୍ ସ୍ୱେଚ୍ଛାସେବୀ ସଂସ୍ଥାର ପ୍ରତିଷ୍ଠାତା ଅଂଶୁ ଗୁପ୍ତାଙ୍କୁ ଦକ୍ଷ ନେତୃତ୍ବ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଉଛି। ଚଳିତ ବର୍ଷ ମୋଟ ୫ ଜଣଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଥିବା ବେଳେ ଏମାନଙ୍କ ମଧ୍ୟରେ ଦୁଇଜଣ ଭାରତୀୟ ରହିଛନ୍ତି।

Related story