ଷ୍ଟେଟ୍ ବ୍ୟାଙ୍କ ଗ୍ରାହକଙ୍କ ପାଇଁ ଖୁସି ଖବର, ୮୦ ପ୍ରତିଶତ କମିଲା ଅନଲାଇନ୍ ଟ୍ରାଞ୍ଜାକ୍ସନ୍‌ ଚାର୍ଜ

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କ୍ ଏସବିଆଇ ଏହାର IMPS ବା ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ ଚାର୍ଜ କୋହଳ କରିଛି। ଯେଉଁ ଗ୍ରାହକମାନେ IMPS ସେବା ମାଧ୍ୟମରେ ଅନଲାଇନ ଟ୍ରାଞ୍ଜାକ୍ସନ କରୁଛନ୍ତି ସେମାନଙ୍କୁ ଆଉ ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। କାରଣ ଏଥିପାଇଁ ଲାଗୁଥିବା ଚାର୍ଜର ୮୦ ପ୍ରତିଶତ କମାଇ ଦେଇଛି ଷ୍ଟେଟ୍ ବ୍ୟାଙ୍କ। IMPS ହେଉଛି ଏକ ଇଣ୍ଟର ବ୍ୟାଙ୍କିଙ୍ଗ୍ ଇଲେକ୍ଟ୍ରୋନିକ୍ ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ସିଷ୍ଟମ। ଏହା ମାଧ୍ୟମରେ ଗ୍ରାହକ ମୋବାଇଲ ଫୋନ କିମ୍ବା ନେଟ୍ […]

SBI

Rakesh Mallick
  • Published: Saturday, 28 October 2017
  • , Updated: 28 October 2017, 06:17 PM IST

ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ବ୍ୟାଙ୍କ୍ ଏସବିଆଇ ଏହାର IMPS ବା ଇମିଡିଏଟ୍ ପେମେଣ୍ଟ ସର୍ଭିସ୍ ଚାର୍ଜ କୋହଳ କରିଛି। ଯେଉଁ ଗ୍ରାହକମାନେ IMPS ସେବା ମାଧ୍ୟମରେ ଅନଲାଇନ ଟ୍ରାଞ୍ଜାକ୍ସନ କରୁଛନ୍ତି ସେମାନଙ୍କୁ ଆଉ ଅଧିକ ଚାର୍ଜ ଦେବାକୁ ପଡ଼ିବ ନାହିଁ। କାରଣ ଏଥିପାଇଁ ଲାଗୁଥିବା ଚାର୍ଜର ୮୦ ପ୍ରତିଶତ କମାଇ ଦେଇଛି ଷ୍ଟେଟ୍ ବ୍ୟାଙ୍କ।

IMPS ହେଉଛି ଏକ ଇଣ୍ଟର ବ୍ୟାଙ୍କିଙ୍ଗ୍ ଇଲେକ୍ଟ୍ରୋନିକ୍ ଅନ୍‌ଲାଇନ ଟ୍ରାଞ୍ଜାକ୍ସନ ସିଷ୍ଟମ। ଏହା ମାଧ୍ୟମରେ ଗ୍ରାହକ ମୋବାଇଲ ଫୋନ କିମ୍ବା ନେଟ୍ ବ୍ୟାଙ୍କିଙ୍ଗ୍ ଦ୍ୱାରା ଅନଲାଇନ୍‌ରେ ଟଙ୍କା ଦେଣନେଣ କରିଥାନ୍ତି। ଏଥିପାଇଁ ଗ୍ରାହକଙ୍କୁ ବ୍ୟାଙ୍କ ଦ୍ୱାରା ନିର୍ଦ୍ଧାରିତ ଚାର୍ଜ ଦେବାକୁ ପଡ଼ିଥାଏ।

ପୂର୍ବରୁ ଷ୍ଟେଟ୍‌ବ୍ୟାଙ୍କରେ IMPS ମାଧ୍ୟମରେ ୧୦୦୦ ଟଙ୍କାରୁ ଆରମ୍ଭ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କଲେ ଗ୍ରାହକଙ୍କୁ ୫ ଟଙ୍କା ଚାର୍ଜ ସହିତି ଜିଏସଟି ଚାର୍ଜ ଦେବାକୁ ପଡ଼ୁଥିଲା। ସେହିପରି ଲକ୍ଷେରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟ୍ରାଞ୍ଜାକ୍ସନ କରୁଥିଲେ ୧୫ ଟଙ୍କା ଚାର୍ଜ ସହିତ ଜିଏସ୍‌ଟି ଚାର୍ଜ ଲାଗୁଥିଲା। ଏବେ ଏହି ଚାର୍ଜ ଗୁଡ଼ିକୁ କୋହଳ କରି ୮୦ ପ୍ରତିଶତ କମାଇ ଦିଆଯାଇଛି। ପୂର୍ବରୁ ମଧ୍ୟ ଷ୍ଟେଟ୍‌ ବ୍ୟାଙ୍କ ଜୁଲାଇ ମାସଠାରୁ ୧୦୦୦ ଟଙ୍କା IMPS ଉପରେ କୌଣସି ଚାର୍ଜ ନେଉନଥିଲା।

ଗତ ଜୁଲାଇ ମାସଠାରୁ  ଷ୍ଟେଟ୍ ବ୍ୟାଙ୍କ ଡିଜିଟାଲ ଟ୍ରାଞ୍ଜାକ୍ସନ୍‌ ବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛି। ଗ୍ରାହକ କିପରି ଅଧିକ ଡିଜିଟାଲ ଟ୍ରାଞ୍ଜାକ୍ସନ କରିବେ ସେଥିପାଇଁ ସୁହାଇଲା ଭଳି ଉପାୟ ଅବଲମ୍ବନ କରିବାରେ ଲାଗିଛି।

 

Related story