ବଢ଼ିଲା କୁନାଲ ଏବଂ ରଚିତାଙ୍କ ଅଡୁଆ, ଛଅ ସପ୍ତାହରେ ଜବାବ ଦେବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିବାଦୀୟ କମେଡିଆନ୍ କୁନାଲ କାମରା ଏବଂ କାର୍ଟୁନିଷ୍ଟ ରଚିତା ତନେଜାଙ୍କୁ ଅବମାନନା ମାମଲାରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ କହିଛନ୍ତି। ରିପବ୍ଲିକ ଟିଭିର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ ଏକ ଆତ୍ମହତ୍ୟା ମାମଲାରେ। ମୁମ୍ୱାଇ ପୁଲିସର ଗିରଫଦାରୀ ବେଆଇନ୍ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ ସୁପ୍ରିମକୋର୍ଟ। ଏହାକୁ ନେଇ ଉଭୟ ବିବାଦୀୟ କମେଡିଆନ୍ ଏବଂ କାର୍ଟୁନିଷ୍ଟ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଯାହାକି […]

kunal

Subhransu Sekhar
  • Published: Friday, 18 December 2020
  • , Updated: 18 December 2020, 01:05 PM IST

ନୂଆଦିଲ୍ଲୀ: ବିବାଦୀୟ କମେଡିଆନ୍ କୁନାଲ କାମରା ଏବଂ କାର୍ଟୁନିଷ୍ଟ ରଚିତା ତନେଜାଙ୍କୁ ଅବମାନନା ମାମଲାରେ ଜବାବ ରଖିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଛଅ ସପ୍ତାହ ମଧ୍ୟରେ ଜବାବ ରଖିବାକୁ କୋର୍ଟ କହିଛନ୍ତି। ରିପବ୍ଲିକ ଟିଭିର ପ୍ରତିଷ୍ଠାତା ତଥା ସମ୍ପାଦକ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ସୁପ୍ରିମକୋର୍ଟ ଜାମିନ୍ ପ୍ରଦାନ କରିଥିଲେ ଏକ ଆତ୍ମହତ୍ୟା ମାମଲାରେ। ମୁମ୍ୱାଇ ପୁଲିସର ଗିରଫଦାରୀ ବେଆଇନ୍ ଉଦ୍ଦେଶ୍ୟ ପ୍ରଣୋଦିତ କହିଥିଲେ ସୁପ୍ରିମକୋର୍ଟ।

ଏହାକୁ ନେଇ ଉଭୟ ବିବାଦୀୟ କମେଡିଆନ୍ ଏବଂ କାର୍ଟୁନିଷ୍ଟ ଆପତ୍ତିଜନକ ଟ୍ୱିଟ୍ କରିଥିଲେ। ଯାହାକି କୋର୍ଟଙ୍କ ନିଷ୍ପତ୍ତିକୁ ସମାଲୋଚନା ଉଦ୍ଦେଶ୍ୟରେ ଥିଲା। ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍ କେ.କେ ବେନୁଗୋପାଲ ଅବମାନନା ମାମଲା ରୁଜୁ କରିବାକୁ ଅନୁମତି ଦେଇଥିଲେ।

ଏ ନେଇ ସୁପ୍ରିମକୋର୍ଟରେ ଜଷ୍ଟିସ ଅଶୋକ ଭୂଷଣ, ଜଷ୍ଟିସ ଆର ସୁଭାଷ ରେଡ୍ଡୀ ଏବଂ ଜଷ୍ଟିସ ଏମଆର ଶାହାଙ୍କ ବେଞ୍ଚ ମାମଲାର ଶୁଣାଣି କରୁଛି। ଶୁଣାଣି ହୋଇଥିଲା। ଯେଉଁଥିରେ କୁନାଲ ଏବଂ ରଚିତା ତନେଜାଙ୍କୁ ଛଅ ସପ୍ତାହ ମଧ୍ୟରେ ଜବାବ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉଭୟ ଏବେ କୋର୍ଟରେ ନିଜର ମତ ରଖିବେ, ନିଜେ ହାଜର ନହେଲେ ଚଳିବ ବୋଲି କୋର୍ଟ କହିଛନ୍ତି।

Related story