ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ତିଆରି କରିବ ସେରମ ଇନଷ୍ଟିଚ୍ୟୁଟ

ବେଙ୍ଗାଲୁରୁ: ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିବ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ। ଏଥିପାଇଁ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଓ ଜିଏଭିଆଇ ଭ୍ୟାକସିନ ଆଲିଆନ୍ସ ସହ ଚୁକ୍ତି କରିଛି। ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ ୧୫୦ ମିଲିୟନ ଡଲାର ଅର୍ଥ ପାଇବ। ଏ ସମ୍ପର୍କରେ ଆଜି ସେରମ ଇନଷ୍ଟିଚ୍ୟୁଟ ଘୋଷଣା କରିଛି। ୨୦୨୧ ପ୍ରଥମ ଭାଗରେ ହିଁ କରୋନା ଟିକା […]

uy

Hemant Lenka
  • Published: Friday, 07 August 2020
  • , Updated: 07 August 2020, 05:01 PM IST

ବେଙ୍ଗାଲୁରୁ: ଭାରତ ଓ ଆଉ କିଛି ଦେଶ ପାଇଁ ୧୦୦ ମିଲିୟନ କରୋନା ଟିକା ପ୍ରସ୍ତୁତ କରିବ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ। ଏଥିପାଇଁ ଆଜି ସେରମ ଇନଷ୍ଟିଚ୍ୟୁଟ ପକ୍ଷରୁ ବିଲ ଆଣ୍ଡ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ ଓ ଜିଏଭିଆଇ ଭ୍ୟାକସିନ ଆଲିଆନ୍ସ ସହ ଚୁକ୍ତି କରିଛି।

ଏଥିପାଇଁ ସେରମ ଇନଷ୍ଟିଚ୍ୟୁଟ ୧୫୦ ମିଲିୟନ ଡଲାର ଅର୍ଥ ପାଇବ। ଏ ସମ୍ପର୍କରେ ଆଜି ସେରମ ଇନଷ୍ଟିଚ୍ୟୁଟ ଘୋଷଣା କରିଛି। ୨୦୨୧ ପ୍ରଥମ ଭାଗରେ ହିଁ କରୋନା ଟିକା ଭାରତକୁ ମିଳିବ ବୋଲି ଜଣାପଡ଼ିଛି।

AstraZeneca and Novavax ପକ୍ଷରୁ ତିଆରି ହୋଇଥିବା କରୋନା ଟିକାର ପ୍ରତି ଡୋଜର ମୂଲ୍ୟ ୩ ଡଲାର ରହିବ। ଏହା ଜିଏଭିଆଇର କୋଭାକ୍ସ ଆଡଭାନ୍ସଡ ମାର୍କେଟ କମିଟମେଣ୍ଟ(ଏଏମସି) ଦ୍ୱାରା ୯୨ଟି ଦେଶରେ ଉପଲବ୍ଧ ହେବ। ଗେଟ୍ସ ଫାଉଣ୍ଡେସନ ପକ୍ଷରୁ ଜିଏଭିଆଇକୁ ଫଣ୍ଡିଂ କରାଯିବ ଓ ଏହା ସେରମକୁ ଟିକା ବାହାର କରିବାରେ ସହାୟକ ହେବ।

କୋଭାକ୍ସ ନାଁରେ ଗେଟ୍ସ ଫାଉଣ୍ଡେସନ ଓ ଜିଏଭିଆଇ କରୋନା ଟିକା ଯୋଗାଇ ଦେବାକୁ ଯୋଜନା ପ୍ରଣୟନ କରିଛନ୍ତି। ୨୦୨୧ ଶେଷ ସୁଦ୍ଧା କୋଭାକ୍ସ ୨ ବିଲିୟନ କରୋନା ଟିକା ବିଭିନ୍ନ ଦେଶକୁ ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛି।

Related story