ପୁଅ ପାଇଁ ବାପା ଛାଡ଼ିଲେ ବିରୋଧୀଦଳ ନେତା ପଦ

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀଦଳ ନେତା ଭାବେ କାର୍ଯ୍ୟ କରୁଥିବା ରାଧାକ୍ରିଷ୍ଣ ଭିଖେ ପାଟିଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୁଅ ନିକଟରେ ବିଜେପିରେ ଯୋଗଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ରାଧାକ୍ରିଷ୍ଣଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି। ତାଙ୍କ ପୁଅ ସୁଜୟ ଭିଖେ ପାଟିଲ କଂଗ୍ରେସରେ ଥିବା ବେଳେ […]

tq

Hemant Lenka
  • Published: Tuesday, 19 March 2019
  • , Updated: 19 March 2019, 06:05 PM IST

ମୁମ୍ବାଇ: ମହାରାଷ୍ଟ୍ର କଂଗ୍ରେସ ନେତା ତଥା ବିଧାନସଭାରେ ବିରୋଧୀଦଳ ନେତା ଭାବେ କାର୍ଯ୍ୟ କରୁଥିବା ରାଧାକ୍ରିଷ୍ଣ ଭିଖେ ପାଟିଲ ଆଜି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ପୁଅ ନିକଟରେ ବିଜେପିରେ ଯୋଗଦେଇଥିଲେ। ଲୋକସଭା ନିର୍ବାଚନ ପୂର୍ବରୁ ରାଧାକ୍ରିଷ୍ଣଙ୍କ ଏଭଳି ପଦକ୍ଷେପକୁ କଂଗ୍ରେସକୁ ଶକ୍ତ ଝଟ୍‌କା ଦେଇଛି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇ ଦେଇଛନ୍ତି।

ତାଙ୍କ ପୁଅ ସୁଜୟ ଭିଖେ ପାଟିଲ କଂଗ୍ରେସରେ ଥିବା ବେଳେ କାହିଁକି ହଠାତ ବିଜେପିରେ ଯୋଗଦେଲେ ଏବଂ ତାଙ୍କ ବିରୋଧରେ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶ୍ନର ଉତ୍ତର ରାଧାକ୍ରିଷ୍ଣ ଦେଇନାହାନ୍ତି। ସେ କହିଛନ୍ତି, ଦଳ ଏହା ବିରୋଧରେ ପଦକ୍ଷେପ ଗ୍ରହଣ କରିବ। ତେବେ ସୁଜୟ ଦଳ ଛାଡ଼ିବା ପଛରେ ରାଧାକ୍ରିଷ୍ଣ ଏନ୍‌ସିପି ନେତା ଶରଦ ପାୱାରଙ୍କ ଭୂମିକାକୁ ଦାୟୀ କରିଛନ୍ତି।

Related story