ଗୁଜରାଟ ରାଜ୍ୟସଭା ଉପନିର୍ବାଚନ, ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ

ନୂଆଦିଲ୍ଲୀ: ଗୁଜରାଟରେ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ କଂଗ୍ରେସ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା। ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜୁନ ୨୪ ସୁଦ୍ଧା ଏହି ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହାପର ଦିନ ଅର୍ଥାତ୍ ଜୁନ ୨୫ରେ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଆଜି ଶୁଣାଣି କରି କହିଛନ୍ତି। ବିଜେପି […]

Subhransu Sekhar
  • Published: Wednesday, 19 June 2019
  • , Updated: 19 June 2019, 05:13 PM IST

ନୂଆଦିଲ୍ଲୀ: ଗୁଜରାଟରେ ଖାଲି ପଡ଼ିଥିବା ଦୁଇଟି ରାଜ୍ୟସଭା ଆସନ ପାଇଁ ହେବାକୁ ଥିବା ଉପନିର୍ବାଚନ ଏକା ସାଙ୍ଗରେ କରିବା ପାଇଁ କଂଗ୍ରେସ ସୁପ୍ରିମ୍‌କୋର୍ଟରେ ଆବେଦନ କରିଥିଲା। ଏହି ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଶୁଣାଣି କରି ନିର୍ବାଚନ କମିଶନଙ୍କୁ ରିପୋର୍ଟ ତଲବ କରିଛନ୍ତି।

ଜୁନ ୨୪ ସୁଦ୍ଧା ଏହି ଜବାବ ଦେବାକୁ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ କହିଛନ୍ତି। ଏହାପର ଦିନ ଅର୍ଥାତ୍ ଜୁନ ୨୫ରେ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ଆଜି ଶୁଣାଣି କରି କହିଛନ୍ତି।

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗାନ୍ଧିନଗରରୁ ଏବଂ ସ୍ମୃତି ଇରାନୀ ଆମେଠିରୁ ଲୋକସଭାକୁ ଯିବାପରେ ଏହି ଦୁଇ ରାଜ୍ୟସଭା ଆସନ ଖାଲି ହୋଇଛି। ଆସନ୍ତା ଜୁଲାଇ ୫ ତାରିଖରେ ଏଥିପାଇଁ ନିର୍ବାଚନ ହେବ।

 ଏହି ପ୍ରସଙ୍ଗରେ କଂଗ୍ରେସ କହିଛି, ଯେତେବେଳେ ଏକାଠି ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଛି, ରାଜ୍ୟସଭା ଆସନଗୁଡିକ ପାଇଁ ଏକାଠି ନିର୍ବାଚନ କରିବାରେ ଅସୁବିଧା କ’ଣ ବୋଲି ସେ ପ୍ରଶ୍ନ କରିଥିଲେ।

ସୂଚନାଯୋଗ୍ୟ, ଅମିତ ଶାହଙ୍କ ଆସନ ମେ ୨୮ରେ ଖାଲି ହୋଇଥିବାବେଳେ ସ୍ମୃତି ଇରାନୀଙ୍କ ଆସନ ଏହାର ଗୋଟିଏ ଦିନ ପରେ ଖାଲି ହୋଇଥିଲା। ସେହିଭଳି ଶାହଙ୍କ ନିର୍ବାଚନ ଫଳ ମେ ୨୩ରେ ହିଁ ଘୋଷଣା ହୋଇଥିଲା। କିନ୍ତୁ ସ୍ମୃତି ଇରାନୀଙ୍କ ନିର୍ବାଚନୀ ଫଳ ଗୋଟିଏ ଦିନ ଡେରିରେ ବାହାରି ଥିଲା।

ଯଦି ଏକାସାଙ୍ଗରେ ଦୁଇଟି ଆସନରେ ନିର୍ବାଚନ ହେବ ତାହାଲେ କଂଗ୍ରେସ ଗୋଟିଏ ଆସନ ଜିତିବାରେ ସକ୍ଷମ ହେବ ବୋଲି ଜଣାପଡ଼ିଛି। ନଚେତ ପୃଥକ ପୃଥକ ହେଲେ ବିଜେପି ଖାତାକୁ ସମସ୍ତ ଆସନ ପଳାଇବ।

Related story