ସୁପ୍ରିମ୍‌କୋର୍ଟରୁ ନିରାଶ ହେଲେ ଚିଦାମ୍ବରମ୍‌, ସୋମବାର ଆଗାମୀ ଶୁଣାଣି

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। ଆଇଏନ୍‌ଏକ୍ସ ମିଡିଆ ମାମଲା ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଥିବାବେଳେ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିବାରୁ ସେ ସୋମବାର ଯାଏ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଚିଦାମ୍ବରମ୍‌ ଉଭୟ ସିବିଆଇ ଏବଂ ଇଡି ବିରୋଧରେ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚାଇ ଦିଆଯାଇଛି। ଏହି ମାମଲା ଜଷ୍ଟିସ୍‌ […]

chidambaram

Subrat Kumar Nayak
  • Published: Friday, 23 August 2019
  • , Updated: 23 August 2019, 05:14 PM IST

ନୂଆଦିଲ୍ଲୀ: ଶୁକ୍ରବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ସୁପ୍ରିମ୍‌କୋର୍ଟରୁ କେବଳ ଇଡି ତଦନ୍ତ ମାମଲାରେ ଅନ୍ତରୀଣ ସୁରକ୍ଷା ମିଳିଛି। ଆଇଏନ୍‌ଏକ୍ସ ମିଡିଆ ମାମଲା ଉଭୟ ଇଡି ଏବଂ ସିବିଆଇ ତଦନ୍ତ କରୁଥିବାବେଳେ ସିବିଆଇ ମାମଲାରେ ହସ୍ତକ୍ଷେପ କରିବାକୁ ସୁପ୍ରିମ୍‌କୋର୍ଟ ମନା କରିବାରୁ ସେ ସୋମବାର ଯାଏ ରିମାଣ୍ଡରେ ରହିବା ନିଶ୍ଚିତ ହୋଇଛି। ଚିଦାମ୍ବରମ୍‌ ଉଭୟ ସିବିଆଇ ଏବଂ ଇଡି ବିରୋଧରେ ଅନ୍ତରୀଣ ସୁରକ୍ଷା ପାଇଁ କରିଥିବା ଆବେଦନର ଶୁଣାଣି ସୋମବାରକୁ ଘୁଞ୍ଚାଇ ଦିଆଯାଇଛି।

ଏହି ମାମଲା ଜଷ୍ଟିସ୍‌ ଆର ଭାନୁମତୀ ଏବଂ ଏସ୍‌ ବୋପାନ୍ନାଙ୍କ କୋର୍ଟରେ ତାଲିକାଭୁକ୍ତ ହୋଇଛି। ସିବିଆଇ ତାଙ୍କ ନାମରେ ଦୁର୍ନୀତି ନିରୋଧୀ ଆଇନ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ ଅନୁଯାୟୀ ମାମଲା ରୁଜୁ କରିଛି। ଅନ୍ୟପକ୍ଷରେ ଇଡି ମନି ଲଣ୍ଡରିଂ ନିରୋଧୀ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି। ଆଜି ସିବିଆଇ ଏବଂ ଇଡି ପକ୍ଷରୁ ଲଢ଼ୁଥିବା ସିଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ଚିଦାମ୍ବରମ୍‌ଙ୍କୁ ସିବିଆଇ ଗିରଫ କରିସାରିଥିବାରୁ ତାଙ୍କୁ ଅନ୍ତରୀଣ ସୁରକ୍ଷା ଦେବାରେ କିଛି ଲାଭ ନାହିଁ।

ଏହାପରେ ଚିଦାମ୍ବରମ୍‌ଙ୍କ ପକ୍ଷରୁ ବରିଷ୍ଠ ଓକିଲ କପିଲ ଶିବଲ ଯୁକ୍ତି ଦର୍ଶାଇଥିଲେ, ଧାରା ୨୧ ଅନୁଯାୟୀ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଛି। ସେ ଯୁକ୍ତି ଦର୍ଶାଇଥିଲେ, ବୁଧବାର ଏହି ଆବେଦନ ସୁପ୍ରିମ୍‌କୋଟଆରେ ତାଲିକାଭୁକ୍ତ ହେବାର ଥିଲା ଏବଂ ସେହିଦିନ ସନ୍ଧ୍ୟାରେ ସିବିଆଇ ଚିଦାମ୍ବରମ୍‌ଙ୍କୁ ଗିରଫ କରିଥିଲା। ତେଣୁ ଏହି ମାମଲାର ଶୁଣାଣି କରାଯିବା ଚିଦାମ୍ବରମ୍‌ଙ୍କ ଅଧିକାର ବୋଲି ସେ କହିଥିଲେ।

ତେବେ ମେହେଟା ହେପାଜତକୁ ନେଇ ପଚରାଉଚରା କରିବା ସପକ୍ଷରେ ଯୁକ୍ତି ରଖିଥିଲେ। ସେ କହିଥିଲେ, ଚିଦାମ୍ବରମ୍‌ ଛଳନା କରି ସିବିଆର ପ୍ରଶ୍ନ ଏଡ଼ାଇ ଯାଉଛନ୍ତି। ଏଥିପାଇଁ ସେ ରାଜନୀତିକ ଜ୍ଞାନର ଉପଯୋଗ ମଧ୍ୟ କରିଛନ୍ତି। ତାଙ୍କୁ ଅନ୍ତରୀଣ ସୁରକ୍ଷାର ଛତା ଧରାଇ ଦେଲେ ପଚରାଉଚରା କରି ତଥ୍ୟ ଆଦାୟ କଷ୍ଟକର ହୋଇପଡ଼ିବ। ମେହଟା କହିଥିଲେ, ବିଭିନ୍ନ ଇମେଲ ଦେଣନେଣରେ ପ୍ରମାଣ ରହିଛି ଚିଦାମ୍ବରମ୍‌ଙ୍କ ସହ ଜଡ଼ିତ ବିଭିନ୍ନ ଖୋଳ କମ୍ପାନୀକୁ ଅର୍ଥ କାରବାର ହୋଇଥିଲା। ଶେଷରେ ମେହଟା କୋର୍ଟଙ୍କୁ ଏକ କେଶ୍‌ ଡାଏରୀ ଦେବାକୁ ପ୍ରୟାସ କରିଥିଲେ ମଧ୍ୟ କୋର୍ଟ ଏହାକୁ ଗ୍ରହଣ କରିନଥିଲେ।

Related story