ଚିଦାମ୍ବରମ୍‌ଙ୍କୁ ଜାମିନ୍‌ ନେଇ ରାୟ ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଜାମିନ ସମ୍ପର୍କିତ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଗିରଫଦାରୀ ବିରୋଧରେ ଚିଦାମ୍ବରମ୍‌ ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ୍‌ ଆର ବାନୁମତୀ, ଏଏସ୍‌ ବୋପାନ୍ନା ଏବଂ ହୃଶୀକେଷ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଇଡି ଦାଖଲ କରିଥିବା ସମସ୍ତ କାଗଜପତ୍ର ଏକ ବନ୍ଦ ଲଫାପାରେ ସୁକ୍ଷିତ ଭାବେ ରଖାଯିବ। ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା […]

chidambaram

Subrat Kumar Nayak
  • Published: Thursday, 28 November 2019
  • , Updated: 28 November 2019, 05:18 PM IST

ନୂଆଦିଲ୍ଲୀ: ଗୁରୁବାର ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍‌ଙ୍କୁ ଜାମିନ ସମ୍ପର୍କିତ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ଇଡିର ଗିରଫଦାରୀ ବିରୋଧରେ ଚିଦାମ୍ବରମ୍‌ ପୂର୍ବରୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ୍‌ ଆର ବାନୁମତୀ, ଏଏସ୍‌ ବୋପାନ୍ନା ଏବଂ ହୃଶୀକେଷ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ଇଡି ଦାଖଲ କରିଥିବା ସମସ୍ତ କାଗଜପତ୍ର ଏକ ବନ୍ଦ ଲଫାପାରେ ସୁକ୍ଷିତ ଭାବେ ରଖାଯିବ।

ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ, ଏହି ମାମଲାରେ ସ୍ପଷ୍ଟ ଅର୍ଥନୀତିକ ଅପରାଧ ସମଗ୍ର ଦେଶ ଏବଂ ସମାଜ ପାଇଁ ଚିନ୍ତାର କାରଣ। ତେଣୁ ଚିଦାମ୍ବରମ୍‌ଙ୍କୁ ଜେଲରେ ରହିବାକୁ ଦିଆଯାଉ। ଏହାର ପ୍ରଭାବ ଅର୍ଥନୀତି ଏବଂ ସମାଜ ଉପରେ ପଡ଼ୁଥିବାରୁ ଏହାକୁ ସେହି ଦୃଷ୍ଟିରେ ଦେଖିବା ଦରକାର।

ତଦନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ତରରେ ଥିବାରୁ ଚିଦାମ୍ବରମ୍‌ଙ୍କୁ ଛାଡ଼ିଦିଆନଯାଉ ବୋଲି ସେ ଯୁକ୍ତି ରଖିଥିଲେ। ପୂର୍ବରୁ ଗତ ନଭେମ୍ବର ୧୫ ତାରିଖରେ ଏହି ଦିଲ୍ଲୀ ହାଇକୋର୍ଟ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ଜାମିନ ଆବେଦନ ଖାରଜ କରିଦେଇଥିଲେ। କୋର୍ଟ କହିଥିଲେ, ପ୍ରାଥମିକ ତଦନ୍ତରୁ ହିଁ ସ୍ପଷ୍ଟ ହୋଇସାରିଛି ଚିଦାମ୍ବରମଙ୍କ ନାମରେ ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ରହିଛି। ଏହି ଅପରାଧରେ ତାଙ୍କର ହାତ ରହିଥିବା ସ୍ପଷ୍ଟ ହୋଇଛି। ଜଷ୍ଟିସ୍‌ ସୁରେଶ କୈଟ୍‌ କହିଥିଲେ, ଅର୍ଥନୀତିକ ଅପରାଧ ପୁରା ସମାଜକୁ ପ୍ରଭାବିତ କରିଥାଏ।

Related story