ଅଡୁଆରେ ଶଶିକଳା: ପୁତୁରାଙ୍କ ଦ୍ୱାରା ପରିଚାଳିତ ଜାଲ୍‌ କମ୍ପାନୀର ୧୦୦ ବ୍ୟାଙ୍କ ଖାତା ଫ୍ରିଜ୍‌ କଲା ଆୟକର ବିଭାଗ

ଚେନ୍ନାଇ: ଏଆଇଏଡିଏମ୍‌କେ ନେତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ବିବାଦୀୟ ହୋଇପଡିଥିବା ତାଙ୍କ ସହଯୋଗୀ ଭି.କେ.ଶଶିକଳାଙ୍କ ଅଡୁଆ ତୁଟୁନି। ବିବାଦ ପରେ ବିବାଦରେ ସେ ଛନ୍ଦି ହୋଇପଡୁଛନ୍ତି। ଶଶିଙ୍କୁ ଆଉ ଏକ ଝଟ୍‌କା ଲାଗିଛି ।  ତାଙ୍କ ସହ ସମ୍ପୃକ୍ତ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଏକାଉଣ୍ଟ ସିଜ୍‌ କରିବାରେ ଲାଗିଛି ଅୟକର ବିଭାଗ । ଏହି କ୍ରମରେ ୧୦୦ଟି ଏକାଉଣ୍ଟ ଫ୍ରିଜ୍‌ କରିଦିଆଯାଇଛି। ନିକଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶଶିକଳାଙ୍କର ପୁତୁରା ତଥା ଜୟା ଟିଭି ଏମ୍‌ଡି ବିବେକ ଜୟରାମନଙ୍କ […]

jaya tv office

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 04:48 PM IST

ଚେନ୍ନାଇ: ଏଆଇଏଡିଏମ୍‌କେ ନେତ୍ରୀ ଜୟଲଳିତାଙ୍କ ମୃତ୍ୟୁ ପରେ ବିବାଦୀୟ ହୋଇପଡିଥିବା ତାଙ୍କ ସହଯୋଗୀ ଭି.କେ.ଶଶିକଳାଙ୍କ ଅଡୁଆ ତୁଟୁନି। ବିବାଦ ପରେ ବିବାଦରେ ସେ ଛନ୍ଦି ହୋଇପଡୁଛନ୍ତି। ଶଶିଙ୍କୁ ଆଉ ଏକ ଝଟ୍‌କା ଲାଗିଛି ।  ତାଙ୍କ ସହ ସମ୍ପୃକ୍ତ ସମ୍ପର୍କୀୟମାନଙ୍କ ବ୍ୟାଙ୍କ ଏକାଉଣ୍ଟ ସିଜ୍‌ କରିବାରେ ଲାଗିଛି ଅୟକର ବିଭାଗ । ଏହି କ୍ରମରେ ୧୦୦ଟି ଏକାଉଣ୍ଟ ଫ୍ରିଜ୍‌ କରିଦିଆଯାଇଛି।

ନିକଟରେ ଦୋଷୀ ସାବ୍ୟସ୍ତ ହୋଇଥିବା ଶଶିକଳାଙ୍କର ପୁତୁରା ତଥା ଜୟା ଟିଭି ଏମ୍‌ଡି ବିବେକ ଜୟରାମନଙ୍କ ଦ୍ୱାରା ପରିଚାଳିତ ହେଉଛି ବୋଲି କୁହାଯାଉଥିବା ଜାଲ୍‌ କମ୍ପାନିଗୁଡ଼ିକର ଉପରୋକ୍ତ ବ୍ୟାଙ୍କ୍‌ ଖାତାକୁ ଫ୍ରିଜ୍‌ କରାଯାଇଛି । ଶନିବାର ଏ ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ନଗଦ ୬ କୋଟି ଟଙ୍କା ଏବଂ ସାଢ଼େ ଆଠ କିଲୋ ସୁନା ଏବଂ ୧୨୦୦ କୋଟି ଟଙ୍କାର ହିସାବ ରହିତ ଅର୍ଥ ବିନିଯୋଗର ଦଲିଲପତ୍ର ଜବତ କରାଯାଇଛି । ଶଶିକଳାଙ୍କର ଭାଇ ଭି ଦିବାଧରନଙ୍କ ମାଲିକାନାରେ ଥିବା ମାନ୍ନରଗୁଡ଼ିସ୍ଥିତ ମହିଳା କଲେଜର ଏକ ଅବ୍ୟବହୃତ ଛାତ୍ରୀନିବାସରୁ ମଧ୍ୟ ବହୁ ମୂଲ୍ୟବାନ ସାମଗ୍ରୀ ଉଦ୍ଧାର କରାଯାଇଛି।

Related story