ସାଉଦି ଆରବରେ ଯୋଗକୁ ମୌଲବୀଙ୍କ ସମର୍ଥନ

ନୂଆଦିଲ୍ଲୀ: ସାଉଦି ଆରବରେ ଯୋଗକୁ କ୍ରୀଡାରେ ସାମିଲ କରାଯାଇଛି।  ଏହାକୁ ଭାରତର କିଛି  ମୌଲବୀ ସମର୍ଥନ କରିଛନ୍ତି।  ଯୋଗକୁ କେବେ ବି ଇସଲାମରେ ବାରଣ କରାଯାଇନାହିଁ  ବୋଲି ସେ କହିଛନ୍ତି ।  ସେପଟେ ସାଉଦି ଆରବ ପରେ ଭାରତରେ ମଧ୍ୟ ଯୋଗକୁ  କ୍ରୀଡାରେ ସାମିଲ କରାଯିବାକୁ ଯୁକ୍ତି ରଖିଛନ୍ତି । ଯୋଗ ଗୁରୁ ରାମଦେବ  ଏଥିସହ  ପାଠ୍ୟକ୍ରମରେ ମଧ୍ୟ ଯୋଗକୁ ସାମିଲ କରିବାକୁ ରାମଦେବ କହିଛନ୍ତି। ସାଉଦି ଆରବର ନଉଫ ମାରୱାଇ ଯୋଗକୁ କ୍ରୀଡାରେ ସାମିଲ କରିବା […]

yoga

Rakesh Mallick
  • Published: Wednesday, 15 November 2017
  • , Updated: 15 November 2017, 09:29 PM IST

ନୂଆଦିଲ୍ଲୀ: ସାଉଦି ଆରବରେ ଯୋଗକୁ କ୍ରୀଡାରେ ସାମିଲ କରାଯାଇଛି।  ଏହାକୁ ଭାରତର କିଛି  ମୌଲବୀ ସମର୍ଥନ କରିଛନ୍ତି।  ଯୋଗକୁ କେବେ ବି ଇସଲାମରେ ବାରଣ କରାଯାଇନାହିଁ  ବୋଲି ସେ କହିଛନ୍ତି ।  ସେପଟେ ସାଉଦି ଆରବ ପରେ ଭାରତରେ ମଧ୍ୟ ଯୋଗକୁ  କ୍ରୀଡାରେ ସାମିଲ କରାଯିବାକୁ ଯୁକ୍ତି ରଖିଛନ୍ତି । ଯୋଗ ଗୁରୁ ରାମଦେବ  ଏଥିସହ  ପାଠ୍ୟକ୍ରମରେ ମଧ୍ୟ ଯୋଗକୁ ସାମିଲ କରିବାକୁ ରାମଦେବ କହିଛନ୍ତି। ସାଉଦି ଆରବର ନଉଫ ମାରୱାଇ ଯୋଗକୁ କ୍ରୀଡାରେ ସାମିଲ କରିବା ପାଇଁ ଦୀର୍ଘ  ଦିନରୁ ଯୁକ୍ତି ଉପସ୍ଥାପନ କରି ଆସୁଥିଲେ।   ଶେଷରେ ତାଙ୍କର ଦାବିକୁ ମାନିଛନ୍ତି  ସାଉଦିଆରବ ସରକାର।   ୩୭ବର୍ଷୀୟା ନଉଫ ସ୍ତନ କର୍କଟରେ ଆକ୍ରାନ୍ତ ହେବା ପରେ  ଯୋଗ ଅଭ୍ୟାସ କରିଥିଲେ।   ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେ ଯୋଗର ପ୍ରଚାର ପ୍ରସାର ପାଇଁ  ଲାଗି ପଡିଥିଲେ ।

Related story