ଅକ୍ଟୋବର ୧ରୁ ଦେଶର ଏହି ସବୁ ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ୧ ଅକ୍ଟୋବର ୨୦୧୯ରୁ ଦେଶର ଅନେକ ନିୟମରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଜିଏସଟି, ପରିବହନ ଇତ୍ୟାଦି ସଂପର୍କୀତ ନିୟମର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି। ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍) ୧ ଅକ୍ଟୋବର ୨୦୧୯ରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅପଡ଼େଟ୍ କରିବା ପାଇଁ ପଡ଼ିବ। ଏହି ସବୁ ପ୍ରକ୍ରିୟା ଅନଲାଇନରେ ହିଁ ହେବ। ରେଜିଷ୍ଟ୍ରେସନ […]

sbi

Subhransu Sekhar
  • Published: Sunday, 29 September 2019
  • , Updated: 29 September 2019, 05:28 PM IST

ନୂଆଦିଲ୍ଲୀ: ୧ ଅକ୍ଟୋବର ୨୦୧୯ରୁ ଦେଶର ଅନେକ ନିୟମରେ ବ୍ୟାପକ ପରିବର୍ତ୍ତନ ହେବାକୁ ଯାଉଛି। ମୁଖ୍ୟତଃ ବ୍ୟାଙ୍କିଙ୍ଗ୍, ଜିଏସଟି, ପରିବହନ ଇତ୍ୟାଦି ସଂପର୍କୀତ ନିୟମର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡ଼ିବାକୁ ଯାଉଛି।

ବଦଳିଯିବ ଡ୍ରାଇଭିଂ ଲାଇସେନ୍ସ (ଡିଏଲ୍)

୧ ଅକ୍ଟୋବର ୨୦୧୯ରୁ ଡ୍ରାଇଭିଂ ଲାଇସେନ୍ସ ତିଆରି କରିବା ପାଇଁ ନିୟମ ବଦଳିଯିବ। ନୂଆ ନିୟମ ଅନୁସାରେ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ଅପଡ଼େଟ୍ କରିବା ପାଇଁ ପଡ଼ିବ। ଏହି ସବୁ ପ୍ରକ୍ରିୟା ଅନଲାଇନରେ ହିଁ ହେବ। ରେଜିଷ୍ଟ୍ରେସନ ସାର୍ଟିଫିକେଟ (ଆରସି) ବାହାର କରିବା ବେଳେ ଡ୍ରାଇଭିଂ ଲାଇସେନ୍ସ ନମ୍ୱର ବାଧ୍ୟତାମୂଳକ ହେବ। ଏହି ନୂଆ ନିୟମ ଲାଗୁ ହେବା ପରେ ଉଭୟ ଡିଏଲ ଏବଂ ଆରସିର ରଙ୍ଗ ଏକ ହୋଇଯିବ। ଏହି କାର୍ଡରେ ମାଇକ୍ରୋଚିପ୍ ସହ କ୍ୟୁଆର୍ ବ୍ୟବହାର ହେବ।

ଏସବିଆଇ ଲାଗୁ କରିବ ନୂଆ ନିୟମ

ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ସେବା ଯୋଗାଉଥିବା ଏସବିଆଇ ତା’ର ଗ୍ରାହକଙ୍କୁ ସେଭିଙ୍ଗସ ଆକାଉଣ୍ଟ ଫି କମ୍ କରିବାକୁ ଯାଉଛି। ଅକ୍ଚୋବର ୧ରୁ ଏହି ନୂଆ ନିୟମ ଲାଗୁ ହେବ। ଏହାଦ୍ୱାରା ୩୨ କୋଟି ଗ୍ରାହକ ଉପକୃତ ହେବେ। ସହରାଞ୍ଚଳ ଏବଂ ମେଟ୍ରୋ ଅଞ୍ଚଳରେ ଥିବା ବ୍ୟାଙ୍କ ଶାଖାଗୁଡ଼ିକରେ ସର୍ବନିମ୍ନ ୩ ହଜାର ଟଙ୍କା ରହିବ। ଯାହାକି ପୂର୍ବରୁ ଅଧିକ ଥିଲା। ଅସନ୍ତୋଷ ବଢ଼ିବା ପରେ ନିୟମରେ ପରିବର୍ତ୍ତନ କରିଛି ବ୍ୟାଙ୍କ୍। ଯଦି ୩ ହଜାରରୁ କମ୍ ଟଙ୍କା ରହିବ ଅର୍ଥାତ୍ ୭୫ ପ୍ରତିଶତ ରହିବ ତାହେଲେ ୮୦ ଟଙ୍କା ଜୋରିମାନା ସହିତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ ବୋଲି ଏସବିଆଇ ନିୟମ କରିଛି। ଯଦି ୫୦ ପ୍ରତିଶତ କମ୍ ରହିବ ତାହେଲେ ୧୦ ଟଙ୍କା ଜୋରିମାନା ସହିତ ଜିଏସଟି ଚାର୍ଜ ଦେବାକୁ ପଡ଼ିବ। ସେହିପରି ମେଟ୍ରୋ ସହରରେ ଏସବିଆଇ ତାର ଗ୍ରାହକଙ୍କୁ ୧୦ ଟି ମାଗଣା ଟ୍ରାଞ୍ଜାକସନ କରିବାକୁ ସୁଯୋଗ ଦେଉଥିବା ବେଳେ ସହର ଗୁଡ଼ିକରେ ୧୨ ଥର ମାଗଣା ଟ୍ରାଞ୍ଜାକସନ ପାଇଁ ସୁଯୋଗ ଦେବ।

ଜିଏସଟିରେ ପରିବର୍ତ୍ତନ

ଅକ୍ଚୋବର ୧ରୁ ଅନେକ ଜିନିଷରେ ଜିଏସଟି ଦର ମଧ୍ୟ କମିଯିବ। ୧୦୦୦ ଟଙ୍କା ପର୍ଯ୍ୟନ୍ତ ଭଡ଼ା ଦେଉଥିବା ବ୍ୟକ୍ତିଙ୍କୁ ଜିଏସଟି ଦେବାକୁ ପଡ଼ିବ ନାହିଁ। ଏହାପରେ ୭୫୦୦ ଟଙ୍କା ମଧ୍ୟରେ ଭଡ଼ା ଦେଉଥିବା ବ୍ୟକ୍ତି ୧୨ ପ୍ରତିଶତ ଜିଏସଟି ଦେବାକୁ ପଡ଼ିବ। ସେହିପରି ୧୦ରୁ ୧୩ ସିଟ୍ ବିଶିଷ୍ଟ ପେଟ୍ରୋଲ-ଡିଜେଲ୍ ଗାଡ଼ିରେ ସେସ୍‌ ହାର ହ୍ରାସ ହୋଇଛି।

ବଦଳିଯିବ ପେନସନ ପଲିସି

୧ ଅକ୍ଚୋବରରୁ ସରକାର କର୍ମଚାରୀଙ୍କ ପେନସନ ପଲିସି ବାବଦରେ ମଧ୍ୟ ନିୟମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଯଦି ଜଣେ କର୍ମଚାରୀ ସରକାରୀ ଚାକିରି ୭ ବର୍ଷ କରିଛନ୍ତି, ତାପରେ ତାଙ୍କର ମୃତ୍ୟୁ ଘଟୁଛି ତାହେଲେ ତାହାଲେ ତାଙ୍କ ପରିବାର ଲୋକଙ୍କୁ ବର୍ଦ୍ଦିତ ପେନସନ ମିଳିବ।

ପ୍ଲାଷ୍ଟିକ୍ ବ୍ୟବହାର ଉପରେ ରୋକ୍

୨ ଅକ୍ଟୋବରରୁ ସାରା ଦେଶରେ ପ୍ଲାଷ୍ଟିକରୁ ପ୍ରସ୍ତୁତ ଜିନିଷ ବ୍ୟବହାର ଉପରେ କଟକଣା ଲଗାଯାଇଛି। ଦେଶରେ ବଢ଼ୁଥିବା ପ୍ରଦୂଷଣକୁ ଦେଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି।

Related story