ଶାରଦା ଚିଟଫଣ୍ଡ ଠକେଇ : ମନ୍ତ୍ରୀ ମଦନ ମିତ୍ରାଙ୍କୁ ବେଲ୍

କୋଲକାତା: ଶାରଦା ଚିଟଫଣ୍ଡ ଠକେଇରେ ଗତ ବର୍ଷ ଠାରୁ ଜେଲରେ ଥିବା ପଶ୍ଚିମବଙ୍ଗର ପରିବହନ ମନ୍ତ୍ରୀ ମଦନ ମିତ୍ରାଙ୍କୁ ଶନିବାର ଜାମିନ ମିଳିଛି। ସିବିଆଇର ସ୍ଥାନୀୟ କୋର୍ଟ ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି। ଗତ ଡିସେମ୍ବର ୧୨ ତାରିଖରେ ସିବିଆଇ ପଶ୍ଚିମବଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସର ଏହି ମନ୍ତ୍ରୀ ଜଣଙ୍କୁ ଗିରଫ କରିଥିଲା। ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ମିତ୍ରାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ଓ ବିଶ୍ୱାସଘାତକତା […]

madan-mitra

Rakesh Mallick
  • Published: Saturday, 31 October 2015
  • , Updated: 31 October 2015, 02:34 PM IST

କୋଲକାତା: ଶାରଦା ଚିଟଫଣ୍ଡ ଠକେଇରେ ଗତ ବର୍ଷ ଠାରୁ ଜେଲରେ ଥିବା ପଶ୍ଚିମବଙ୍ଗର ପରିବହନ ମନ୍ତ୍ରୀ ମଦନ ମିତ୍ରାଙ୍କୁ ଶନିବାର ଜାମିନ ମିଳିଛି। ସିବିଆଇର ସ୍ଥାନୀୟ କୋର୍ଟ ଦୁଇ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି।

ଗତ ଡିସେମ୍ବର ୧୨ ତାରିଖରେ ସିବିଆଇ ପଶ୍ଚିମବଙ୍ଗରେ ଶାସନ କରୁଥିବା ତୃଣମୂଳ କଂଗ୍ରେସର ଏହି ମନ୍ତ୍ରୀ ଜଣଙ୍କୁ ଗିରଫ କରିଥିଲା। ସିବିଆଇ ଦାଖଲ କରିଥିବା ଚାର୍ଜସିଟରେ ମିତ୍ରାଙ୍କ ବିରୋଧରେ ଅପରାଧିକ ଷଡଯନ୍ତ୍ର, ଠକେଇ ଓ ବିଶ୍ୱାସଘାତକତା ଆଧାରରେ ଦଫା ଲଗାଇଥିଲା।

Related story