ନୂଆଦିଲ୍ଲୀ: ଭାରତର ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ ଟି.ଏସ୍ ଠାକୁର ଶପଥ ନେଇଛନ୍ତି। ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଜଷ୍ଟିସ ଠାକୁରଙ୍କୁ ଆଜି ସୁପ୍ରିମକୋର୍ଟର ୪୩ତମ ପ୍ରଧାନ ବିଚାରପତି ଶପଥ ପାଠ କରାଇଥିଲେ। ୬୩ ବର୍ଷୀୟ ଜଷ୍ଟିସ ଠାକୁର, ଜଷ୍ଟିସ ଏଚ୍.ଏଲ୍. ଦତ୍ତୁଙ୍କ ସ୍ଥାନ ନେଇଛନ୍ତି । ୧୯୫୨ ମସିହା ଜାନୁଆରି ୪ ତାରିଖରେ ଜନ୍ମଗ୍ରହଣ କରିଥିବା ଜଷ୍ଟିସ୍ ଠାକୁର ଜମ୍ମୁ-କାଶ୍ମୀର ହାଇକୋର୍ଟରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ତେବେ ୧୯୯୪ ମସିହାରେ ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୦୯ରେ ତାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ କରାଯାଇଥିଲା। ଜଷ୍ଟିସ ଠାକୁର ୨୦୧୭ ଜାନୁୟାରୀ ୪ ତାରିଖରେ ଅବସର ଗ୍ରହଣ କରିବେ।