କୋଲକାତା: ବହୁଚର୍ଚ୍ଚିତ ସାରଦା ଚିଟଫଣ୍ଡ ଘୋଟାଲା ମାମଲାରେ ଆଜି ଦ୍ୱିତୀୟ ଥର ପାଇଁ ସିବିଆଇ ଜେରାର ସାମ୍ନା କରୁଛନ୍ତି ପଶ୍ଚିମବଙ୍ଗର ଆଇପିଏସ ଅଫିସର ଅର୍ଣ୍ଣବ ଘୋଷ। ଗତକାଲି ପାଖାପାଖି ୯ ଘଣ୍ଟା ଧରି ସିବିଆଇ ଜେରାର ସମ୍ମୁଖୀନ ହେବା ପରେ ଆଜି ଦ୍ୱିତୀୟ ଥର ହାଜର ହେବା ପାଇଁ ସିବିଆଇ ଅର୍ଣ୍ଣବଙ୍କୁ କହିଥିଲା।
ସାରଦା ଚିଟଫଣ୍ଡ ଘୋଟାଲାର ତଦନ୍ତ ପ୍ରଥମେ ପଶ୍ଚିମବଙ୍ଗ ସରକାର ଏକ ଏସଆଇଟି ଗଠନ କରି ତଦନ୍ତ କରିଥିଲେ। ସେତେବେଳେ ଏସଆଇଟି ଟିମର ନେତୃତ୍ୱ ନେଇଥିବା ଆଇପିଏସ ରାଜୀବ କୁମାରଙ୍କ ଟିମରେ ଥିଲେ ଅର୍ଣ୍ଣବ ଘୋଷ ଏବଂ ଦିଲ୍ଲୀପ ହାବ୍ରା। ଅର୍ଣ୍ଣବ ସିବିଆଇ ଜେରାର ସମ୍ମୁଖୀନ ହୋଇଥିବାବେଳେ ଦିଲ୍ଲୀପ ହାବ୍ରା ସିବିଆଇ ସମନର ଜବାବ ରଖି ନାହାନ୍ତି।
ସେତେବେଳେ ଏସଆଇଟି ଟିମର ନେତୃତ୍ୱ ନେଇଥିବା ରାଜୀବ କୁମାର ତଦନ୍ତ କରୁଥିବାବେଳେ ଅନେକ ପ୍ରମାଣ ନଷ୍ଟ କରିଦେଇଥିବାର ପ୍ରମାଣ ସିବିଆଇ ପାଇଛି। ତେଣୁ ରାଜୀବଙ୍କ ଟିମରେ ସାମିଲ ଥିବା ଦୁଇ ସହଯୋଗୀ ଅର୍ଣ୍ଣବ ଏବଂ ଦିଲ୍ଲୀପ ହାବ୍ରାଙ୍କୁ ଜେରା କରି ସିବିଆଇ ଏ ଦିଗରେ ଅଧିକ ଖୋଳତାଡ଼ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଗଞ୍ଜେଇ ସହ ଧରାପଡ଼ିଲେ ବିଧାୟିକାଙ୍କ ପୁଅ, ଅଭିଯୋଗକୁ ଖଣ୍ଡନ କଲେ ମା'
ଥାକଜୀ ବ୍ରିଜ ତଳୁ ଏକ ଗୋଷ୍ଠୀର ସଦସ୍ୟଙ୍କ ଠାରୁ ଗଞ୍ଜେଇ ଜବତ ହୋଇଥିଲା। ଏହି ମାମଲାରେ ସିପିଏମ୍ ବିଧାୟିକା ୟୁ ପ୍ରତିଭାଙ୍କ ପୁଅ ସମେତ ୯ ଜଣଙ୍କୁ ଗିରଫ କରାଯାଇଥିଲା।
National
ଜହ୍ଲାଦ ପାଲଟିଲା ସ୍ୱାମୀ, ତୃତୀୟ ଝିଅ ଜନ୍ମ ହେବାରୁ ସ୍ତ୍ରୀକୁ ଜୀଅନ୍ତା ଜାଳିଦେଲା
ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି।
National
ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବିଶ୍ୱ ଚେସ୍ ଚାମ୍ପିଅନ୍ ଡି. ଗୁକେଶ
ମୋଦିଙ୍କୁ ନିଜ ବିଶ୍ୱ ଚେସ୍ ଚାମ୍ପିଅନସିପ୍ ମେଡାଲ୍ ଦେଖାଇବା ସହିତ, ସେ ଜିତିଥିବା ମ୍ୟାଚର ଅରିଜିନାଲ୍ ଚେସବୋର୍ଡ ପ୍ରଧାନମନ୍ତ୍ରୀଙ୍କୁ ଉପହାର ଦେଇଛନ୍ତି ଗୁକେଶ।
Crime
କବାଟ ଲକରେ କେମିତି ଝୁଲିଲେ ମହିଳା? ହତ୍ୟା ଅଭିଯୋଗ ଆଣିଲେ ସ୍ୱାମୀ
ମହିଳାଙ୍କ ମୃତଦେହ ତାଙ୍କ ଘର କବାଟର ଲକରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରିଛି ପୁଲିସ। ମହିଳାଙ୍କୁ ଜଣେ ପୁଲିସ କନଷ୍ଟେବଲ ହତ୍ୟା କରିଥିବା ତାଙ୍କ ସ୍ୱାମୀ ଅଭିଯୋଗ ଆଣିଛନ୍ତି।
Accident
ଅଭିନେତ୍ରୀଙ୍କ କାର ଧକ୍କାରେ ଶ୍ରମିକ ମୃତ, ଏକାଧିକ ଗୁରୁତର
ଲୋକପ୍ରିୟ ମରାଠି ଅଭିନେତ୍ରୀ ଉର୍ମିଳା କୋଠାରେ ଏକ ଶୁଟିଂ ସାରି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା।