ସଂସଦ ଆକ୍ରମଣକୁ ୧୪ ବର୍ଷ ପୂରିଲା: ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଉପରେ ଆକ୍ରମଣକୁ ଆଜି ୧୪ବର୍ଷ ପୂରିଛି। ଆଜି ସଂସଦ ପରିସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ସହିଦଙ୍କୁ ପୁଷ୍ପ ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ। ଏହି ଅବସରରେ ସଂସଦ ପରିସରରେ ଉପସ୍ଥିତ ଥିବା ସହିଦଙ୍କ ପରିବାର ଲୋକଙ୍କୁ ମୋଦି ଭେଟିଥିଲେ। ୨୦୦୧ […]

p

Rakesh Mallick
  • Published: Sunday, 13 December 2015
  • , Updated: 13 December 2015, 10:05 AM IST

ନୂଆଦିଲ୍ଲୀ: ଗଣତନ୍ତ୍ରର ମନ୍ଦିର କୁହାଯାଉଥିବା ସଂସଦ ଉପରେ ଆକ୍ରମଣକୁ ଆଜି ୧୪ବର୍ଷ ପୂରିଛି। ଆଜି ସଂସଦ ପରିସରରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ବହୁ ମାନ୍ୟଗଣ୍ୟ ବ୍ୟକ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି, ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରମୁଖ ସହିଦଙ୍କୁ ପୁଷ୍ପ ଅର୍ପଣ କରିବା ସହ ନୀରବ ପ୍ରାର୍ଥନା କରିଥିଲେ।

ଏହି ଅବସରରେ ସଂସଦ ପରିସରରେ ଉପସ୍ଥିତ ଥିବା ସହିଦଙ୍କ ପରିବାର ଲୋକଙ୍କୁ ମୋଦି ଭେଟିଥିଲେ। ୨୦୦୧ ଡିସେମ୍ୱରେ ୧୩ ତାରିଖରେ ଲସ୍କର-ଏ-ତୋଇବା ଏବଂ ଜୈସ-ଇ-ମହମ୍ମଦର ଆତଙ୍କବାଦୀମାନେ ସଂସଦ ଉପରେ ଆକ୍ରମଣ କରିଥିଲେ। ସୁରକ୍ଷା ବଳୟ ଭେଦି ସଂସଦ ପରିସରକୁ ଏକ କାର୍ ଯୋଗେ ପ୍ରବେଶ କରି ଆକ୍ରମଣ ଆରମ୍ଭ କରିଥିଲେ ଆତଙ୍କବାଦୀ। ସୁରକ୍ଷା ବାହିନୀଙ୍କ ପାଲଟା ଆକ୍ରମଣରେ ଘଟଣାସ୍ଥଳରେ ୫ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଥିଲା। ଏହି ଆକ୍ରମଣରେ ଦିଲ୍ଲୀ ପୋଲିସର ୬ ଜଣଙ୍କ ସହ ସଂସଦ ପରିସରରେ କାମ କରୁଥିବା ଜଣେ କର୍ମଚାରୀ ସହିଦ ହୋଇଥିଲେ।

Related story