ପରକୀୟା ପ୍ରୀତି ମାମଲାରେ ବିବାହିତ ଯୁବତୀ କାହିଁକି ଦୋଷୀ ହେବେ ନାହିଁ?

ନୂଆଦିଲ୍ଲୀ: ପରକୀୟା ପ୍ରୀତି ମାମଲାରେ ବିବାହିତା ମହିଳା କାହିଁକି ଦୋଷୀ ହେବେ ନାହିଁ।  ଭାରତୀୟ ପିଙ୍ଗଳ କୋଡର ଧାରା ୪୯୭କୁ ଚାଲେଞ୍ଜ କରି  ହୋଇଥିବା ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ମାମଲାରେ ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି।  ଏହି ଧାରା ଅନୁସାରେ ଜଣେ ବିବାହିତ ପୁରୁଷକୁ ଦଣ୍ଡ ମିଳୁଥିବା ବେଳେ ସମାନ ଭାବେ ପରକୀୟା ପ୍ରୀତି ପାଇଁ ବିବାହିତ ମହିଳା କାହିଁକି ଛାଡ଼ ପାଇବେ ବୋଲି କୋର୍ଟ […]

Supreme court

Rakesh Mallick
  • Published: Friday, 08 December 2017
  • , Updated: 08 December 2017, 02:29 PM IST

ନୂଆଦିଲ୍ଲୀ: ପରକୀୟା ପ୍ରୀତି ମାମଲାରେ ବିବାହିତା ମହିଳା କାହିଁକି ଦୋଷୀ ହେବେ ନାହିଁ।  ଭାରତୀୟ ପିଙ୍ଗଳ କୋଡର ଧାରା ୪୯୭କୁ ଚାଲେଞ୍ଜ କରି  ହୋଇଥିବା ଏକ ଆବେଦନର ବିଚାର କରି ସୁପ୍ରିମକୋର୍ଟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଏପରି ମାମଲାରେ ଉତ୍ତର ରଖିବାକୁ ନୋଟିସ ଜାରି କରିଛନ୍ତି।  ଏହି ଧାରା ଅନୁସାରେ ଜଣେ ବିବାହିତ ପୁରୁଷକୁ ଦଣ୍ଡ ମିଳୁଥିବା ବେଳେ ସମାନ ଭାବେ ପରକୀୟା ପ୍ରୀତି ପାଇଁ ବିବାହିତ ମହିଳା କାହିଁକି ଛାଡ଼ ପାଇବେ ବୋଲି କୋର୍ଟ ସରକାରଙ୍କଠାରୁ ଜାଣିବାକୁ ଚାହିଁଛନ୍ତି।

ଜୋସେଫ ଶାଇନ୍ ନାମକ ଜଣେ ବ୍ୟକ୍ତିଙ୍କ ଜନସ୍ୱାର୍ଥ ଆବେଦନକୁ ଗ୍ରହଣ କରି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏକ ୩ ଜଣିଆ ବେଞ୍ଚ  ଏହାର ଶୁଣାଣି କରିଛନ୍ତି।  ୪ ସପ୍ତାହ ମଧ୍ୟରେ  ନୋଟିସର ଜବାବ ଦେବାକୁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।

 

Related story