ଦ୍ୱିତୀୟ କରୋନା ଟିକାକୁ ପରୀକ୍ଷା ପାଇଁ ଅନୁମତି ଦେଲେ ସରକାର

ନୂଆଦିଲ୍ଲୀ: କରୋନା ଭାଇରସର ସମ୍ଭାବ୍ୟ ଟିକା ମଣିଷଙ୍କ ଉପରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ୍ କାଡିଲାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଏବଂ ଭାରତ ସରକାର ଏହି ଅନୁମତି ଦେଇଛନ୍ତି। ଏହା ଦ୍ୱିତୀୟ ଟିକା ଭାବେ ଅନୁମତି ପାଇଛି। ପୂର୍ବରୁ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ପରୀକ୍ଷା କରିବା ପାଇଁ ଅନୁମତି ମିଳିଛି। କରୋନା ଭାଇରସ ସାରା ବିଶ୍ୱ […]

corona vaccine

Subhransu Sekhar
  • Published: Friday, 03 July 2020
  • , Updated: 03 July 2020, 04:13 PM IST

ନୂଆଦିଲ୍ଲୀ: କରୋନା ଭାଇରସର ସମ୍ଭାବ୍ୟ ଟିକା ମଣିଷଙ୍କ ଉପରେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ କ୍ଲିନିକାଲ୍ ପରୀକ୍ଷା ପାଇଁ ଫାର୍ମା କମ୍ପାନୀ ଜିଡସ୍ କାଡିଲାକୁ ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର। ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଏବଂ ଭାରତ ସରକାର ଏହି ଅନୁମତି ଦେଇଛନ୍ତି। ଏହା ଦ୍ୱିତୀୟ ଟିକା ଭାବେ ଅନୁମତି ପାଇଛି। ପୂର୍ବରୁ ହାଇଦ୍ରାବାଦର ଫାର୍ମା କମ୍ପାନୀ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନକୁ ପରୀକ୍ଷା କରିବା ପାଇଁ ଅନୁମତି ମିଳିଛି।

କରୋନା ଭାଇରସ ସାରା ବିଶ୍ୱ ପାଇଁ ଏବେ ବଡ଼ ଚ୍ୟାଲେଞ୍ଜ। ସମସ୍ତ ଦେଶ ଏବେ ଟିକା ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେଉଛନ୍ତି। ଏଯାବତ ସାରା ବିଶ୍ୱରେ ୧୭ ଟି ଟିକାର ପରୀକ୍ଷା କରାଯାଇଛି। ଜିଡସ କାଡିଲା ଦାବି କରିଛି ଯେ ପଶୁମାନଙ୍କ ଉପରେ ହୋଇଥିବା ପରୀକ୍ଷାରେ ଏହି ଟିକା ପ୍ରଭାବଶାଳୀ ପ୍ରମାଣିତ ହୋଇଛି। କମ୍ପାନୀ ପଶୁମାନଙ୍କ ଉପରେ ହୋଇଥିବା ପରୀକ୍ଷଣର ରିପୋର୍ଟକୁ ଡ୍ରଗ୍ କଣ୍ଟ୍ରୋଲର୍ ଜେନେରାଲ୍ ଅଫ୍ ଇଣ୍ଡିଆରେ ଦାଖଲ କରିଥିଲା, ଏହାର ଅଧ୍ୟୟନ ପରେ ଟିକାକୁ ମଣିଷଙ୍କ ଉପରେ ପରୀକ୍ଷା କରିବାକୁ ଅନୁମତି ମିଳିଛି। ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷା ପ୍ରାୟ ତିନି ମାସ ମଧ୍ୟରେ ଶେଷ ହେବ ବୋଲି ସୂଚନା ରହିଛି। ଔଷଧ ଏବଂ ଟିକା ତିଆରି କରିବାରେ ବିଶ୍ୱରେ ଭାରତର ସ୍ୱତନ୍ତ୍ର ପରିଚୟ ରହିଛି। ତେଣୁୁ ଏହି ଧାରାକୁ ବଜାୟୀ ରଖିବା ପାଇଁ ଦେଶର ବିଶେଷଜ୍ଞମାନେ ମଧ୍ୟ କରୋନା ଟିକା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ସୂଚନା ରହିଛି।

ଅନ୍ୟପକ୍ଷରେ, ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ଦେଶର ପ୍ରଥମ ସ୍ୱଦେଶୀ କୋଭିଡ -୧୯ ଟିକା କ୍ଲିନିକାଲ ପରୀକ୍ଷା ପାଇଁ ୧୨ ଟି ଅନୁଷ୍ଠାନ ଚିହ୍ନଟ କରିଛି। କ୍ଲିନିକାଲ୍ ପରୀକ୍ଷା ପାଇଁ ମନୋନୀତ ହୋଇଥିବା ଅନ୍ୟ ଅନୁଷ୍ଠାନଗୁଡିକ ବିଶାଖାପାଟନମ୍, ରୋହତକ, ନୂଆଦିଲ୍ଲୀ, ପାଟନା, ବେଲଗାମ୍ (କର୍ଣ୍ଣାଟକ), ନାଗପୁର, ଗୋରଖପୁର, ଓଡ଼ିଶା, କଟକକୁଲାଟୁର (ତାମିଲନାଡୁ), ହାଇଦ୍ରାବାଦ, ଆର୍ଯ୍ୟ ନାଗର, କାନପୁର (ଉତ୍ତରପ୍ରଦେଶ) ଏବଂ ଗୋଆରେ ରହିଛି।

ସୂଚନାଯୋଗ୍ୟ, ଆମେରିକର ଫାର୍ମା କମ୍ପାନୀ ଫାଇଜର ଏବଂ ୟୁରୋପୀୟ ବାୟୋଟେକ୍ନୋଲୋଜି କମ୍ପାନୀ ବାୟୋନୋଟେକ୍ କୋଭିଡ -୧୯ ର ଏକ ଟିକା ପରୀକ୍ଷା କରିଛନ୍ତି। ଏହି ଟିକା ରୋଗୀମାନଙ୍କଠାରେ ଆଣ୍ଟିବଡି (ଏକ ପ୍ରୋଟିନ୍ ଯାହାକି ରକ୍ତରେ ପ୍ରଭାବିତ ହୋଇଥାଏ) ତିଆରି କରିବାରେ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ଜଣାପଡିଛି।

ଗବେଷଣାରୁ ଜଣାପଡିଛି ଯେ ରୋଗୀଙ୍କୁ ଦୁଇଟି ଡୋଜ ଦିଆଯିବା ପରେ, ସେମାନଙ୍କ ମଧ୍ୟରେ ଆଣ୍ଟିବଡି ସଂଖ୍ୟା କୋଭିଡ -୧୯ ରୁ ଉଦ୍ଧାର ହୋଇଥିବା ରୋଗୀଙ୍କ ପ୍ଲାଜମା ଦିଆଯାଇଥିବା ରୋଗୀଙ୍କଠାରେ ଉତ୍ପାଦିତ ଆଣ୍ଟିବଡି ଅପେକ୍ଷା ଅଧିକ ବୋଲି ଜଣାପଡିଛି।

Related story