ସୁପ୍ରିମକୋର୍ଟ କର୍ମଚାରୀଙ୍କୁ କରୋନା

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତର ଜଣେ କର୍ମଚାରୀ। ସେ ଗତ ସପ୍ତାହରେ ଦୁଇ ଥର ସୁପ୍ରିମକୋର୍ଟ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା। ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସୁପ୍ରିମକୋର୍ଟର ଦୁଇ ଜଣ ରେଜିଷ୍ଟ୍ରାର୍ସଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ଏବେ ପ୍ରଶାସନ ସୁପ୍ରିମକୋର୍ଟ ଅଫିସକୁ ବିଶୋଧନ କରିଛି। […]

bolangir

Hemant Lenka
  • Published: Monday, 27 April 2020
  • , Updated: 27 April 2020, 09:53 PM IST

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି ଦେଶର ସର୍ବୋଚ୍ଚ ଅଦାଲତର ଜଣେ କର୍ମଚାରୀ। ସେ ଗତ ସପ୍ତାହରେ ଦୁଇ ଥର ସୁପ୍ରିମକୋର୍ଟ କାର୍ଯ୍ୟାଳୟକୁ ଆସିଥିଲେ। ତେବେ ସେ ଅସୁସ୍ଥ ଅନୁଭବ କରିବାରୁ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା।

ଆଜି ତାଙ୍କ ରିପୋର୍ଟ ପଜିଟିଭ ଆସିଛି। ଏହି କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ ଆସିଥିବାରୁ ତାଙ୍କ ସଂସ୍ପର୍ଶରେ ଆସିଥିବା ସୁପ୍ରିମକୋର୍ଟର ଦୁଇ ଜଣ ରେଜିଷ୍ଟ୍ରାର୍ସଙ୍କୁ ବାଧ୍ୟତାମୂଳକ କ୍ୱାରେଣ୍ଟାଇନରେ ରଖାଯାଇଛି। ଏବେ ପ୍ରଶାସନ ସୁପ୍ରିମକୋର୍ଟ ଅଫିସକୁ ବିଶୋଧନ କରିଛି।

ସେହିପରି ଆକ୍ରାନ୍ତ କର୍ମଚାରୀଙ୍କ କଣ୍ଟାକ୍ଟ ଟ୍ରେସିଂ କାର୍ଯ୍ୟ ମଧ୍ୟ ଆରମ୍ଭ କରିଛି। ସଂପୃକ୍ତ ବ୍ୟକ୍ତି ଜଣଙ୍କ ବିଦେଶ ଯାଇଥିଲେ କି ନାହିଁ କିମ୍ବା କାହା ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଛନ୍ତି, ତା’ର ଅନୁଧ୍ୟାନ କରାଯାଉଛି।

Related story