ମଦ୍ରାସାରେ ଯୌନ ନିର୍ଯାତନା, ମ୍ୟାନେଜର ଗିରଫ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ମଦ୍ରାସାରୁ ପୋଲିସ୍ ୫୧ ଜଣ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ମଦ୍ରାସାର ମ୍ୟାନେଜର ତୈୟବ ଜିୟା ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ମ୍ୟାନେଜରଙ୍କୁ ପୋଲିସ୍ ଗିରଫ କରିଛି। ସହାଦତଗଞ୍ଜ ଥାନା ଅଞ୍ଚଳରେ ଥିବା ଏହି ମଦ୍ରାସାରେ ୧୨୫ ଜଣ ଛାତ୍ରୀ ପଢୁଥିଲେ। ଏସ୍‌ଏସ୍‌ପି ଦୀପକ କୁମାର କହିଛନ୍ତି, ଛାତ୍ରୀମାନଙ୍କୁ ଉକ୍ତ ମଦ୍ରାସାରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିଲା। ମ୍ୟାନେଜରକୁ […]

harasment

Rakesh Mallick
  • Published: Saturday, 30 December 2017
  • , Updated: 30 December 2017, 10:16 AM IST

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ମଦ୍ରାସାରୁ ପୋଲିସ୍ ୫୧ ଜଣ ଛାତ୍ରୀଙ୍କୁ ଉଦ୍ଧାର କରିଛି। ସେମାନଙ୍କୁ ମଦ୍ରାସାର ମ୍ୟାନେଜର ତୈୟବ ଜିୟା ଯୌନ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଛି। ମ୍ୟାନେଜରଙ୍କୁ ପୋଲିସ୍ ଗିରଫ କରିଛି।

ସହାଦତଗଞ୍ଜ ଥାନା ଅଞ୍ଚଳରେ ଥିବା ଏହି ମଦ୍ରାସାରେ ୧୨୫ ଜଣ ଛାତ୍ରୀ ପଢୁଥିଲେ।

ଏସ୍‌ଏସ୍‌ପି ଦୀପକ କୁମାର କହିଛନ୍ତି, ଛାତ୍ରୀମାନଙ୍କୁ ଉକ୍ତ ମଦ୍ରାସାରେ ଯୌନ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହେବା ପରେ ଚଢ଼ାଉ କରାଯାଇଥିଲା। ମ୍ୟାନେଜରକୁ ଗିରଫ କରି ଘଟଣାର ତଦନ୍ତ କରାଯାଉଛି।

Related story