ମହାମେଣ୍ଟରେ ସାମିଲ ହେବାକୁ ନୀତୀଶଙ୍କୁ ଆରଜେଡିର ନିମନ୍ତ୍ରଣ

ପାଟନା: ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ ସାମିଲ ହେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋଙ୍କୁ ନିମନ୍ତ୍ରଣ କରିଛନ୍ତି ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ। ବିଜେପି ବିରୋଧରେ ଲଢ଼ିବା ପାଇଁ ମହାମେଣ୍ଟରେ ସାମିଲ ହେବାକୁ ଜେଡିୟୁକୁ ଆହ୍ୱାନ ଦେଇଛନ୍ତି ଆରଜେଡିର ଏହି ନେତା। ନୀତୀଶ କୁମାର ରବିବାର ଦିନ ଏକାକୀ ୮ ଜେଡିୟୁ ବିଧାୟକଙ୍କୁ ନେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ରାଜ୍ୟରେ ମେଣ୍ଟ ସରକାରରେ ସାମିଲ ଥିବା ଅନ୍ୟ ଦୁଇ […]

RJD leader Raghuvansh Prasad Singh

Subhransu Sekhar
  • Published: Monday, 03 June 2019
  • , Updated: 03 June 2019, 05:18 PM IST

ପାଟନା: ଆରଜେଡି ନେତୃତ୍ୱାଧୀନ ମହାମେଣ୍ଟରେ ସାମିଲ ହେବା ପାଇଁ ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋଙ୍କୁ ନିମନ୍ତ୍ରଣ କରିଛନ୍ତି ଆରଜେଡିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରଘୁବଂଶ ପ୍ରସାଦ ସିଂହ। ବିଜେପି ବିରୋଧରେ ଲଢ଼ିବା ପାଇଁ ମହାମେଣ୍ଟରେ ସାମିଲ ହେବାକୁ ଜେଡିୟୁକୁ ଆହ୍ୱାନ ଦେଇଛନ୍ତି ଆରଜେଡିର ଏହି ନେତା।

ନୀତୀଶ କୁମାର ରବିବାର ଦିନ ଏକାକୀ ୮ ଜେଡିୟୁ ବିଧାୟକଙ୍କୁ ନେଇ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରିଥିଲେ। ରାଜ୍ୟରେ ମେଣ୍ଟ ସରକାରରେ ସାମିଲ ଥିବା ଅନ୍ୟ ଦୁଇ ଦଳ- ଲୋକ ଜନଶକ୍ତି ପାର୍ଟି ଓ ବିଜେପିର କୌଣସି ବିଧାୟକଙ୍କୁ ଏହି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ନୀତୀଶ କୁମାର ସାମିଲ କରି ନାହାନ୍ତି। ଏଥିସହ ଗତକାଲି ବିଜେପି ଓ ଜେଡିୟୁ ଅଲଗା ଅଲଗା ଇଫତାର ପାର୍ଟିର ଆୟୋଜନ କରିଥିବା ବେଳେ କେହି କାହାରି ପାର୍ଟିକୁ ଯାଇନଥିଲେ। ତେଣେ କେନ୍ଦ୍ର ସରକାରରେ ଜେଡିୟୁକୁ ମାତ୍ର ଗୋଟିଏ ମନ୍ତ୍ରିପଦ ଯଚା ଯାଇଥିବାରୁ ନୀତୀଶ କୁମାର ଅସନ୍ତୋଷ ପ୍ରକାଶ କରିଥିବା ଜଣାପଡ଼ିଛି।

ତେବେ ରଘୁବଂଶଙ୍କ ଏହି ଆହ୍ୱାନ ପରେ ଜଣେ ମନ୍ତ୍ରୀ ନୀରଜ କୁମାର କହିଛନ୍ତି, ରଘୁବଂଶ ଆରଜେଡିରେ ଏବେ ଅଲୋଡ଼ା। ତାଙ୍କ ମନ୍ତବ୍ୟକୁ ଗୁରୁତ୍ୱ ଦିଆଯିବା ଉଚିତ ନୁହେଁ। ଏମିତିକି ଗଣମାଧ୍ୟମରେ ବିଜେପି-ଜେଡିୟୁ ମଧ୍ୟରେ ଫାଟ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି, ତାହା ଅମୂଳକ। ଏନଡିଏରେ ଜେଡିୟୁ ରହିଛି ଓ ରହିବ, ଓହରିବ ନାହିଁ ବୋଲି ମନ୍ତ୍ରୀ ନିରଜ କୁମାର କହିଛନ୍ତି।

Related story