'ଭାରତ ବନ୍ଦ' ପାଇଁ ୧୪୪ ଧାରା

ଅହମ୍ମଦାବାଦ: ଚାଷୀ ସଂଗଠନ ପକ୍ଷରୁ ଆସନ୍ତକାଲି ଦେଶବ୍ୟାପୀ ଭାରତ ବନ୍ଦ ଘୋଷଣା କରାଯାଇଛି। ଭାରତ ବନ୍ଦକୁ ନେଇ ଗୁଜରାଟ ସରକାର କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି। ଭାରତ ବନ୍ଦ ବେଳେ ଗୁଜରାଟରେ ୧୪୪ ଧାରା ଲାଗୁ ହେବ। ଏହି ଧାରା ଅନୁଯାୟୀ, ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ। କୌଣସି ପ୍ରକାରର ଆପତ୍ତିଜନକ ଭିଡିଓ ସୋଶାଲ୍ ମିଡିଆରେ ଅପଲୋଡ୍ କଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବଳପୂର୍ବକ ବନ୍ଦ କରାଉଥିବା ବ୍ୟକ୍ତି ଏବଂ ସରକାର […]

144

Ranjit Kumar Jena
  • Published: Monday, 07 December 2020
  • , Updated: 07 December 2020, 08:46 PM IST

ଅହମ୍ମଦାବାଦ: ଚାଷୀ ସଂଗଠନ ପକ୍ଷରୁ ଆସନ୍ତକାଲି ଦେଶବ୍ୟାପୀ ଭାରତ ବନ୍ଦ ଘୋଷଣା କରାଯାଇଛି। ଭାରତ ବନ୍ଦକୁ ନେଇ ଗୁଜରାଟ ସରକାର କଡ଼ା ଆଭିମୁଖ୍ୟ ଆପଣାଇଛନ୍ତି। ଭାରତ ବନ୍ଦ ବେଳେ ଗୁଜରାଟରେ ୧୪୪ ଧାରା ଲାଗୁ ହେବ। ଏହି ଧାରା ଅନୁଯାୟୀ, ଗୋଟିଏ ସ୍ଥାନରେ ୪ରୁ ଅଧିକ ଲୋକେ ଏକାଠି ହୋଇପାରିବେ ନାହିଁ। କୌଣସି ପ୍ରକାରର ଆପତ୍ତିଜନକ ଭିଡିଓ ସୋଶାଲ୍ ମିଡିଆରେ ଅପଲୋଡ୍ କଲେ, ଏହା ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ବଳପୂର୍ବକ ବନ୍ଦ କରାଉଥିବା ବ୍ୟକ୍ତି ଏବଂ ସରକାର ସମ୍ପତ୍ତିକୁ କ୍ଷତି ପହଞ୍ଚାଇଲେ ଆଇନ୍ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସେହିପରି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ 'ଭାରତ ବନ୍ଦ'କୁ ନେଇ ବିରୋଧୀଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି, ଚାଷୀଙ୍କ ନାଁରେ ଯେଉଁ ଭାରତ ବନ୍ଦ ଆନ୍ଦୋଳନ କରାଯାଉଛି, ସେଥିରେ କେବଳ ଚାଷୀଙ୍କ ନାଁ ନାମକୁ ମାତ୍ର। ଏହି ଆନ୍ଦୋଳନ ପଛରେ ବିରୋଧୀ ଦଳର ଭୂମିକା ଅଧିକ ରହିଛି। କିଛି ବିରୋଧୀ ନିଜର ଅସ୍ତିତ୍ୱ ରକ୍ଷା କରିବା ପାଇଁ ଏହି ଆନ୍ଦୋଳନକୁ ସାହାରା କରିଛନ୍ତି। ଗୁଜରାଟରେ କେହି ଯଦି ବଳପୂର୍ବକ ବନ୍ଦ କରାଇବାକୁ ପ୍ରୟାସ କରିବେ, ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ।

କୃଷି ସଂଗଠନ ପକ୍ଷରୁ ଆସନ୍ତାକାଲି ଡାକରା ଦିଆଯାଇଥିବା 'ଭାରତ ବନ୍ଦ'କୁ ଏକାଧିକ ଦଳ ସମର୍ଥନ କରିଛନ୍ତି। ଭାରତ ବନ୍ଦକୁ ଦିଲ୍ଲୀ, ପଞ୍ଜାବ, ହରିୟାଣା, ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ଚଣ୍ଡିଗଡ଼, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ରାଜସ୍ଥାନ, ଓଡ଼ିଶା ଓ ତାମିଲନାଡୁର ଚାଷୀ ସଂଗଠନ ସମର୍ଥନ କରିଛନ୍ତି।

Related story