ଜେଲ୍‌ ନା ଗେଷ୍ଟହାଉସ୍‌: ଅତିଥି ପରି ରହୁଛନ୍ତି ଶଶିକଳା, ଯିବାଆସିବା ଫ୍ରି

ବେଙ୍ଗାଲୁରୁ: ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଡିଏମ୍‌କେ ମୁଖ୍ୟ ବନିଥିବା ଶଶିକଳା ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଙ୍ଗାଲୁରୁ ଜେଲ୍‌ରେ ଥିବା ଶଶିକଳାଙ୍କୁ ଭିଭିଆଇପି ସେବା ମିଳୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ହେଲେ ସଦ୍ୟ ଆସିଥିବା ଏକ ଭିଡିଓରୁ ଶଶିକଳାଙ୍କ ସହ ପୋଲିସ୍‌ ପ୍ରଶାସନର ସମ୍ପର୍କ ପଦାରେ ପଡି ଯାଇଛି। କାରଣ ଜେଲ୍‌ରେ ନା କେବଳ ଶଶିକଳାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ ମିଳୁଛି ତାହା ନୁହେଁ, […]

sasikala

Rakesh Mallick
  • Published: Monday, 21 August 2017
  • , Updated: 21 August 2017, 04:54 PM IST

ବେଙ୍ଗାଲୁରୁ: ଜୟଲଳିତାଙ୍କ ମୃତ୍ୟୁ ପରେ ଏଆଇଡିଏମ୍‌କେ ମୁଖ୍ୟ ବନିଥିବା ଶଶିକଳା ସବୁବେଳେ କିଛି ନା କିଛି ଘଟଣାକୁ ନେଇ ଚର୍ଚ୍ଚାରେ ରହୁଛନ୍ତି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବେଙ୍ଗାଲୁରୁ ଜେଲ୍‌ରେ ଥିବା ଶଶିକଳାଙ୍କୁ ଭିଭିଆଇପି ସେବା ମିଳୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଛି। ହେଲେ ସଦ୍ୟ ଆସିଥିବା ଏକ ଭିଡିଓରୁ ଶଶିକଳାଙ୍କ ସହ ପୋଲିସ୍‌ ପ୍ରଶାସନର ସମ୍ପର୍କ ପଦାରେ ପଡି ଯାଇଛି। କାରଣ ଜେଲ୍‌ରେ ନା କେବଳ ଶଶିକଳାଙ୍କୁ ଭିଭିଆଇପି ଟ୍ରିଟମେଣ୍ଟ ମିଳୁଛି ତାହା ନୁହେଁ, ତାଙ୍କୁ ବାହାରକୁ ମଧ୍ୟ ଯିବା ଆସିବାକୁ ଦିଆଯାଉଛି। ଏଥିରେ ହସ୍ତକ୍ଷେପ କରିବାକୁ କୌଣସି ଜେଲ୍‌ କର୍ମଚାରୀ ସାହସ କରୁନାହାଁନ୍ତି।

ଜେଲର ପୂର୍ବତନ ଡିଆଇଜି ଡି. ରୂପା ଆଣ୍ଟି କରପସ୍‌ନ ବ୍ୟୁରୋ (ଏସିବି)କୁ ଏକ ସିସିଟିଭି ଫୁଟେଜ ଦେଇଛନ୍ତି। ଯେଉଁଥିରେ ଶଶିକଳା ଜେଲ ଡ୍ରେସ୍‌ ବଦଳରେ ସାଧାରଣ ପୋଷାକରେ ଗାର୍ଡଙ୍କ ଆଗରେ ମେନ୍‌ ଗେଟ୍‌ ଦେଇ ଜେଲ୍‌ ଭିତରକୁ ପ୍ରବେଶ କରୁଥିବା ଦେଖିବାକୁ ମିଳୁଛି। ଭିଡିଓରେ ସେ ଏକ ବ୍ୟାଗ୍‌ ଧରିଥିବା ଦେଖିବାକୁ ମିଳୁଛି। ଶଶିକଳାଙ୍କୁ ଜେଲ୍‌ରୁ ବାହାରକୁ ଯିବାକୁ ଅନୁମିତ ଅଛି ନା ଜେଲ୍‌ କର୍ତ୍ତୃପକ୍ଷ ତାଙ୍କୁ ଏହି ବିଶେଷ ସୁବିଧା ଦେଇଛନ୍ତି ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।

ଶଶିକଳାଙ୍କୁ ଜେଲ୍‌ରେ ଭିଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯିବା ସହ ତାଙ୍କ ପାଇଁ ଏକ ସ୍ୱତନ୍ତ୍ର ରୋଷେଇ ଘରର ବ୍ୟବସ୍ଥା କରାଯାଇଥିବା ଡିଆଇଜି ଡି. ରୂପା ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି।

Related story