ଅକ୍ଟୋବର ୫ରେ କୋର୍ଟରେ ହାଜର ହେବାକୁ ମାଲ୍ୟାଙ୍କୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: ସୋମବାର ଦେଶର ସର୍ବୋଚ୍ଚ କୋର୍ଟ ବିଜୟ ମାଲ୍ୟାଙ୍କ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅକ୍ଟୋବର ୫ରେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନ ୨ଟାରେ ମାଲ୍ୟାଙ୍କୁ ଉପସ୍ଥିତି ହେବାକୁ କୋର୍ଟ ସମୟ ଦେଇଛନ୍ତି। ଏଥିସହ ବିଜୟ ମାଲ୍ୟାଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟା ଏବେ ବିଦେଶରେ ଥିବାରୁ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ। ୨୦୧୭ର ରାୟକୁ […]

vijay mallya

Subhransu Sekhar
  • Published: Monday, 31 August 2020
  • , Updated: 31 August 2020, 10:47 PM IST

ନୂଆଦିଲ୍ଲୀ: ସୋମବାର ଦେଶର ସର୍ବୋଚ୍ଚ କୋର୍ଟ ବିଜୟ ମାଲ୍ୟାଙ୍କ ଏକ ଆବେଦନକୁ ଖାରଜ କରିଦେଇଛନ୍ତି। ଏହାପରେ ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଅକ୍ଟୋବର ୫ରେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅପରାହ୍ନ ୨ଟାରେ ମାଲ୍ୟାଙ୍କୁ ଉପସ୍ଥିତି ହେବାକୁ କୋର୍ଟ ସମୟ ଦେଇଛନ୍ତି। ଏଥିସହ ବିଜୟ ମାଲ୍ୟାଙ୍କ ଉପସ୍ଥିତି ନିଶ୍ଚିତ କରିବାକୁ ଗୃହ ମନ୍ତ୍ରାଳୟକୁ ନିର୍ଦ୍ଦେଶ ଦେଇଛନ୍ତି। ମାଲ୍ୟା ଏବେ ବିଦେଶରେ ଥିବାରୁ ତାଙ୍କୁ ପ୍ରତ୍ୟାବର୍ତ୍ତନ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ।

୨୦୧୭ର ରାୟକୁ ସମୀକ୍ଷା କରିବା ପାଇଁ ମାଲ୍ୟା ଆବେଦନ କରିଥିଲେ। ଯେଉଁଥିରେ ତାଙ୍କୁ କୋର୍ଟ ଅବମାନନା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ସୁପ୍ରିମକୋର୍ଟ ତାଙ୍କୁ ଅବମାନନା ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ କାରଣ ମାଲ୍ୟା ତାଙ୍କ ସମ୍ପତ୍ତିର ସଠିକ୍ ହିସାବ ଦେଇନଥିଲେ ଏବଂ ସେ ରଖିଥିବା ପୁଞ୍ଜିକୁ ତାଙ୍କ ପିଲାମାନଙ୍କୁ ହସ୍ତାନ୍ତର କରିଥିଲେ।

ଜଷ୍ଟିସ ଉଦୟ ୟୁ ଲଲିତ ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ଦ୍ୱାରା ଗଠିତ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ ବର୍ତ୍ତମାନ ସମୀକ୍ଷା ଆବେଦନ ଖାରଜ ହୋଇଯାଇଥିବାରୁ ଅଭିଯୁକ୍ତ (ମାଲ୍ୟା) କୁ ଅକ୍ଟୋବର ୫, ୨୦୨୦ ମଧ୍ୟାହ୍ନରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି। ଗୃହ ମନ୍ତ୍ରାଳୟକୁ ମଧ୍ୟ କୋର୍ଟରେ ମାଲ୍ୟାଙ୍କ ଉପସ୍ଥିତି ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛି।

ମାଲ୍ୟା ତାଙ୍କ ଆକାଉଣ୍ଟରୁ ୪୦ ମିଲିୟନ ଡଲାର ନିଜ ପିଲାଙ୍କ ନାଁକୁ ସ୍ଥାନାନ୍ତର କରିବାରୁ କୋର୍ଟ ଆଦେଶ ଉଲ୍ଲଂଘନ କରିଥିବା କହିଛନ୍ତି। ଏଥିସହି ଏହି ମାମଲାରେ ମାଲ୍ୟା ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏହି ଆଦେଶ ଜୁଲାଇ ୧୪, ୨୦୧୭ର ନିଷ୍ପତ୍ତି ବିରୋଧରେ ମାଲ୍ୟାଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ସମୀକ୍ଷା ଆବେଦନ ଉପରେ ଆସିଛି। ବାରମ୍ବାର ନିର୍ଦ୍ଦେଶ ସତ୍ତ୍ୱେ ବ୍ୟାଙ୍କକୁ ୯,୦୦୦ କୋଟି ଟଙ୍କା ନଦେବା କାରଣରୁ ମାଲ୍ୟାଙ୍କୁ ଅବମାନନା କରାଯାଇଥିଲା।

Related story