୨୧ରୁ ଖୋଲିବ ସ୍କୁଲ, ଏସଓପି ଜାରି: ଅଭିଭାବକଙ୍କ ଲିଖିତ ସହମତିରେ ହିଁ ସ୍କୁଲ ଯିବେ ପିଲା

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବନ୍ଦ ରହିଥିବା ଶିକ୍ଷାଦାନ ବ୍ୟବସ୍ଥାକୁ ପୁଣିଥରେ ସକ୍ରିୟ କରିବା ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢ଼ାକୁ ଆଂଶିକ ଭାବେ ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି। ସେପ୍ଟେମ୍ବର ୨୧ରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇପାରିବ । ଅବଶ୍ୟ ସ୍କୁଲରେ ପାଠପଢ଼ା ହେବନି ନାହିଁ, ସେ ନିଷ୍ପତ୍ତି […]

Bench-Empty

Subrat Kumar Nayak
  • Published: Tuesday, 08 September 2020
  • , Updated: 08 September 2020, 10:35 PM IST

ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ବନ୍ଦ ରହିଥିବା ଶିକ୍ଷାଦାନ ବ୍ୟବସ୍ଥାକୁ ପୁଣିଥରେ ସକ୍ରିୟ କରିବା ନିମନ୍ତେ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନଙ୍କ ପାଠପଢ଼ାକୁ ଆଂଶିକ ଭାବେ ଆରମ୍ଭ କରିବା ନିମନ୍ତେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟଆଜି ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର(ଏସଓପି) ଜାରି କରିଛନ୍ତି। ସେପ୍ଟେମ୍ବର ୨୧ରୁ ସ୍କୁଲରେ ପାଠପଢ଼ା ଆରମ୍ଭ ହୋଇପାରିବ । ଅବଶ୍ୟ ସ୍କୁଲରେ ପାଠପଢ଼ା ହେବନି ନାହିଁ, ସେ ନିଷ୍ପତ୍ତି ସ୍କୁଲ ଉପରେ ଛଡ଼ାଯାଇଛି । କ୍ଲାସରେ ଭିନ୍ନ ଭିନ୍ନ ସମୟରେ ପାଠପଢ଼ା ହେବ ଓ କରୋନା ଲକ୍ଷଣ ଥିବା ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବା ନିମନ୍ତେ ଅନୁମତି ମିଳିବ ନାହିଁ । ଅଭିଭାବକଙ୍କ ଲିଖିତ ସହମତିରେ ହିଁ ସ୍କୁଲ ଆସିବା ପାଇଁ ପିଲାମାନଙ୍କୁ ଅନୁମତି ମିଳିବ । ଶିକ୍ଷକ, ଛାତ୍ରଛାତ୍ରୀ ଓ ସ୍କୁଲର କର୍ମଚାରୀମାନେ ସବୁସମୟରେ ପରସ୍ପର ମଧ୍ୟରେ ୬ଫୁଟର ଦ୍ୱରତ୍ୱ ବଜାୟ ରଖିବେ। କ୍ରମାଗତ ହାତ ଧୋଇବା, ମାସ୍କ ପିନ୍ଧିବା ଭଳି ନିୟମକୁ ପାଳନ କରିବେ ।

କେନ୍ଦ୍ର ସରକାରଙ୍କ ଗାଇଡଲାଇନ ଅନୁସାରେ-

୧- ସ୍କୁଲରେ ପାଠପଢ଼ା ଆରମ୍ଭ ହେବା ସହିତ ସ୍କୁଲ ପରିଚାଳନା କର୍ତ୍ତୃପକ୍ଷଙ୍କୁ ଅନଲାଇନ ଓ ଡିଷ୍ଟାନ୍ସ ଲର୍ଣ୍ଣିଂ ବ୍ୟବସ୍ଥାରେ ବି ପାଠପଢ଼ା ଜାରି ରଖିବା ପ୍ରକ୍ରିୟାକୁ ସୁନିଶ୍ଚିତ କରିବାକୁ ପଡ଼ିବ ।
୨- ସ୍କୁଲକୁ ନବମରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ସ୍ୱଇଚ୍ଛାରେ ଆସିବାକୁ ଅନୁମତି ଦେବାକୁ ପଡ଼ିବ । ଅର୍ଥାତ୍ ସ୍କୁଲ ଆସିବା ଛାତ୍ରଛାତ୍ରୀଙ୍କ ପାଇଁ ବାଧ୍ୟତାମୂଳକ ହେବ ନାହିଁ ।
୩- ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବା ପାଇଁ ସେମାନଙ୍କର ଅଭିଭାବକଙ୍କଠୁ ଲିଖିତ ସହମତି ଆଣିବାକୁ ପଡ଼ିବ । ଯିବାଆସିବା ଓ ଛାତ୍ରଛାତ୍ରୀ-ଶିକ୍ଷକଙ୍କ ମଧ୍ୟରେ ସାକ୍ଷାତ ଭିନ୍ନ ଭିନ୍ନ ସମୟରେ ହେବ ।
୪- କେବଳ କଣ୍ଟେନମେଣ୍ଟ ଜୋନ୍ ବାହାରେ ଥିବା ସ୍କୁଲରେ ପାଠପଢ଼ା ପାଇଁ ଅନୁମତି ମିଳିବ ।
୫- କଣ୍ଟେନମେଣ୍ଟ ଜୋନରେ ରହୁଥିବା ଛାତ୍ରଛାତ୍ରୀ, ଶିକ୍ଷକ, କର୍ମଚାରୀଙ୍କୁ ସ୍କୁଲକୁ ଆସିବା ପାଇଁ ଅନୁମତି ଦିଆଯିବ ନାହିଁ । ଏହି ଲୋକମାନେ କଣ୍ଟେନମେଣ୍ଟ ଜୋନଠୁ ଦୂରେଇ ରହିବା ଉଚିତ୍ ।
୬- ସ୍କୁଲ ଖୋଲିବା ପୂର୍ବରୁ ସମଗ୍ର ପରିସର, କ୍ଲାସରୁମ, ଲାବ୍ରୋଟୋରୀ, ବାଥରୁମକୁ ସାନିଟାଇଜ୍ କରିବାକୁ ହେବ ।
୭- ଯେଉଁ ସ୍କୁଲକୁ କ୍ୱାରେଣ୍ଟାଇନ ସେଣ୍ଟର ଭାବେ ଉପଯୋଗ କରାଯାିଥିଲା, ସେଗୁଡ଼ିକୁ ଭଲଭାବେ ସାନିଟାଇଜ୍ କରିବାକୁ ହେବ ।
୮- ୫୦% ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ଅନଲାଇନ୍ ପାଠପଢ଼ା ଓ ଟେଲି କାଉନସେଲିଂ ପାଇଁ ସ୍କୁଲକୁ ଡକାଯାଇପାରିବ ।
୯- ଛାତ୍ରଛାତ୍ରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବଦଳରେ କଣ୍ଟକ୍ଟଲେସ୍ ଉପସ୍ଥାନର ବ୍ୟବସ୍ଥା କରିବାକୁ ପଡ଼ିବ ।
୧୦- ପ୍ରତ୍ୟେକ ସମୟରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନଙ୍କ ମଧ୍ୟରେ ୬ଫୁଟ ଦୂରତ୍ୱ ବଜାୟ ରଖିବାକୁ ହେବ ।
୧୧- ଧାଡ଼ି ପାଇଁ ଭୂମିରେ ୬ଫୁଟର ଦୂରତ୍ୱର ମାର୍କିଂ କରିବାକୁ ହେବ । ଏହି ବ୍ୟବସ୍ଥା ସ୍କୁଲ ଭିତରେ ଓ ବାହାରେ କରାଯିବ
୧୨- ସୁରକ୍ଷା ଓ ସାମାଜିକ ଦୂରତ୍ୱକୁ ଦୃଷ୍ଟିରେ ରଖି ଶ୍ରେଣୀଗୃହତ ଭିତରେ ବି ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିବେ ।
୧୩- ସଭା, ସ୍ପୋଟର୍ସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରାଯାଇ ପାରିବ ନାହିଁ ।
୧୪- ଛାତ୍ରଛାତ୍ରୀମାନେ ନିଜର ଲକର ଉପଯୋଗ କରିପାରିବେ ।
୧୫- ଶିକ୍ଷକ, କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ସହ ହାତ ସାନିଟାଇଜର, ଉପଲବ୍ଧ କରାଇବା ଦାୟିତ୍ୱ ସ୍କୁଲ ମ୍ୟାନେଜମେଣ୍ଟର ହେବ

Related story