ଗୁଜରାଟ: ସଂରକ୍ଷଣ ଦାବିରେ ପଟେଲ ସମ୍ପ୍ରଦାୟର ଆନ୍ଦୋଳନ

ଅହମ୍ମଦାବାଦ: ସଂରକ୍ଷଣ ଦାବିରେ ପଟେଲ ରାଲି ଚଳାଇଥିବା ହାର୍ଦ୍ଦିକ ପଟେଲ ଆଜି ନୂଆ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ଆନ୍ଦୋଳନ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ଏଠାରୁ ହଟିବେ ନାହିଁ ବୋଲି କହିଛନ୍ତି। ହାର୍ଦ୍ଦିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚିବା ପରେ ସେ ତାଙ୍କର ଦାବିପତ୍ର ଦେବେ। ଯଦି ମୁଖ୍ୟମନ୍ତ୍ରୀ ନ ଆସନ୍ତି ତେବେ ସେ ନିଜେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ପୂରା ଭାରତ ବର୍ଷରେ ୨୭ କୋଟି ଲୋକ […]

patel

Rakesh Mallick
  • Published: Tuesday, 25 August 2015
  • , Updated: 25 August 2015, 09:46 AM IST

ଅହମ୍ମଦାବାଦ: ସଂରକ୍ଷଣ ଦାବିରେ ପଟେଲ ରାଲି ଚଳାଇଥିବା ହାର୍ଦ୍ଦିକ ପଟେଲ ଆଜି ନୂଆ ଦାବି କରିଛନ୍ତି। ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ଆନ୍ଦୋଳନ ସ୍ଥଳରେ ନ ପହଞ୍ଚିବା ପର୍ଯ୍ୟନ୍ତ ସେ ଏଠାରୁ ହଟିବେ ନାହିଁ ବୋଲି କହିଛନ୍ତି। ହାର୍ଦ୍ଦିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଆନ୍ଦୋଳନ ସ୍ଥଳରେ ପହଞ୍ଚିବା ପରେ ସେ ତାଙ୍କର ଦାବିପତ୍ର ଦେବେ। ଯଦି ମୁଖ୍ୟମନ୍ତ୍ରୀ ନ ଆସନ୍ତି ତେବେ ସେ ନିଜେ ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଆନ୍ଦୋଳନରେ ପୂରା ଭାରତ ବର୍ଷରେ ୨୭ କୋଟି ଲୋକ ଅଛନ୍ତି। ୧୭୦ ଏମପି ଆମର ଥିବା ବେଳେ ବିହାର ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଆମର। ଆମେ କାହା ଅଧିକାର ହଡପ କରିବାକୁ ଚାହୁଁନାହୁଁ। ଆମେ ଆମ ଅଧିକାର ଦାବି କରୁଛୁ । ଆମକୁ ସଂରକ୍ଷଣ ଦେଇ ଦେଲେ ଆମେ ଆନ୍ଦୋଳନ ଶେଷ କରି ଦେବୁ।

Related story