ମା ହେବା ପରେ ଶେଷରେ ବିବାହ କଲେ ସେରେନା ୱିଲିୟମ୍ସ: ଉତ୍ସବକୁ ମୋବାଇଲ୍‌ ଆଣିବାକୁ ଅତିଥିଙ୍କୁ ଥିଲା ମନା

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେନିସ ଷ୍ଟାର ସେରେନା ୱିଲିୟମ୍ସ ନିଜ ବୟଫ୍ରେଣ୍ଡ ତଥା ରେଡିଟ୍‌ କମ୍ପାନୀର ସହ-ପ୍ରତିଷ୍ଠାତା ଆଲେକ୍ସ ଓହନିଆୟନଙ୍କୁ ଶେଷରେ ବିବାହ  କରିଛନ୍ତି। ସେରେନାଙ୍କ ବିବାହାରେ ଅନେକ ପ୍ରସିଦ୍ଧ ବ୍ୟକ୍ତି, ସେଲିବ୍ରେଟି ଓ ଖେଳାଳି ସାମିଲ ହୋଇଥିଲେ। ଏହି ବିବାହ ୟୁଏସ୍‌ଏ’ର ନ୍ୟୁ ଓର୍ଲିଆନ୍ସ ସହରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ପ୍ରାୟ ୨୫୦ ଜଣ ଅତିଥି ଯୋଗ ଦେଇଥିଲେ। ଏହି ବିବାହରେ ଅତିଥି ମାନଙ୍କୁ ମୋବାଇଲ ଆଣିବାକୁ ଅନୁମତି ଦିଆଯାଇନଥିଲା। ବିବାହର ଫଟୋ […]

serena-7_1510993109

Rakesh Mallick
  • Published: Saturday, 18 November 2017
  • , Updated: 18 November 2017, 05:58 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଟେନିସ ଷ୍ଟାର ସେରେନା ୱିଲିୟମ୍ସ ନିଜ ବୟଫ୍ରେଣ୍ଡ ତଥା ରେଡିଟ୍‌ କମ୍ପାନୀର ସହ-ପ୍ରତିଷ୍ଠାତା ଆଲେକ୍ସ ଓହନିଆୟନଙ୍କୁ ଶେଷରେ ବିବାହ  କରିଛନ୍ତି। ସେରେନାଙ୍କ ବିବାହାରେ ଅନେକ ପ୍ରସିଦ୍ଧ ବ୍ୟକ୍ତି, ସେଲିବ୍ରେଟି ଓ ଖେଳାଳି ସାମିଲ ହୋଇଥିଲେ। ଏହି ବିବାହ ୟୁଏସ୍‌ଏ’ର ନ୍ୟୁ ଓର୍ଲିଆନ୍ସ ସହରରେ ଅନୁଷ୍ଠିତ ହୋଇଯାଇଛି। ଏହି ବିବାହ ଉତ୍ସବରେ ପ୍ରାୟ ୨୫୦ ଜଣ ଅତିଥି ଯୋଗ ଦେଇଥିଲେ।

ଏହି ବିବାହରେ ଅତିଥି ମାନଙ୍କୁ ମୋବାଇଲ ଆଣିବାକୁ ଅନୁମତି ଦିଆଯାଇନଥିଲା। ବିବାହର ଫଟୋ ବାହାରକୁ କିପରି ନଯିବ ସେଥିପାଇଁ ଏଭଳି ନିୟମ କରାଯାଇଥିଲା। ବିବାହର ଫଟୋସୁଟ୍‌ ପାଇଁ ଏକ ମେଗାଜିନ୍‌କୁ କଣ୍ଟ୍ରାକ୍ଟ ଦିଆଯାଇଥିଲା। ବିବାହକୁ ଆସୁଥିବା ଲୋକଙ୍କୁ ତାଙ୍କ ନାଁର ଏକ ଗୋଲ୍ଡେନ ଟ୍ରଫି ଉପହାର ଦିଆଯାଇଥିଲା।

ସେରେନା ଓ ଆଲେକ୍ସ ୨୦୧୫ରୁ ଡେଟିଂ କରିଆସୁଥିଲେ। ଗତ ସେପ୍ଟେମ୍ବର ମାସରେ ସେରେନା ମା ହୋଇଥିଲେ। ସେ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ। ସେ ଏପର୍ଯ୍ୟନ୍ତ ୩୯ଟି ଗ୍ରାଣ୍ଡ ସ୍ଲାମ ଜିତିସାରିଛନ୍ତି। ୩୬ ବର୍ଷିୟା ସେରେନାଙ୍କ ଠାରୁ ତାଙ୍କ ସ୍ୱାମୀ ଅଲେକ୍ସ ବୟସରେ ସାନ ଥିଲେ।

 

Related story