ଦିଲ୍ଲୀ ଆକାଶରୁ କାହିଁକି ଅକାଳରେ ଝଡ଼ି ପଡ଼ୁଛନ୍ତି ନିରୀହ ପକ୍ଷୀ?

ନୂଆଦିଲ୍ଲୀ: ଆକାଶରୁ ଖସିପଡୁଛନ୍ତି ପକ୍ଷୀ। ତଳେ ପଡି ଛଟପଟ ହୋଇ ଅକାଳରେ ମରୁଛନ୍ତି। ଗୋଟେ କି ଦୁଇଟି ନୁହେଁ ଶହ ଶହ ପକ୍ଷୀଙ୍କ ଅବସ୍ଥା ଏପରି। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। ତେବେ କାହିଁକି ଏମିତି ଘଟୁଛି ? କେଉଁ କାରଣ ପାଇଁ ରାଜଧାନୀ ଦିଲ୍ଲୀ ପକ୍ଷୀଙ୍କ ପାଇଁ ବିପଦ ସାଜିଛି? ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ଅତ୍ୟଧିକ ପ୍ରଦୂଷଣ ପକ୍ଷୀ ମୃତ୍ୟୁର କାରଣ ପାଲଟିଛି। ସେହିପରି ଅସହ୍ୟ ଗ୍ରୀଷ୍ମପ୍ରବାହ ପକ୍ଷୀ ମୃତ୍ୟୁର ଅନ୍ୟ […]

1_052918021924

Rakesh Mallick
  • Published: Saturday, 02 June 2018
  • , Updated: 02 June 2018, 07:04 PM IST

ନୂଆଦିଲ୍ଲୀ: ଆକାଶରୁ ଖସିପଡୁଛନ୍ତି ପକ୍ଷୀ। ତଳେ ପଡି ଛଟପଟ ହୋଇ ଅକାଳରେ ମରୁଛନ୍ତି। ଗୋଟେ କି ଦୁଇଟି ନୁହେଁ ଶହ ଶହ ପକ୍ଷୀଙ୍କ ଅବସ୍ଥା ଏପରି। ଏମିତି କିଛି ଚିତ୍ର ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀରେ। ତେବେ କାହିଁକି ଏମିତି ଘଟୁଛି ? କେଉଁ କାରଣ ପାଇଁ ରାଜଧାନୀ ଦିଲ୍ଲୀ ପକ୍ଷୀଙ୍କ ପାଇଁ ବିପଦ ସାଜିଛି? ପରିବେଶବିତ୍‌ଙ୍କ କହିବା ଅନୁଯାୟୀ, ଅତ୍ୟଧିକ ପ୍ରଦୂଷଣ ପକ୍ଷୀ ମୃତ୍ୟୁର କାରଣ ପାଲଟିଛି। ସେହିପରି ଅସହ୍ୟ ଗ୍ରୀଷ୍ମପ୍ରବାହ ପକ୍ଷୀ ମୃତ୍ୟୁର ଅନ୍ୟ ଏକ କାରଣ ବୋଲି କୁହାଯାଉଛି।

ଦିଲ୍ଲୀରେ ଏବେ ତାପମାତ୍ରା ୪୫ଡିଗ୍ରୀକୁ ଛୁଇଁଲାଣି। ଟାଣ ଖରା ସାଙ୍ଗକୁ ଗରମ ପବନ ଏହି ପକ୍ଷୀମାନଙ୍କୁ  ମୃତ୍ୟୁମୁଖକୁ ଠେଲି ଦେଉଛି। ଏଠି ମଣିଷ ଅପେକ୍ଷା ପକ୍ଷୀମାନଙ୍କ ଉପରେ ଖରାର ପ୍ରଭାବ ଅଧିକ ପଡେ। ମୁଖ୍ୟତଃ ଆକାଶରେ ବହୁ ଉଚ୍ଚରେ ଉଡ଼ୁଥିବା ପକ୍ଷୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ରହିଛି। ଏହି ତାଲିକାରେ ଚିଲ ସଂଖ୍ୟା ବେଶୀ ରହିଛି। ତେବେ ଦୁଃଖର କଥା ଏହି ପକ୍ଷୀମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ନା ପ୍ରଶାସନ ନା ଜନସାଧାରଣ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ।  ଗଛ କାଟି ଜନବସତି ଗଢି ଉଠିବା , କଳକାରଖାନାର ଧୂଆଁ, ଚାରିଆଡେ ଉଚ୍ଚ ଅଟାଳିକା କରିଦେବା ଦ୍ୱାରା ଏମାନଙ୍କ ପରିସ୍ଥିତି ଶୋଚନୀୟ ହୋଇଯାଉଛି। ଦୈନିକ ରାସ୍ତାରେ ପକ୍ଷୀ ମରିପଡ଼ୁଥିବା ବେଳେ ଏଗୁଡ଼ିକ ବୁଲା କୁକୁର ଏବଂ ବିଲେଇଙ୍କ ଆହର ପାଲଟିଛି।

ପରିବେଷ ମନ୍ତ୍ରଣାଳୟର ରେକର୍ଡ ଅନୁଯାୟୀ ଗତ ୩ବର୍ଷରେ ଦିଲ୍ଲୀର ବିକାଶ ଲାଗି ୧୫,୦୦୦ଗଛ କାଟିଦିଆଯାଇଥିଲା। ଏଥିସହ କାଳବୈଶାଖୀ ପ୍ରଭାବରେ ମଧ୍ୟ ଗଛ ଉପୁଡିବାର ଦେଖାଯାଉଛି। ଯାହାଦ୍ୱାରା ପକ୍ଷୀମାନଙ୍କ ବାଷସ୍ଥାନ ଉପରେ ପ୍ରଭାବ ପକାଉଛି।

କିଛି ପକ୍ଷୀ ଖରାରୁ ରକ୍ଷା ପାଇବା ପାଇଁ ଲୋକଙ୍କ ଘର ଭିତରକୁ ଚାଲିଯାଉଛନ୍ତି। ଆଉ କିଛି ପକ୍ଷୀ ଘର ଝରକା ଦେଇ ଯିବା ସମୟରେ ଘରର ପଙ୍ଖାରେ ବାଜି ମୃତ୍ୟୁବରଣ କରୁଥିବା ଦେଖାଦେଉଛି।

Related story