କାଳବୈଶାଖୀର ତାଣ୍ଡବ: ନେଇଗଲା ୪୧ ଜୀବନ

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଓ ଝଡ଼ତୋଫାନ ଯୋଗୁଁ ୪୧ରୁ ଅଧିକ ଲୋକଙ୍କ  ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶରେ ୧୮ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ ଏବଂ ଦିଲ୍ଲୀରେ ୨ଜଣଙ୍କ ମୃତ୍ୟୁ ଘଟିଛି। ଝଡ଼ତୋଫାନ ଯୋଗୁଁ ଶତାଧିକ ଲୋକ ଆହତ ହୋଇଛନ୍ତି। ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ […]

thunderstorm

Rakesh Mallick
  • Published: Monday, 14 May 2018
  • , Updated: 14 May 2018, 08:10 AM IST

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ କାଳବୈଶାଖୀର ତାଣ୍ଡବ ଓ ଝଡ଼ତୋଫାନ ଯୋଗୁଁ ୪୧ରୁ ଅଧିକ ଲୋକଙ୍କ  ମୃତ୍ୟୁ ଘଟିଛି। ଉତ୍ତର ପ୍ରଦେଶରେ ୧୮ଜଣ ପ୍ରାଣ ହରାଇଛନ୍ତି। ଏମାନଙ୍କ ମଧ୍ୟରେ ୮ଜଣ ପର୍ଯ୍ୟଟକ ଅଛନ୍ତି। ସେହିଭଳି ପଶ୍ଚିମବଙ୍ଗରେ ୧୨, ତେଲେଙ୍ଗାନା ଓ ଆନ୍ଧ୍ରପ୍ରଦେଶରେ ୯ ଏବଂ ଦିଲ୍ଲୀରେ ୨ଜଣଙ୍କ ମୃତ୍ୟୁ ଘଟିଛି।

ଝଡ଼ତୋଫାନ ଯୋଗୁଁ ଶତାଧିକ ଲୋକ ଆହତ ହୋଇଛନ୍ତି। ୟୁପିର କାଶଗଂଜ, କନୌଜ, ଆଲିଗଡ଼, ଗାଜିଆବାଦ, ନୋଏଡା ଏବଂ ବୁଲନ୍ଦ ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଦିଲ୍ଲୀ କାନପୁର ହାଇେଓ୍ୱରେ ଝଡ ତୋଫାନ ଯୋଗୁଁ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି।

ଏକାଧିକ କ୍ୟାଣ୍ଟେନର ସହ ଅନେକ କାର ଏବଂ ବାଇକ ଓଲଟି ପଡିଥିବା ଦେଖିବାକୁ ମିଳିଛି।  ଫଳରେ ଉକ୍ତ ରାସ୍ତାରେ ଟ୍ରାଫିକ ଜାମ ଦେଖାଦେଇଛି। କିଛି ବାଇକ ଉପରେ କ୍ୟାଣ୍ଟେନର ପଡିଯାଇଥିବାରୁ କିଛି ଲୋକ ପ୍ରାଣ ହରାଇଥିବା କୁହାଯାଉଛି।

ଉତ୍ତରପ୍ରଦେଶ ସାମ୍ଭାଲରେ କାଳବୈଶାଖୀ ଯୋଗୁଁ ବ୍ୟାପକ ଅଗ୍ନିକାଣ୍ଡ ହୋଇଛି। ୫୦ରୁ ଅଧିକ ଘରେ ନିଆଁ ଲାଗିବା ଫଳରେ ଅନେକ କିଛି ଲୋକ ପ୍ରାଣ ହରାଇଛନ୍ତି। ଯେଉଁମାନଙ୍କ ମଧ୍ୟରେ ଶିଶୁ ଏବଂ ଗୃହପାଳିତ ପଶୁ ଥିବା କୁହାଯାଉଛି ।

ଦିଲ୍ଲୀ ଏବଂ ପଶ୍ଚିମବଙ୍ଗରେ ଅନେକ ସ୍ଥାନରେ ଝଡ ତୋଫାନ ଯୋଗୁଁ ବଡ ବଡ ଗଛ ସହ ଘରଦ୍ୱାର  ଭାଙ୍ଗିଯାଇଥିବା ଦେଖିବାକୁ ମିଳିଛି । କ୍ଷତିଗ୍ରସ୍ତ ଅଂଚଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଓ ସହାୟତା କାର୍ଯ୍ୟ ଜାରି ରହିଛି । ଏଥିରେ ଏନ୍‌ଡିଏଆର୍‌ଏଏଫ୍‌ ଓ ଏସ୍‌ଡିଏଆର୍‌ଏଫ୍‌ ନିୟୋଜିତ ହୋଇଛନ୍ତି।

Related story