ଥରାଇ ଦେଉଛି ଶୀତ, ‘ଏଟିଏମ୍‌’ ବି ଘୋଡ଼ାଇ ହେଲା କମ୍ବଳ

ନୂଆଦିଲ୍ଲୀ: ଲେହ, ଲଦାଖ ଓ କାରଗିଲ୍‌ରେ ପ୍ରବଳ ଶୀତ ହେଉଛି। ଏ ଅଞ୍ଚଳଗୁଡ଼ିକ ପୂରା ବରଫାଚ୍ଛନ ହୋଇଯାଇଛି। ଏଠାରେ ତାପମାତ୍ରା -୧୬ ଡିଗ୍ରୀରେ ପହଞ୍ଚି ଯାଇଛି। ଥଣ୍ଡା ଏତେ ଯେ ‘ଏଟିଏମ୍‌’ ବି ସମ୍ଭାଳି ପାରୁନି! କାରଗିଲ୍‌ରେ ଏକ ଏଟିଏମ୍‌କୁ କମ୍ବଳରେ ଘୋଡ଼ାଇ ଦିଆଯାଇଛି। ଏଏଟିଏମ୍‌କୁ କମ୍ବଳ ଘୋଡ଼ାଇ ଦେବାର କାରଣ ହେଉଛି- ଏହା ଗରମ ରହିବ ଓ ଠିକ୍ ଭାବେ କାମ କରିବ। ଜାତୀୟ ଗଣମାଧ୍ୟମ ‘ଆଜ୍‌ ତକ୍‌’ର ୱେବ୍‌ସାଇଟ୍‌ରେ ଆଜି ଏନେଇ ଫଟୋ ସମ୍ବଳିତ […]

ice

Rakesh Mallick
  • Published: Friday, 22 December 2017
  • , Updated: 22 December 2017, 04:30 PM IST

ନୂଆଦିଲ୍ଲୀ: ଲେହ, ଲଦାଖ ଓ କାରଗିଲ୍‌ରେ ପ୍ରବଳ ଶୀତ ହେଉଛି। ଏ ଅଞ୍ଚଳଗୁଡ଼ିକ ପୂରା ବରଫାଚ୍ଛନ ହୋଇଯାଇଛି। ଏଠାରେ ତାପମାତ୍ରା -୧୬ ଡିଗ୍ରୀରେ ପହଞ୍ଚି ଯାଇଛି। ଥଣ୍ଡା ଏତେ ଯେ ‘ଏଟିଏମ୍‌’ ବି ସମ୍ଭାଳି ପାରୁନି! କାରଗିଲ୍‌ରେ ଏକ ଏଟିଏମ୍‌କୁ କମ୍ବଳରେ ଘୋଡ଼ାଇ ଦିଆଯାଇଛି। ଏଏଟିଏମ୍‌କୁ କମ୍ବଳ ଘୋଡ଼ାଇ ଦେବାର କାରଣ ହେଉଛି- ଏହା ଗରମ ରହିବ ଓ ଠିକ୍ ଭାବେ କାମ କରିବ। ଜାତୀୟ ଗଣମାଧ୍ୟମ ‘ଆଜ୍‌ ତକ୍‌’ର ୱେବ୍‌ସାଇଟ୍‌ରେ ଆଜି ଏନେଇ ଫଟୋ ସମ୍ବଳିତ ଏକ ରିପୋର୍ଟ ପ୍ରକାଶ ପାଇଛି।

ଏ ଅଞ୍ଚଳଗୁଡ଼ିକ ବରଫାଚ୍ଛନ ହୋଇଯାଇଥିବା ଯୋଗୁଁ ଲୋକେ ଭାରି ହଇରାଣ ହେଉଛନ୍ତି। ସେହିପରି ହିମାଚଳ ପ୍ରଦେଶର ଶିମଲା, ମନାଲୀ ଓ ଉତ୍ତରାଖଣ୍ଡର କେଦାରନାଥରେ ୨ ଫୁଟ୍‌ ଓ ବଦ୍ରୀନାଥରେ ୧ ଫୁଟ୍ ରୁ ଅଧିକ ବରଫପାତ ହୋଇଛି।

Related story