୨୦୨୧ ପୂର୍ବରୁ ଆସିବନି କରୋନା ଟିକା

ନୂଆଦିଲ୍ଲୀ: କରୋନା ଭାଇରସର ଟିକା ଅଗଷ୍ଟ ୧୫ ସୁଦ୍ଧା ଆସିବ ବୋଲି ଆଇସିଏମଆର କହିଥିଲା। ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇବା ପରେ ଏବେ ବିଜ୍ଞାନ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ୨୦୨୧ ପୂର୍ବରୁ ଏହି ଟିକା ଆସିବ ନାହିଁ ବୋଲି ମନ୍ତ୍ରାଳୟ କହିଛି। ବିଜ୍ଞାନ ମନ୍ତ୍ରାଳୟ କହିଛି, ମୋଟ୍ ୧୪୦ ଟିକା ମଧ୍ୟରୁ ଏବେ ୧୧ଟି ମଣିଷଙ୍କ ଶରୀରରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି। ହେଲେ ଏହାର ବ୍ୟବହାର ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ […]

corona vaccine

Subhransu Sekhar
  • Published: Sunday, 05 July 2020
  • , Updated: 05 July 2020, 08:36 PM IST

ନୂଆଦିଲ୍ଲୀ: କରୋନା ଭାଇରସର ଟିକା ଅଗଷ୍ଟ ୧୫ ସୁଦ୍ଧା ଆସିବ ବୋଲି ଆଇସିଏମଆର କହିଥିଲା। ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇବା ପରେ ଏବେ ବିଜ୍ଞାନ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ୨୦୨୧ ପୂର୍ବରୁ ଏହି ଟିକା ଆସିବ ନାହିଁ ବୋଲି ମନ୍ତ୍ରାଳୟ କହିଛି।

ବିଜ୍ଞାନ ମନ୍ତ୍ରାଳୟ କହିଛି, ମୋଟ୍ ୧୪୦ ଟିକା ମଧ୍ୟରୁ ଏବେ ୧୧ଟି ମଣିଷଙ୍କ ଶରୀରରେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିଛି। ହେଲେ ଏହାର ବ୍ୟବହାର ପାଇଁ ଆସନ୍ତା ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରାଳୟ କହିଛି।

ଏବେ ଆଇସିଏମଆର ଏବଂ ବାୟୋଟେକ ମିଶି ଟିକା ତିଆରି କରିଥିବା ବେଳେ ଅନ୍ୟଟି ଜାୟଡସ କ୍ୟାଡିଲ ତିଆରି କରିଛି। ଏବେ ମୋଟ୍ ୬ଟି କମ୍ପାନୀ ଟିକା ଉପରେ କାମ କରୁଥିବା ମନ୍ତ୍ରାଳୟ କହିଛି। ଏବେ କୋଭିକ୍ସନକୁ ମଧ୍ୟ ମଣୀଷଙ୍କ କ୍ଷେତ୍ରରେ ପରୀକ୍ଷା ପାଇଁ ଅନୁମତି ମିଳିଛି ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Related story